Posted inଖେଳ

ଇର୍ଫାନଙ୍କ ସମେତ ୫ ଆଥ୍‌ଲେଟ ପଜିଟିଭ

ନୂଆଦିଲ୍ଲୀ, ୧୪ା୫(ପି.ଟି.)-ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ସେଣ୍ଟର ଅଫ୍‌ ଏକ୍ସଲେନ୍ସଠାରେ ୫ଜଣ ଆଗଧାଡ଼ି ଆଥ୍‌ଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରେସ୍‌ ଓ୍ବାକର କେ.ଟି. ଇର୍ଫାନ ଅନ୍ୟତମ। ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଖବର ଅନୁସାରେ ଜଣେ ରେସ୍‌ ଓ୍ବାକର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ହେଲେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ସାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪ ପୁରୁଷ, ଜଣେ ମହିଳା ଖେଳାଳି ଓ ୪ ସପୋର୍ଟ ଷ୍ଟାଫ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମହିଳା ଖେଳାଳି ଜଣକ ନିଜ ଘରୁ ଫେରିଥିଲେ। ଖେଳାଳିମାନଙ୍କର ଗତ ୬ ତାରିଖରେ ଟେଷ୍ଟ ହୋଇଥିଲା। ୭ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ସେମାନେ ସେମାନଙ୍କ ପ୍ରଥମ କରୋନା ଟିକା ଏପ୍ରିଲ ୨୯ରେ ନେଇଥିଲେ। ଜଣେ ପୁରୁଷ ଓ ମହିଳା ଖେଳାଳି ଟିକା ନେଇ ନ ଥିଲେ। ସେମାନଙ୍କର ୧୦ ତାରିଖରେ ଟେଷ୍ଟ ହୋଇଛି। ଫଳାଫଳ ଶୁକ୍ରବାର ପ୍ରକାଶ ପାଇବ। କରୋନା ପଜିଟିଭଙ୍କ ମଧ୍ୟରେ କେହି ମହିଳା ରେସ୍‌ ଓ୍ବାକର ନାହାନ୍ତି। ୩୧ ପର୍ଷୀୟ ଇର୍ଫାନ ୨୦୧୯ ପ୍ରାରମ୍ଭରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଜାପାନର ନୋମିଠାରେ ଅନୁଷ୍ଠିତ ଏସିଆନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ରେ ୨୦ କିମି ଇଭେଣ୍ଟରେ ଚତୁର୍ଥ ହୋଇଥିଲେ। ଗତ ମାସରେ ଏଠାରେ ଭାରତୀୟ ଆଥ୍‌ଲେଟ୍‌ମାନେ ଟ୍ରେନିଂ ନେଉଥିବାବେଳେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ପ୍ରିୟଙ୍କା ଗୋସ୍ବାମୀ, ଏସିଆନ ଗେମ୍ସ ୧୫୦୦ମିଟର ସ୍ବର୍ଣ୍ଣ ବିଜେତା ଜିନ୍‌ସନ ଜନସନ, ଲଙ୍ଗ ଡିଷ୍ଟାନ୍ସ ରନର ପାରୁଲ ଚୌଧାରୀ, ଷ୍ଟିପଲ ଚେଜର ଚିନ୍ତା ଯାଦବ ଏବଂ ଅନ୍ୟ ଜଣେ ରେସ୍‌ ଓ୍ବାକର ଏକନାଥ ଏହି ମାରାତ୍ମକ ଭୂତାଣୁର ଶିକାର ହୋଇଥିଲେ। ସେ ସମୟରେ ରଷିଆନ ରେସ୍‌ ଓ୍ବାକର ଆଲେକ୍‌ଜାଣ୍ଡର ଆର୍ଟସିବାସେଭ୍‌ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେତେବେଳେ ଜନସନଙ୍କ ସହ ଅଧିକ ମିଳାମିଶା କରୁଥିଲେ ମଧ୍ୟ ଜନସନଙ୍କର ନେଗେଟିଭ ଆସିଥିଲା। ଏହି ସାଇ ସେଣ୍ଟର ଉଭୟ ମହିଳା ଓ ପୁରୁଷ ହକିି ଦଳ ଏବଂ ଦୌଡ଼କୁଦ ଆଥ୍‌ଲେଟମାନଙ୍କ ଟ୍ରେନିଂ ସ୍ଥଳ। ନିକଟରେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ, ତାଙ୍କର ୬ ସାଥୀ ଖେଳାଳି ଏବଂ ୨ ସପୋର୍ଟ ଷ୍ଟାଫ୍‌ କରୋନା ସଂକ୍ରମିତ ହୋଇଥିଲେ। ଦୁଇ ସପ୍ତାହ ଧରି କ୍ୱାରାଣ୍ଟାଇନ୍‌ରେ ରହିବା ପରେ ସେମାନେ ସୁସ୍ଥ ହୋଇ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri