ଆଗୁଆ ଜାମିନ ଆବେଦନ କଲେ ମନ୍ତ୍ରୀ, ଏମ୍‌ପି

କଟକ ଅଫିସ,୪ା୨: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ମନ୍ତ୍ରୀ ଓ ଏମ୍‌ପି ପହଞ୍ଚିଛନ୍ତି। ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଏମ୍‌ପି ଜୁଏଲ ଓରାମଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।

ମୟୂରଭଞ୍ଜ ଜିଲାର ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ଗାଳିଗୁଲଜ ଓ ମାଡ଼ ମାରିଥିବା ଅଭିଯୋଗରେ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଗତ ଜାନୁୟାରୀରେ ଏତଲା ହୋଇଥିଲା। ଜିଲା କାର୍ଯ୍ୟାଳୟରେ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଅଶ୍ୱିନ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ଳୀଳ ଭାୋରେ ଗାଳିଗୁଲଜ କରିବା ସହ ପ୍ଲାଷ୍ଟିକ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମଙ୍କୁ ଆଗୁଆ ସର୍ତ୍ତମୂଳକ ଜାମିନ ମିଳିଛଇ। ଦଳର ମହିଳା କର୍ମୀ ଗୌରୀ ମୁଣ୍ଡାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଝିରପାଣି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଜାରି ରହିଛି । ତେଣୁ ଗିରଫ ହେବା ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଜୁଏଲ। ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧୯ ଛାତ୍ରୀଛାତ୍ରଙ୍କୁ ୩ ଶିକ୍ଷକ

ଫିରିଙ୍ଗିଆ, ୮ା୩ – ସରକାର ଶିକ୍ଷାର ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି।...

ଲକ୍‌ଡାଉନ୍‌ ବେଳେ ଗଞ୍ଜେଇ ଚାଲାଣ, ୪ ଗିରଫ

ଫିରିଙ୍ଗିଆ,୨୬ା୩-କରୋନା ଲାଗି ରାଜ୍ୟ ଲକ୍‌ଡାଉନରେ ଥିବା ବେଳେ ଗଞ୍ଜେଇ ଚାଲାଣକାରୀ ସକ୍ରିୟ ହୋଇଉଠିଛନ୍ତି। ପୋଲିସର ବ୍ଲକିଂକୁ ଚକମା ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଫିରିଙ୍ଗିଆ...

‘ପ୍ରୋତ୍ସାହନ ମିଳିଲେ କାଠକଣ୍ଢେଇ ମୁହଁରେ ହସ ଫୁଟିବ’

ପୁରାତନ କଣ୍ଢେଇ ନାଚ କଳାକୁ ବଞ୍ଚାଇ ରଖିଥିବା କେନ୍ଦୁଝର ଜିଲାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଭାରତ ସରକାର ଘୋଷଣା...

ସ୍ନାନବେଦିରେ ଶ୍ରୀବିଗ୍ରହଙ୍କୁ ଛୁଇଁପାରିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୩୦।୫: ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ନୀଳାଦ୍ରି ଭକ୍ତନିବାସରେ ପରିଚାଳନା...

ପଟ୍ଟା ପାଇଁ କଣ୍ଟା ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’

ରାୟଗଡ଼ା,୧୫ା୫: ଆଦିବାସୀ ବହୁଳ ରାୟଗଡ଼ା ଜିଲାବାସୀଙ୍କୁ କାଳ ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’। ଏହି କାରଣରୁ ବହୁ ଲୋକ ଘରଡିହ ପଟ୍ଟା ପାଉନାହନ୍ତି।...

କେସିଙ୍ଗାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ଭୁବନେଶ୍ୱର,୯।୬(ବ୍ୟୁରୋ): କଳାହାଣ୍ଡି ଜିଲାର କେସିଙ୍ଗାରେ ପ୍ରତିଷ୍ଠା କରାଯାଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାର୍କ ପାଇଁ ୧୦୦ କୋଟି ଖର୍ଚ୍ଚ ହେବ। ସୋମବାର ଲୋକସେବା...

CORONAVIRUS UPDATE: ବଢୁଛି କରୋନା ଭୟ, ରାଜ୍ୟରେ ଦିନକରେ ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ସର୍ବାଧିକ ୫୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ...

ୟୁନିୟନ ବ୍ୟାଙ୍କ ଡକାୟତି ମାମଲା: ମାଷ୍ଟରମାଇଣ୍ଡଙ୍କୁ ଧରିଲା ପୋଲିସ

ବାଲେଶ୍ୱର,୭।୮(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ମାମଲା ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳରୁ ପୋଲିସ ଡକାୟତି...

Advertisement
Archives

Model This Week