ରାଶନ ହିତାଧିକାରୀଙ୍କୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପ୍ରବାସୀଙ୍କୁ ନେଇ କହିଲେ…

ଭୁବନେଶ୍ୱର,୧୧ା୯: ବିଧାନସଭାରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରେ ଏକ ବଡ଼ ସୂଚନା ଦେଇଛନ୍ତି। ପ୍ରବାସୀମାନଙ୍କ କେଓ୍ବାଇସିକୁ ନେଇ ସୋଫିଆ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଅଗଷ୍ଟ ୨୨ରୁ ଇ-କେଓ୍ବାଇସି ଚାଲିଛି, ଏହା ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରବାସୀମାନେ ଆସିବା ଦରକାର ନାହିଁ। ଯିଏ ଯେଉଁଠାରେ ଅଛନ୍ତି, ସେଠାରେ ଇ-କେଓ୍ବାଇସି କରିପାରିବେ। ଯେଉଁଠି ଚାହିଁବେ ଉକ୍ତ ସେଣ୍ଟରକୁ ଯାଇ ମେଶିନରେ ଫିଙ୍ଗରପ୍ରିଣ୍ଟ୍‌ ଦେଇପାରିବେ।

ମନ୍ତ୍ରୀ ଆହୁରି କହିଛନ୍ତି, ୨୦୧୬-୧୭ରୁ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଶନକାର୍ଡ ତାଲିକାରୁ ମୃତ ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଆଧାର କରି ୧୬,୨୭,୯୨୦ ଜଣଙ୍କ ନାଁକୁ ହଟାଇ ଦେଇଛନ୍ତି। ଆଉ ଯେଉଁମାନେ ଏହି ସୁଯୋଗର ଲାଭ ପାଇ ନାହାନ୍ତି ତାଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଉଛି। ରାଜ୍ୟ ସରକାର ନିକଟରେ ରାଶନକାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କେଓ୍ବାଇସି ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍)…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ଯିବେ ମୋଦି, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୯।୬: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଏହି ଆଗାମୀ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।…

ଚାମେଲିଙ୍କ ଭାଇଙ୍କୁ ବି ମିଳିଲା ଜାମିନ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି…

ରୟାଲ୍ ଏନଫିଲ୍ଡର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ‘Flying Flea C6’ ଲଞ୍ଚ୍: ଜାଣନ୍ତୁ ଦମଦାର୍ ଫିଚର୍ସ-ମୂଲ୍ୟ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡର ନୂଆ ଇଲେକ୍ଟ୍ରିକ୍ ବ୍ରାଣ୍ଡ୍ ‘Flying Flea’ ଏହାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ Flying Flea C6 ର…

ଯନ୍ତ୍ରୀଙ୍କ ବଦଳି ପରେ ୬ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ଠପ୍ : ବଢୁଛି ଜନଅସନ୍ତୋଷ 

ଦିଗପହଣ୍ଡି,୧୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରସହକାରୀ ଯନ୍ତ୍ରୀ ଇଂ. ସୁଶାନ୍ତ କୁମାର ଚୌଧୁରୀ ଙ୍କ ପ୍ରାୟ ୭ ମାସ ହେଲା ଜଗନ୍ନାଥ ପ୍ରସାଦ…

Coach Yuvraj Singh: IPLରେ ଯୁବରାଜ ସିଂହଙ୍କ ଏଣ୍ଟ୍ରି, ଏହି ଦଳର ହେବେ କୋଚ୍‌ !

ନୂଆଦିଲ୍ଲୀ,୧୯।୬: ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସବୁଠାରୁ ବଡ଼ ଖବର ଆସୁଛି ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରୁ ।…

ଗ୍ରାହକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ: ରୁପା ୮,୦୪୦ ତ ଏତିକି ଟଙ୍କା ଶସ୍ତା ହେଲା ସୁନା, କିଣିବାର ଥିଲେ…

ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀର ସରଫା ବଜାରରେ ଶୁକ୍ରବାର ସୁନା ଏବଂ ରୁପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। କ୍ରମାଗତ ଚତୁର୍ଥ କାରବାର ଦିବସରେ…

୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ସମ୍ବଲପୁର, ୧୯.୬ (ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri