ମଧୁର ସମ୍ପର୍କର ମାଧ୍ୟମ

ମଧୁର ସମ୍ପର୍କରେ ପରସ୍ପରକୁ ବାନ୍ଧି ହସଖୁସିରେ ପରିବାର ଚଳାଇନେବାକୁ ସ୍ବପ୍ନ ଦେଖିଥାନ୍ତି ସମସ୍ତେ । କିନ୍ତୁ ଏଇ କାମକୁ ବେଶ୍‌ ସହଜ କରିପାରେ ଫୋନ୍‌ । ହଁ, ଅଯଥା ସମୟ ନଷ୍ଟ ନୁହେଁ ସମ୍ପର୍କ ବାନ୍ଧିବା ପାଇଁ ବି ବ୍ୟବହାର କରିହେବ ଫୋନ୍‌କୁ….

ବେଶି ସମୟ ଫୋନ୍‌ ବ୍ୟବହାର କରୁଥିବାରୁ ବେଳେବେଳେ ଘରକାମର ରୁଟିନ୍‌ ସବୁ ଏପଟସେପଟ ହୋଇଯାଏ। କିଏ କହେ ଫୋନ୍‌ ପାଇଁ ସମ୍ପର୍କ ଭାଙ୍ଗିଗଲା ତ ଆଉ କିଏ କହେ ସବୁ କାମ ଭୁଲ୍‌ ହୋଇଗଲା। କିନ୍ତୁ ଘର କାମକୁ ସହଜ କରି ସମ୍ପର୍କ ମଜଭୁତ କରିବା ପାଇଁ ବି ଫୋନ୍‌କୁ ବ୍ୟବହାର କରିହେବ। ଠିକ୍‌ ଢଙ୍ଗରେ ଫୋନ୍‌କୁ ବ୍ୟବହାର କରିପାରିଲେ ଆପଣ ବି ହୋଇପାରିବେ ବୁଦ୍ଧିମତୀ ବୋହୂ।
ଫୋନ୍‌ରେ ରୋଷେଇ: କର୍ମଜୀବୀ ହୁଅନ୍ତୁ କି ଗୃହିଣୀ ସମସ୍ତଙ୍କ ପାଇଁ ରୋଷେଇ କରିବା ଏକ କଳା। ଅନେକ ସମୟରେ ଭଲ ଖାଇବା ତିଆରି କରି ପିଲାମାନଙ୍କୁ ଖୁସି କରିହୁଏ ତ କେବେ ପୁଣି ଶାଶୁ ଶ୍ୱଶୁର କିମ୍ବା ସ୍ବାମୀଙ୍କୁ ମଧ୍ୟ ସନ୍ତୁଷ୍ଟ କରିହୁଏ। ତେଣୁ ଫୋନ୍‌ରୁ ଦେଖି କେବେକେବେ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କଲେ ସମସ୍ତଙ୍କୁ ଭଲ ଲାଗିବ।
ମନେରହିବ ସ୍ବତନ୍ତ୍ର ଦିନ: ପରିବାର ଲୋକଙ୍କ ସହିତ ସମ୍ପର୍କୀୟ ଲୋକମାନଙ୍କର ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ଆଦି ସବୁ ଫୋନ୍‌ରେ ମନେ ରଖିହେବ। ସମସ୍ତଙ୍କର ସ୍ବତନ୍ତ୍ର ଦିନଗୁଡ଼ିକୁ ହୁଏତ ମନେ ରଖିବା ସମ୍ଭବ ହୋଇ ନ ପାରେ। କିନ୍ତୁ ଫୋନ୍‌ରେ ଏସବୁକୁ ଅତି ସହଜରେ ମନେପକାଇ ହେବ। ତେଣୁ ଠିକ୍‌ ସମୟରେ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଆୟୋଜନ କରିହେବ। କିଛି କରି ନ ପାରିଲେ ବି ମନେପକାଇ ଶୁଭେଚ୍ଛା ଜଣାଇହେବ। ଏଇ ଛୋଟ ଛୋଟ ଖୁସି ବି ସମ୍ପର୍କକୁ ମଜଭୁତ କରିବାରେ ବେଶ୍‌ ସହାୟକ ହୋଇପାରିବ।
ଏକାଠି ମନୋରଞ୍ଜନ: ପରିବାରରେ ଏକାଠି ବସି ଫୋନ୍‌ରେ ମନୋରଞ୍ଜନ କରିପାରିବେ। କେବେ ସିନେମା କିମ୍ବା କିଛି ପାରମ୍ପରିକ ସିରିଏଲ୍‌କୁ ଏକାଠି ବସି ସମସ୍ତେ ଦେଖିପାରିବେ। ଏମିତିକି ଅଲଗା ଅଲଗା ସ୍କ୍ରିନ୍‌ରେ ମଧ୍ୟ ଏକ ସମୟରେ ସମାନ ଜିନିଷ ଦେଖି ମଜା ନେଇପାରିବେ। ଆଉ ସମ୍ପର୍କକୁ ମଜଭୁତ କରି ରଖିବା ପାଇଁ ଏମିତି ସୁଯୋଗ ମଧ୍ୟ ବେଶ୍‌ ସହାୟକ ହୋଇପାରିବ।
ସମୟ ପରିଚାଳନା: ଗୃହିଣୀମାନେ ଫୋନ୍‌ ମାଧ୍ୟମରେ ସମୟ ପରିଚାଳନା କରିବାର ସୁଯୋଗ ପାଇପାରିବେ। ଅନ୍‌ଲାଇନ ଅର୍ଡର କରି ଚାହିଁଲେ ଘରେ ବସି ସବୁ ଜିନିଷ କିଣିପାରିବେ। ତେଣୁ ମାର୍କେଟ ଯାଇ ସମୟ ନଷ୍ଟ କରିବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ ଅନ୍‌ଲାଇନ ମାଧ୍ୟମରେ ବିଭିନ୍ନ ବିଲ୍‌ ମଧ୍ୟ ପୈଠ କରିପାରିବେ।
ହିସାବ କିତାବ: ଫୋନ୍‌ରେ ସବୁ ପ୍ରକାର ହିସାବକରି ସହଜରେ ଘରର ଆର୍ଥିକ ପରିଚାଳନା କରିପାରିବେ। ଏମିତିକି ଅନେକ ହିସାବ କିମ୍ବା ଘର ଖର୍ଚ୍ଚ ଅଥବା କାହାକୁ କିଛି ଦିଆଯାଇଥିବା ଅର୍ଥ ସବୁ ବିଷୟରେ ମନେରଖିବା ପାଇଁ ମଧ୍ୟ ଫୋନ୍‌କୁ ବ୍ୟବହାର କରିହେବ। ଆଉ ଫୋନରେ ରଖିଥିବା ହିସାବ କିମ୍ବା ବିଲ୍‌ ସବୁ ହଜିବା ଆଶଙ୍କା ମଧ୍ୟ କମ୍‌।

