ରାଜ୍ୟରେ ୪ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର(ବ୍ୟୁରୋ)/ଦାରିଙ୍ଗବାଡ଼ି (ଡି.ଏନ୍‌.ଏ.)/ଟେନ୍‌ସା(ଡି.ଏନ୍‌.ଏ.)୨୧।୧୨:  ସମଗ୍ର ରାଜ୍ୟକୁ ହାଡ଼ଭଙ୍ଗା ଶୀତ କବଳିତ କରିଛି। କାଠୁଆ ଜାଡ଼ରେ ଥରୁଛି ଓଡ଼ିଶା। ସଞ୍ଜ ନଇଁବା ମାତ୍ରେ ମାଡ଼ିଆସୁଛି ହାଡ଼ଭଙ୍ଗା ଶୀତ। ଦେହ ହାତ କୋଲା ମାରିଯାଉଛି। ଗାଁଠୁ ସହର ସବୁଠି ଶୀତର ପ୍ରକୋପ ଏତେ ବଢି ଯାଇଛି ଯେ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଦିନରେ ମଧ୍ୟ ଶୀତର ପ୍ରକୋପ ସେତେଟା ହ୍ରାସ ପାଉ ନାହିଁ। ସକାଳ ୧୦ଟା ଯାଏ ପଦାରେ ଦେହମୁଣ୍ଡ ଥରାଇ ଦେଉଛି। ଦିନତମାମ କୋହଲା ପାଗ ରହୁଛି। ପ୍ରବଳ ଥଣ୍ଡା ଯୋଗୁ ସା ହେଲେ ଲୋକମାନେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି। ସେପଟେ ସୋମବାର ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଯାଇଛି। ୪ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୬.୫, ଝାରସୁଗୁଡ଼ା ୫.୬, ବାରିପଦା ୯.୫, କେନ୍ଦୁଝର ୭.୪, ସମ୍ବଲପୁର ୯, ସୁନ୍ଦରଗଡ଼ ୮, ହୀରାକୁଦ ୯, ତାଳଚେର ୯, ଭବାନୀପାଟଣା ୮.୯, ବଲାଙ୍ଗୀର ୮.୯, ଟିଟିଲାଗଡ଼ ୯.୩ ଏବଂ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତେବେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତା ୩ ଦିନ ଯାଏ ଶୀତ ଥରେଇବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କନ୍ଧମାଳ ଜିଲାରେ ପ୍ରବଳ ଶୀତ ଲହରି ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଦେବଗଡ଼ ଆଦି ଜିଲାରେ ମଧ୍ୟ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।
ଅପରପକ୍ଷେ ଦାରିଙ୍ଗବାଡ଼ି ଏବଂ ସୁନ୍ଦରଗଡ଼ ଜିଲାର ଟେନ୍‌ସାଠାରେ ପାରଦ ତଳମୁହାଁ ହେବା ସହିତ ସର୍ବନିମ୍ନ ତୁଷାରପାତ ହୋଇଛି। ସର୍ବନିମ୍ନ ତାପମାତ୍ରା ତଳକୁ ଖସିବା ଯୋଗୁ ଦାରିଙ୍ଗବାଡ଼ି ବିଦ୍ୟୁତ୍‌ ବିଭାଗ କାଯର୍ର୍‌ୟାଳୟ ନିକଟବର୍ତ୍ତୀ ଅଞ୍ଚଳ ସହ କଫି ବଗିଚା, କିଲାବାଡ଼ି, ସିମନବାଡ଼ି, ଶ୍ରାନିକେତା, କିରିକୁଟି, ସିଆଙ୍ଗବାଲି ଓ ଅନ୍ୟ କେତେକ ଦୁର୍ଗମ ଗ୍ରାମରେ ତୁଷାରପାତ ହୋଇଛି। ସେହିପରି ଟେନ୍‌ସା ନିକଟ ଜିରୋ ପଏଣ୍ଟ ସହ କୋଇଡ଼ାର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ପୁଣି ସଜା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ (ଓଆର୍‌ଏଚ୍‌ଡିସି) ଦୁର୍ନୀତି ମାମଲାରେ ପୂର୍ବତନ ଏମ୍‌ଡି ତଥା ଆଇଏଏସ୍‌ ବିନୋଦ କୁମାରଙ୍କୁ ପୁଣିଥରେ ସଜା ମଳିଛି। ଭୂମିକା...

ପୂର୍ବତନ ଭିଜିଲାନ୍ସ ଡିଏସ୍‌ପିଙ୍କୁ ୫ ଲକ୍ଷ ଜରିମାନା

ଭୁବନେଶ୍ୱର,୨୧।୭ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସର ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆରସି)।...

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨ା୬(ବ୍ୟୁରୋ): ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇଛି ଚଳିତବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ। ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ...

ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଧରାକୋଟ,୧୧ା୬(ଡି.ଏନ.ଏ.)-ଧରାକୋଟ ବ୍ଲକ ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ବୁଧବାର ରାତିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମଚ୍ଛାକୋଟ ପଞ୍ଚାୟତ ଗମ୍ଭାରୀଗୁଡ଼ା ଗ୍ରାମର ଶିବରାମ ପ୍ରଧାନ...

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

କଟକ ଅଫିସ,୨୬ା୮:କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ଚିକିତ୍ସା ପାଇଁ ଭେଷଜ ବିଭାଗୀୟ ମୁଖ୍ୟ ପ୍ରଫେସର...

ରାଜଧାନୀ ଭୁବନେଶ୍ୱର ବିଶ୍ୱରେ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୁଧବାର ରେକର୍ଡ ଭାଙ୍ଗିଥିଲା ଭୁବନେଶ୍ୱର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱର...

ପଶ୍ଚିମ ଓଡ଼ିଶାରେ ଧାନର ଅଭାବୀ ବିକ୍ରି ନେଇ ବିଧାନସଭାରେ ଉଦ୍‌ବେଗ: ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): ଧାନ ଅମଳ ହୋଇ ବାହାରେ ପଡ଼ି ପଡ଼ି ଗଜା ହେଲାଣି। ଧାନ ରଖିବା ପାଇଁ ମଣ୍ଡିର କୌଣସି ବ୍ୟବସ୍ଥା ନାହିଁ। ଚାଷୀଙ୍କଠାରୁ ସରକାର...

କୋଭିଡ ଗାଇଡ୍‌ଲାଇନ୍‌ରେ ହେବ ପରୀକ୍ଷା

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): କୋଭିଡ ଗାଇଡ୍‌ଲାଇନ୍‌କୁ ନେଇ ହେବ ଦଶମ ଏବଂ ଦ୍ୱାଦଶ ପରୀକ୍ଷା। ଏନେଇ ସ୍କୁଲ୍‌ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।...

Advertisement
Archives

Model This Week