କାହାଣୀ ଦୁନିଆରେ ହଜିବ ମନ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): କାହାଣୀ ଶୁଣିବାରେ ମଜିବେ ପିଲାମାନେ। ଗପ ଶୁଣିବେ, ଶିକ୍ଷଣୀୟ କଥା ଜାଣିବେ ଏବଂ ଏହା ସାଙ୍ଗକୁ ମନୋରଞ୍ଜନ ବି କରିବେ। ଖାଲି ପିଲା ନୁହେଁ, ବଡ଼ ଲୋକମାନେ ମଧ୍ୟ କାଳ୍ପନିକ କାହାଣୀ ଦୁନିଆରେ ନିଜକୁ ସାମିଲ କରିବେ। କାରଣ ପୁଣିଥରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଓରାଲ୍‌ ଷ୍ଟୋରି ଟେଲିଂ ଫେଷ୍ଟିଭାଲ ‘ଭୁଫେଷ୍ଟୋ’। ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ଏହି ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଇନ୍ଦିରାଗାନ୍ଧୀ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଏପିଜେ ଅବଦୁଲ୍‌ କଲାମ ପାର୍କ ଏବଂ କଳାଭୂମିଠାରେ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଲୋକମାନେ କାହାଣୀ ଶୁଣିବେ। ସ୍ଥାନୀୟ ସାହିତ୍ୟ, କବିତା ଓ କାହାଣୀଗୁଡିକର ମହାନତାକୁ ବଞ୍ଚାଇ ରଖିବା ପାଇଁ ଭୁଫେଷ୍ଟୋକୁ ସ୍ବତନ୍ତ୍ର ଭାବେ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହା ଏପରି ଏକ ବହୁମୁଖୀ ପର୍ବ, ଯେଉଁଠାରେ ବିଶ୍ୱର ପ୍ରତିଷ୍ଠିତ ଷ୍ଟୋରି ଟେଲର୍‌ ବା କଥାକାରମାନେ କାହାଣୀ କହିବେ। ସ୍କୁଲ, କଲେଜ ଓ ବସ୍ତି ସମେତ ବିଭିନ୍ନ ସମୁଦାୟର ଛାତ୍ରୀଛାତ୍ରଙ୍କୁ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଏକ ସୁଯୋଗ ଦିଆଯିବ। ବିଶେଷକରି ଦୃଷ୍ଟିହୀନ ଓ ଶ୍ରବଣ ଶକ୍ତି ନ ଥିବା ପିଲାଙ୍କ ସୁବିଧା ପାଇଁ ସାଙ୍କେତିକ ଭାଷାରେ ଏକ ସ୍ବତନ୍ତ୍ର ଭାବେ ଷ୍ଟୋରି ଟେଲିଂ ସେଶନ କରାଯିବ। ବ୍ରାଜିଲ, ସ୍କଟ୍‌ଲାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକାରୁ ଅନ୍ତର୍ଜାତୀୟ କଥାକାରଙ୍କ ସମେତ ନିଲେଶ ମିଶ୍ରା, ନନ୍ଦିତା ଦାସ, କୁନା ତ୍ରିପାଠୀ, ନୂପୁର ଅଗ୍ରଓ୍ବାଲ, ମୀରା ଦାସ, କପିଲ ପାଣ୍ଡେଙ୍କ ଭଳି ଜାତୀୟ ତଥା ଓଡ଼ିଶାର ଅନେକ ଲୋକପ୍ରିୟ କଥାକାର ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri