ସ୍ବତନ୍ତ୍ରତା ବଜାୟ ରଖିଛି ମେଘନାଦ ମଣ୍ଡପ

ବଅଁରପାଳ,୧୪ା୫ ଭଲ କର୍ମ କଲେ ପୁଣ୍ୟ ମିଳେ। ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥାଏ ମଣିଷ। ଖରାପ କର୍ମକୁ ପାପ ବୋଲି ବିବେଚନା କରାଯାଏ। ହେଲେ ବେଳେ ବେଳେ ଜାଣତରେ କିମ୍ବା ଅଜାଣତରେ ଏପରି କିଛି ଅଘଟଣ ଘଟିଯାଏ, ଯାହାକୁ ପାପବୋଧ କରି ମଣିଷ ବିଚଳିତ ହୋଇପଡେ। ଏପରି ପାତକରୁ କିପରି ମୁକ୍ତି ମିଳିବ, ସେହି ଚିନ୍ତାରେ ଘାରି ହେବା ସହ ବିଜ୍ଞ ଜନ ବା ପଣ୍ଡିତଙ୍କ ନିକଟରେ ପହଞ୍ଚି ପରାମର୍ଶ ଲୋଡ଼ିଥାଏ। ପୁରୀର ମୁକ୍ତି ମଣ୍ଡପ ପରି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳଶାସନରେ ଥିବା ମେଘନାଦ ମଣ୍ଡପରେ ବସି ପଣ୍ଡିତମାନେ ଦୀର୍ଘବର୍ଷ ଧରି ଏପରି ପାପ-ପୁଣ୍ୟର ବିଚାର କରିଆସୁଛନ୍ତି। ଶତାଧିକ ବର୍ଷ ତଳୁ ଏଠାରେ ଚାଲି ଆସିଥିବା ଧର୍ମ-ଅଧର୍ମ ଓ ପାପ-ପୁଣ୍ୟର ବିଚାର ଏବେ ବି ଜାରି ରହିଛି।
ତଳମୂଳ ଗ୍ରାମ ଏକ ପାଇକ ଗଡ଼ ଭାବେ ପରିଚିତ। ମନ୍ଦିର ମାଳିନୀ ଏହି ଗଁାରେ ରହିଛି ୯୯ ମନ୍ଦିର ଓ ୯୯ ପୋଖରୀ। ସେହିପରି ଏଠାରେ ଥିବା ମେଘନାଦ ମଣ୍ଡପ ଏବେ ବି ତାହାର ସ୍ବତନ୍ତ୍ର ପରିଚୟ ବଜାୟ ରଖିଛି। ଏହି ମଣ୍ଡପରେ ବସି ପଣ୍ଡିତମାନେ ଅନେକ ଲୋକଙ୍କ ପାପ କ୍ଷୟ ପାଇଁ ପରାମର୍ଶ ଦେଇଛନ୍ତି। କର୍ମ ଅନୁଯାୟୀ ବିଚାର କରି ପ୍ରତିକାର ବା ପାପ ନାଶ ପାଇଁ ଉପାୟ ବତାଇଛନ୍ତି। ବିଶେଷକରି ମାଛିଆ ପାତକ ଲାଗିଥିବା ବ୍ୟକ୍ତି କିମ୍ବା ଗୋ ମୃତ୍ୟୁ ପାଇଁ ନିଜକୁ ଦାୟୀ କରୁଥିବା ଲୋକମାନେ ସେମାନଙ୍କ ପାପ କ୍ଷୟ ପାଇଁ ଏହି ମଣ୍ଡପକୁ ପରାମର୍ଶ ନେବାକୁ ଆସିଥାନ୍ତି। ମଣ୍ଡପରେ ପଣ୍ଡିତମାନେ ବସି ପାତକ ଖଣ୍ଡନ ହେବାର ପଦ୍ଧତି କହିଥାନ୍ତି। ଯଦି ଏଠାକାର ପଣ୍ଡିତମାନେ ଉପାୟ ବତାଇବାରେ ବିଫଳ ହୁଅନ୍ତି, ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁରୀ ମୁକ୍ତି ମଣ୍ଡପକୁ ଯିବା ପାଇଁ ପରାମର୍ଶ ଦେଇଥାନ୍ତି। ତଳମୂଳ, ମହୀଧରପୁର, ଫୁଲୁପଡା, ଗଡ଼ସନ୍ତ୍ରୀ, ତୁଳସୀପାଳ, ଅନୁଗୋଳ, ବନ୍ତଳା, ବଅଁରପାଳ, କୁଲାଡ଼, ନୂଆହତା, ଗିରାଙ୍ଗ, ହିନ୍ଦୋଳ ସମେତ ଆଖପାଖ ୨୨ଖଣ୍ଡ ମୌଜାର ଲୋକଙ୍କ ଅଗାଧ ବିଶ୍ୱାସ ରହିଛି ଏହି ମେଘନାଦ ମଣ୍ଡପ ଉପରେ।
ପାପ କ୍ଷୟର ଉପାୟ ମିଳେ
ମେଘନାଦ ମଣ୍ଡପର ବହୁ ଇତିହାସ ରହିଛି। ରାଜାଙ୍କ ଶାସନ ସମୟରୁ ପଣ୍ଡିତମାନେ ଏହି ମଣ୍ଡପରେ ବସି ଉଚିତ ପରାମର୍ଶ ଦେଇଆସିଛନ୍ତି। ପାପ ନାଶ ସହ ପୁଣ୍ୟ ଅର୍ଜନର ଉପାୟ ସମ୍ପର୍କରେ ପଣ୍ଡିତମାନେ ଅନେକ ଲୋକଙ୍କୁ ଦିଗ୍‌ଦର୍ଶନ ଦେଇଛନ୍ତି।
-ଚନ୍ଦ୍ର ଶେଖର, ଗ୍ରାମବାସୀ
ଅଗାଧ ବିଶ୍ୱାସ ରହିଛି
ତଳମୂଳଶାସନରେ ଥିବା ମେଘନାଦ ମଣ୍ଡପରୁ ପରାମର୍ଶ ନେଇ ଆଖପାଖ ଅଞ୍ଚଳର ବହୁ ଲୋକ ନିଜ ପାପ କ୍ଷୟ କରିଛନ୍ତି। ଏଠାକାର ପଣ୍ଡିତମାନଙ୍କ ବିଚାର ଉପରେ ସମସ୍ତଙ୍କ ଅଗାଧ ବିଶ୍ୱାସ ରହିଛି। ସେଥିପାଇଁ ଦୂର ଦୂରାନ୍ତରୁ ଲୋକେ ଏଠାକୁ ଆସିଥାନ୍ତି।
-ସୁଧୀର କୁମାର ନନ୍ଦ, ଗ୍ରାମବାସୀ
ପୂର୍ବାପେକ୍ଷା ଭଲ ବ୍ୟବସ୍ଥା ଅଛି
ପୂର୍ବରୁ ଏହି ମଣ୍ଡପ ଅବହେଳିତ ଅବସ୍ଥାରେ ରହିଥିଲା। ପଣ୍ଡିତମାନେ ତଳେ ବସୁଥିଲେ। ମାତ୍ର ଏବେ ଭଲ ବ୍ୟବସ୍ଥା ହୋଇଛି। ପକ୍କା ଘର କରାଯାଇଥିବାରୁ ପଣ୍ଡିତ କିମ୍ବା ଆସୁଥିବ ଲୋକମାନେ ପୂର୍ବପରି ଅସୁବିଧର ସମ୍ମୁଖୀନ ହେଉନାହାନ୍ତି।
-ଛେଲୁ ନନ୍ଦ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌...

କମେଣ୍ଟମରାକୁ ନେଇ ଛାତ୍ର-ଅଣଛାତ୍ର ମାରପିଟ୍‌

ରାୟଗଡ଼ା,୪।୧୨(ଆଶିଷ ରଞ୍ଜନ ପଣ୍ଡା): କମେଣ୍ଟମରାକୁ କେନ୍ଦ୍ର କରି ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସୋମବାର ମାରପିଟ୍‌ ହୋଇଛି । ଖବରପାଇ ପୋଲିସ...

ବାତ୍ୟା ମିଗଜୋମ୍‌ ଲାଗି ଚାଷୀଙ୍କୁ ସତର୍କ

ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ...

ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଲେ ସରକାର

ଭୁବନେଶ୍ୱର,୪ା୧୨: କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଐତିହାସିକ ବାଲିଯାତ୍ରାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri