Posted inଜାତୀୟ

ମୋ ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ

ବେଙ୍ଗାଲୁରୁ,୧୩।୪: କର୍ନାଟକର ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପାଙ୍କ ବିରୋଧରେ ଏକ ଠିକାକାମ ପାଇଁ ୪୦% କମିଶନ ଦାବି ଅଭିଯୋଗ ଆଣିଥିବା ଜଣେ ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଉଡୁପିସ୍ଥିତ ଏକ ଲଜ୍‌ରୁ ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ମିଳିଛି। ତାଙ୍କ ନାମ ସନ୍ତୋଷ ପାଟିଲ। ସନ୍ତୋଷ ମୃତ୍ୟୁ ପୂର୍ବରୁ ଭୋର ସମୟରେ ଗଣମାଧ୍ୟମ ଓ ନିଜ ବନ୍ଧୁମାନଙ୍କୁ ଶେଷ ମେସେଜ୍‌ ପଠାଇଥିଲେ। ସେଥିରେ ସେ ମୃତ୍ୟୁ ପାଇଁ ଈଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ। ମନ୍ତ୍ରୀଙ୍କ ଯୋଗୁ ସେ ଆମତ୍ହତ୍ୟା କରିବାକୁ ଯାଉଥିବା ଦର୍ଶାଇଥିଲେ। ଠିକାଦାର ସନ୍ତୋଷଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ ମିଳିଛି। ସେଥିରେ ସେ ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ବରିଷ୍ଠ ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କୁ ଅନୁରୋଧ କରିଛନ୍ତି।
ଆର୍‌ଡିପିଆର୍‌ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପା ହିଁ ମୋ ମୃତ୍ୟୁ ପାଇଁ ଦାୟୀ। ମୁଁ ମୋର ସବୁ ଆଶା ଆକାଂକ୍ଷାକୁ ଏଡ଼ାଇଦେଇ ଏହି ଚରମ ନିଷ୍ପତ୍ତି ନେଉଛି। ମୋ ସ୍ତ୍ରୀ ଓ ପିଲାଛୁଆଙ୍କୁ ସାହାଯ୍ୟ କରିବା ପାଇଁ ଆମ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରିୟ ଲିଙ୍ଗାୟତ ନେତା ବିଏସ୍‌ଓ୍ବାଇଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି ବୋଲି ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରାଯାଇଛି। ପୋଲିସ କହିଛି, ସନ୍ତୋଷ ରହୁଥିବା ରୁମ୍‌ ପାଖରେ ତାଙ୍କ ବନ୍ଧୁମାନେ ରହୁଥିଲେ। ମାମଲାର ତଦନ୍ତ କରାଯାଉଛି। ସନ୍ତୋଷଙ୍କ ମୃତ୍ୟୁକୁ ନେଇ ଈଶ୍ୱରପ୍ପା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଗଣମାଧ୍ୟମରୁ ଏହି ଆମତ୍ହତ୍ୟା ବିଷୟରେ ଶୁଣିବାକୁ ପାଇଛନ୍ତି। ମୃତକଙ୍କୁ ସେ ଚିହ୍ନିନାହାନ୍ତି।
ପ୍ରକାଶ ଯେ, ସନ୍ତୋଷ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ନିକଟକୁ ଏକ ପତ୍ର ଲେଖି ୪ କୋଟି ଟଙ୍କାର ଏକ ଠିକା କାମ ପାଇଁ ଈଶ୍ୱରପ୍ପା ତାଙ୍କୁ ୪୦% କମିଶନ ମାଗିଥିବା ଅଭିଯୋଗ ଆଣିଥିଲେ। ଗତମାସ ଈଶ୍ୱରପ୍ପା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ କଂଗ୍ରେସ ମନ୍ତ୍ରୀ ଈଶ୍ୱରପ୍ପାଙ୍କ ଇସ୍ତଫା ସହ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଏବଂ ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛି। ଈଶ୍ୱରପ୍ପା କହିଛନ୍ତି, ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ। ସନ୍ତୋଷ ପାଟିଲଙ୍କ ବିରୋଧରେ ସେ ଦାଏର କରିଥିବା ମାମଲାର କୋର୍ଟ ରାୟକୁ ଅପେକ୍ଷା କରିବାକୁ ପଡ଼ିବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମୃତ୍ୟୁରେ ମୋଦି ଓ ବୋମାଇଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି। ଉଭୟେ ସନ୍ତୋଷଙ୍କ ଅନୁରୋଧକୁ ରକ୍ଷା କରି ନ ଥିବା ରାହୁଲ କହିଛନ୍ତି। ରାଜ୍ୟ ବିରୋଧୀ ଦଳ ନେତା ସିଦ୍ଦାରାମାୟା ମଧ୍ୟ କର୍ନାଟକ ଭାଜପାକୁ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। କର୍ନାଟକ କଂଗ୍ରେସ ସଭାପତି ଡି.କେ. ଶିବକୁମାର କହିଛନ୍ତି, ଏହା ଆମତ୍ହତ୍ୟା ନୁହେଁ, ହତ୍ୟା। ଭାଜପା ମୁହଁରେ ଟିକିଏ ବି ଲଜ୍ଜା ଥିଲେ ସେମାନେ ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରାନ୍ତୁ। ସନ୍ତୋଷ ପାଟିଲଙ୍କ ହତ୍ୟାର ବିଚାରବିଭାଗୀୟ ତଦନ୍ତ ସମୟବଦ୍ଧ ଭାବେ କରାଯାଉ। ମୁଖ୍ୟମନ୍ତ୍ରୀ ବୋମାଇ ପୋଲିସକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri