ଦୁର୍ଜନକୁ ଦର୍ପଣ ଡର

ସାମାଜିକ କର୍ମୀ, ଓକିଲ ତଥା କନ୍ନଡ଼ ଲେଖିକା ବାନୁ ମୁସ୍ତାକ୍‌ଙ୍କ ‘ହାର୍ଟ ଲ୍ୟାମ୍ପ’ ମୁସ୍‌ଲିମ ଏବଂ ଦଳିତ ମହିଳାଙ୍କ ବାସ୍ତବିକ ଜୀବନକୁ ଆଲୋକପାତ କରୁଥିବା ଏକ ଆଇନା ବା ଦର୍ପଣ, ଯାହା ଧାର୍ମିକ ଅତ୍ୟାଚାର ଏବଂ ସାମାଜିକ ଅସମାନତା ଭଳି ବିଷୟବସ୍ତୁରେ ପରିପୂର୍ଣ୍ଣ କାହାଣୀ। ୨୦୨୫ ମସିହାରେ ସେହି ଉପନ୍ୟାସ ପାଇଁ ତାଙ୍କୁ ଅନ୍ତର୍ଜାତୀୟ ବୁକର ପୁରସ୍କାର ମିଳିଥିଲା।
ସର୍ବଜନବିଦିତ ଯେ, ହିନ୍ଦୁ ପରମ୍ପରା ଅନୁସାରେ ଦଶହରା ଦିନ ନାପିତ ଭାଇମାନେ ଘରକୁ ଘର ବୁଲି ଯେତେବେଳେ ସେମାନଙ୍କ ଆଇନା ବା ଦର୍ପଣଟିକୁ ଦେଖାନ୍ତି, ସେତେବେଳେ ତା’ର ଗଭୀର ତତ୍ତ୍ୱକୁ କେହି ନ ବୁଝି କେବଳ ଖୁସିରେ କିଛି ଟଙ୍କା ବକ୍ସିସ ଭାବରେ ସେମାନଙ୍କୁ ଦିଅନ୍ତି, ଯାହା ଲୌକିକ ଭାବରେ ଏକ ଦାନ ରୂପେ ଦେଖାଯାଏ। ମାତ୍ର ଆମକୁ ବୁଝିବାକୁ ପଡ଼ିବ ଯେ, ଦର୍ପଣ କେବଳ ଆମ ମୁହଁକୁ ଦେଖାଏ ନାହିଁ ବରଂ ଆମର ଆତ୍ମ-ପ୍ରତିଫଳନ ଯାହା ଆମକୁ ଆମ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଭାବକୁ ପରଖିବାକୁ ଚେତନା ଜାଗ୍ରତ କରିବା ସହିତ ମିଥ୍ୟା ଉପରେ ସତ୍ୟର ବିଜୟକୁ ଦର୍ଶାଏ। ଆମ ଭିତରର ଦୋଷଗୁଡ଼ିକୁ ସଚ୍ଚୋଟ ଭାବରେ ସାମ୍ନା କରିବାର ଆହ୍ବାନ ସହିତ କ୍ରୋଧ, ଲୋଭ, ଅହଂକାର, ଈର୍ଷାମୁକ୍ତ ମନକୁ ପରିଷ୍କାର ରଖିବାକୁ ପ୍ରେରଣାଦିଏ। ଦର୍ପଣ ସୂଚାଇଦିଏ ଯେ, ପ୍ରକୃତ ସୌନ୍ଦର୍ଯ୍ୟ କେବଳ ବାହ୍ୟ ଦୃଶ୍ୟ ନୁହେଁ; ବରଂ ଆଭ୍ୟନ୍ତରୀଣ ପବିତ୍ରତାରେ ଭରିରହିଥାଏ।
ଜଣେ ବିଚାରବନ୍ତ ବ୍ୟକ୍ତି ବା ସୁଲେଖକ ହାତରେ ଥିବା ଦର୍ପଣ ବିଶ୍ୱସ୍ତ ଭାବରେ ବ୍ୟକ୍ତି, ପରିସ୍ଥିତି କିମ୍ବା ସମାଜ ବିଷୟରେ ନିରାଟ ସତ୍ୟକୁ ପ୍ରତିଫଳିତ କରେ ବା ପ୍ରତିନିଧିତ୍ୱ କରେ କିମ୍ବା ପ୍ରକାଶ କରେ। କୌଣସି ସମୟରେ ଦର୍ପଣ କଦର୍ଯ୍ୟତା ସୃଷ୍ଟି କରେ ନାହିଁ, ବରଂ ପୂର୍ବରୁ ଯାହା ଅଛି ତାହା ପ୍ରତିଫଳିତ କରେ। ଲେଖକ ନିଜର ଶାଣିତ ଉପସ୍ଥାପନାରେ ସମାଜରେ ସଂଗଠିତ ପ୍ରତ୍ୟେକ ସୁକର୍ମ ଓ କୁକର୍ମକୁ ପ୍ରକାଶ କରେ। ସମାଜରେ କିଛି ଅସଦ୍‌ ବ୍ୟକ୍ତିଙ୍କ ଚଞ୍ଚକତାକୁ ପ୍ରକାଶ କରି ଏକ ଦର୍ପଣ ପରି ତାର ଦୋଷତ୍ରୁଟି ଦେଖାଏ। ସତ୍ୟ ପ୍ରକାଶିତ ହେଲେ ଖଳପ୍ରକୃତିର ଲୋକ ଅସହଜ ଅନୁଭବ କରନ୍ତି। ତେଣୁ ସେମାନେ ସମସ୍ୟାକୁ ସଂଶୋଧନ କରିବା ପରିବର୍ତ୍ତେ ଲେଖକଙ୍କ ବିରୋଧରେ କୁତ୍ସା ରଟନା କରି ଅସାଧୁ ମେଳି କରନ୍ତି, ମାତ୍ର ସତ୍ୟ ବା ମିଥ୍ୟାକୁ ଲୁଚାଇ ରଖିବାକୁ ଲେଖକ କେବେବି ଡରେନାହିଁ। ଖଳ ପ୍ରକୃତିର ଲୋକଙ୍କ କର୍ମରେ ସୁଧାର ପାଇଁ ଲେଖକ ସେମାନଙ୍କୁ ସୁଯୋଗ ଦିଅନ୍ତି ଓ ଯେଉଁ ଖଳ ବ୍ୟକ୍ତି ସୁଧୁରି ଯାଆନ୍ତି, ସେମାନେ ପରବର୍ତ୍ତୀ ସମୟରେ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହୋଇ ଜଣେ ଭଲ ମଣିଷ ହୁଅନ୍ତି ଆଉ କିଛି ଅମରୀ ଗଛ ପରି ‘ଭଜ୍ୟତେ ନ ଚ ନମ୍ୟତେ’ ଅର୍ଥାତ୍‌ ‘ଭାଙ୍ଗିଯିବେ କିନ୍ତୁ ପରିବର୍ତ୍ତନ ହେବେ ନାହିଁ’ ନ୍ୟାୟରେ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ପଶୁ ପ୍ରବୃତ୍ତିର ପରିବର୍ତ୍ତନ କରନ୍ତି ନାହିଁ। ବେଳେବେଳେ ଲୋକଙ୍କ ପାଖରେ ନିଜର ଦୋଷ ଲୁଚାଇବାକୁ ଯାଇ ବାହାଦୁରି ପାଇଁ ଲେଖକଙ୍କୁ ସମାଲୋଚନା କରିବାକୁ ପଛାଇନଥା’ନ୍ତି। ଲେଖକ, ଚଳଚ୍ଚିତ୍ର ନିର୍ମାତା, ଖବରଦାତା ଏବଂ କଳାକାର ପ୍ରମୁଖଙ୍କୁ ପ୍ରାୟତଃ ‘ସମାଜର ଦର୍ପଣ’ କୁହାଯାଏ; କାରଣ ସେମାନଙ୍କ କାର୍ଯ୍ୟ ଲୋକଙ୍କ ସତ୍ୟ, ସଂଘର୍ଷ ଏବଂ ଆକାଂକ୍ଷାକୁ ଚିତ୍ରଣ କରିଥାଏ। ଇତିହାସ ଏପରି ଅନେକ ଲେଖକଙ୍କ ଉଦାହରଣ ପ୍ରଦାନ କରେ। ବ୍ୟାସକବି ଫକୀରମୋହନଙ୍କ ‘ରେବତୀ’, ‘ଛ’ ମାଣ ଆଠଗୁଣ୍ଠ’ ଆଦି ଉପନ୍ୟାସ ଆଜି ମଧ୍ୟ ସମାଜର ଜୀବିତ ଦର୍ପଣ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ ଓ ଗୋପୀନାଥ ମହାନ୍ତିଙ୍କ ‘ପରଜା’ ପ୍ରତ୍ୟେକ ତତ୍କାଳୀନ ସମାଜର ଗୋଟିଏ ଗୋଟିଏ ଦର୍ପଣ। ମୁନ୍‌ସି ପ୍ରେମଚାନ୍ଦ ତତ୍କାଳୀନ ସମାଜର କୃଷକଙ୍କ ଦୁଃଖ, ମହିଳାଙ୍କ ଶୋଷଣ ଏବଂ ଜାତିଭେଦର ନିଷ୍ଠୁରତା ବିଷୟରେ ଉପନ୍ୟାସଗୁଡ଼ିକ ଦ୍ୱାରା ସମାଜର ଦର୍ପଣ ପରି ଲୋକଲୋଚନାକୁ ଆଣିଥିଲେ, ଯେଉଁଥିପାଇଁ ତାଙ୍କ ଉପନ୍ୟାସଗୁଡ଼ିକୁ କେତେକ ଅତ୍ୟଧିକ କଠୋର ବୋଲି ସମାଲୋଚନା କରିଥିଲେ। କିନ୍ତୁ ପ୍ରେମଚାନ୍ଦ ସମାଜର ଲୁକ୍କାୟିତ ସତ୍ୟକୁ ଉଜାଗର କରିଥିଲେ। ସେହିପରି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ପ୍ରାୟତଃ ଅନ୍ଧ ଜାତୀୟତାବାଦ ବିଷୟରେ ଚେତାବନୀ ଦେଇଥିଲେ, ଯାହା ଅନେକଙ୍କୁ କ୍ରୋଧିତ କରିଥିଲା। ୧୯୦୩ ମସିହାରେ ଜନ୍ମଗ୍ରହଣ କରିଥିବା ସମାଜବାଦୀ ଚିନ୍ତାଧାରର ଲେଖକ ଜର୍ଜ ଅର୍‌ୱେଲ ତାଙ୍କ ଉପନ୍ୟାସ ‘ଆନିମଲ ଫାର୍ମ’ ପାଇଁ ସେ ସମୟର ବାସ୍ତବତାକୁ ଉପସ୍ଥାପନ କରି ବିଂଶ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ଲେଖକମାନଙ୍କ ମଧ୍ୟରୁ ଜଣେ ହୋଇପାରିଥିଲେ। ଗୋଟିଏ ଚାଟୁକାର ଦ୍ୱାରା ମୁଦ୍ରିତ ପୁସ୍ତକ କ୍ଷଣିକ ଗର୍ବ ଦେଇପାରେ, କିନ୍ତୁ ଏହା ସମାଜକୁ ଜାଗରଣ ବା ପରିବର୍ତ୍ତନ କରେ ନାହିଁ। ଜଣେ ପ୍ରକୃତ ଲେଖକର କର୍ତ୍ତବ୍ୟ ହେଉଛି ବିବେକ ରକ୍ଷାକାରୀ ଭାବରେ କାର୍ଯ୍ୟ କରିବା, କେବଳ ସୁନ୍ଦର ଦିଗ ନୁହେଁ ବରଂ ସୁସ୍ଥ ହେବାକୁ ଥିବା କ୍ଷତ ମଧ୍ୟ ଦେଖାଇବା। ଯଦି ଦର୍ପଣ ଏକ ମଇଳା ମୁହଁ ଦେଖାଏ, ତେବେ ଦୋଷ ଦର୍ପଣର ନୁହେଁ ବରଂ ସେହି ବ୍ୟକ୍ତିଙ୍କର; ଯିଏ ମଳିନ ମୁଖକୁ ସଫା କରିବାକୁ କୁଣ୍ଠା ବୋଧକରେ। ତେଣୁ ସମାଜର ଅହିତ ସୃଷ୍ଟିକାରୀ ବ୍ୟବସ୍ଥାକୁ ଦର୍ଶାଉଥିବା ଲେଖକଙ୍କ କଲମ ଜାଗରଣର ଏକ ଉପକରଣ ହୋଇଯାଏ ଏବଂ ଆମକୁ ମନେପକାଇଦିଏ ଯେ ସମାଜ କେବଳ ସେତେବେଳେ ଉନ୍ନତି କରିପାରିବ, ଯେତେବେଳେ ଏହା ସତ୍ୟର ଦର୍ପଣରେ ଦେଖିବାକୁ ସାହସ କରିବ; ଯାହାକୁ ପାଥେୟ କରି ୨୦୨୪ ମସିହାରେ ଜାରା ଚୌଧୁରୀ ନିଜର ଆଲେଖ୍ୟ ‘ଭାଗ୍ୟବାନ୍‌’ ମାଧ୍ୟମରେ ୨୦୦୨ ଗୁଜରାଟ ଦଙ୍ଗା ସମୟରେ ତାଙ୍କର ସ୍ମୃତିକଥାର ଅଭିଜ୍ଞତାକୁ ପ୍ରକଟିତ କରିଥିଲେ, ଯାହା ତାଙ୍କୁ ୨୦୨୫ ମସିହାର ଶକ୍ତି ଭଟ୍ଟ ପୁରସ୍କାର ଦେଇଥିଲା। ଝା ଜାସିଣ୍ଟା କେରକେଟା ଜଣେ ହିନ୍ଦୀ ଭାଷାର ସାମ୍ବାଦିକା ଏବଂ କବି, ଯାହାଙ୍କ କାର୍ଯ୍ୟ ଆଦିବାସୀ ଯୁବତୀ ଯୁବକଙ୍କ ସଂଘର୍ଷ, ଲିଙ୍ଗ-ଭିତ୍ତିକ ହିଂସା, ବିସ୍ଥାପନ ଏବଂ ରାଜ୍ୟ ଉଦାସୀନତାକୁ ମୁକ୍ତ ଭାବରେ ପ୍ରକାଶ କରେ।
ମାତ୍ର ଦର୍ପଣଟି ଯେତେବେଳେ ଦୁର୍ଜନ ବ୍ୟକ୍ତି ହାତରେ ପଡ଼େ, ସେତେବେଳେ ସେ ତାହାର ମୂଲ୍ୟକୁ ନ ବୁଝି ଭୁଲ୍‌ ଉପସ୍ଥାପନ କରି ସମାଜର କ୍ଷତି ଘଟାଏ, ଠିକ୍‌ ଯେପରି କାମୁଡ଼ା କୁକୁରଟିଏ ଦର୍ପଣ ଦେଖିଲେ ରାଗରେ ଦର୍ପଣରେ ପ୍ରତିଫଳିତ ତା’ ନିଜ ମୁହଁକୁ କାମୁଡ଼ି ଗୋଡ଼ାଏ ବା କୁକୁଡ଼ାଟିଏ ନିଜର ପ୍ରତିବିମ୍ବକୁ ଖୁମ୍ପିବା ଆରମ୍ଭ କରେ, କାରଣ ସେ ଦର୍ପଣକୁ ବ୍ୟବହାର କରି ଶିଖି ନ ଥାଏ ବା ଦର୍ପଣ କ’ଣ କହୁଛି ତାହା ଜାଣିବାକୁ ତା’ର ‘ଜୁ’ ନଥାଏ। ଆଜିକାଲି କିଛି ନୀଚ ପ୍ରକୃତିର ବ୍ୟକ୍ତି ନିଜର କୁ ବୁଦ୍ଧି ଦ୍ୱାରା ଏବଂ କୃତ୍ରିମ ବୁଦ୍ଧିମତ୍ତାର ସହାୟତାରେ ସୋସିଆଲ ମିଡିଆକୁ ଏକ ଡିଜିଟାଲ ଦର୍ପଣ ଭାବରେ ବ୍ୟବହାର କରି ନିଜର ବଡ଼ିମା, ଶଠତାପୂର୍ଣ୍ଣ ଉଚ୍ଚାରଣ, ଆଚରଣ ଇତ୍ୟାଦିକୁ ପ୍ରଚାର ଓ ପ୍ରସାର କରି ଜନସାଧାରଣଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେବା ନାମରେ ମିଥ୍ୟା ବିଜ୍ଞାପନ ଦ୍ୱାରା ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି, ଯେଉଁଥିପାଇଁ ସ୍ବାଧୀନତାର ଅଠସ୍ତରି ବର୍ଷ ପରେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବାସଗୃହ, ବିଜୁଳି, ପିଇବା ପାଣି, ପୋଷଣଯୁକ୍ତ ଖାଦ୍ୟ, ଯୁବକଙ୍କ ପାଇଁ କର୍ମ ଯୋଗାଣ ଇତ୍ୟାଦି ଆଜି ସ୍ବପ୍ନ। ଠିକ୍‌ ଯେପରି ୧୮୬୬ ମସିହାର ନ’ ଅଙ୍କ ଦୁର୍ଭିକ୍ଷରେ ଇଂରେଜ ଶାସକ ଓଡ଼ିଶାର ଖାଦ୍ୟ ମହଜୁଦର ଭୁଲ୍‌ ତଥ୍ୟ ଦେଇ ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ଜୀବନ ନେଇଥିଲା। ତେଣୁ ମୁଖାପିନ୍ଧା ଦୁର୍ଜନଙ୍କୁ ପ୍ରକୃତ ଦର୍ପଣ ଦେଖାଇ ଦଣ୍ଡ ଦେବାକୁ ପଡ଼ିବ। କାରଣ ଦୁର୍ଜନର ସର୍ବଦା ଦର୍ପଣକୁ ଡରଥାଏ, ଆଉ ସେ ଭଲ ଭାବରେ ଜାଣେ ଦର୍ପଣ ସବୁବେଳେ ସତ କୁହେ।

ଡ. ବିମଳ ଷଡଙ୍ଗୀ
ସଂସାଧନ ବ୍ୟକ୍ତି, ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ୱର, ଭାରତ ସରକାର
ମୋ: ୯୪୩୭୧୨୩୮୯୨


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?