କ’ଣ କରନ୍ତି ଏମାନେ…

ଫୋନ୍‌ରେ ସବୁ କରି ହେଉଛି
ଏବେ ତ ମୁଁ ସବୁ କାମ ଫୋନ୍‌ରେ କରି ଦେଉଛି। ପିଲାଙ୍କର ସ୍କୁଲ, ଟ୍ୟୁଶନ ଫି’ଠାରୁ ଆରମ୍ଭକରି ସବୁ କିଛି ଘରେ ବସି କରି ଦେଉଛି। ତେଣୁ ମୋର ବହୁତ ସମୟ ବଞ୍ଚୁଛି ଆଉ ମୁଁ ଘର କାମ ସବୁ କରିପାରୁଥିବାରୁ ସମସ୍ତେ ବେଶ୍‌ ଖୁସି ହେଉଛନ୍ତି। ଏହା ବ୍ୟତୀତ ଫୋନ୍‌ରୁ ଦେଖି ମୁଁ ପିଲାଙ୍କୁ ସହଜରେ ପାଠ ବି ପଢ଼ାଇ ପାରୁଛି। ତେଣୁ ଘର ଚଳାଇବା ଲାଗି ମୋ ପାଇଁ ଫୋନ୍‌ ତ ନିହାତି ଆବଶ୍ୟକ।
-କରିସ୍ମା ବିଶ୍ୱାଳ, କର୍ମଜୀବୀ, ନୟାପଲ୍ଲୀ ବ୍ରିଟ୍‌ କଲୋନୀ, ଭୁବନେଶ୍ୱର
ନୂଆ ଖାଦ୍ୟ ତିଆରି କରେ
ବେଳେବେଳେ ଫାଙ୍କା ସମୟ ପାଇଲେ ମୁଁ ଫୋନ୍‌ରୁ ଦେଖି ନୂଆ ନୂଆ ଖାଦ୍ୟ ଆଇଟମ୍‌ ସବୁ ତିଆରି କରେ। ମୋର ଏଇ ଗୁଣ ପାଇଁ ମୋ ଶାଶୁଘରେ ସମସ୍ତେ ଖୁସି। କାହିଁକିନା ସେମାନଙ୍କୁ ସବୁବେଳେ ନୂଆ ନୂଆ ଖାଦ୍ୟ ଆଇଟମ୍‌ ଖାଇବା ପାଇଁ ମିଳିଯାଏନା। ତେଣୁ କିଛି ନୂଆ ଖାଦ୍ୟ କରିବା ପାଇଁ ଯାହା ଆବଶ୍ୟକ ହୁଏ ସେସବୁକୁ ସଙ୍ଗେ ସଙ୍ଗେ ପିଲାମାନେ ମତେ କିଣି ଆଣି ଦେଇଥାନ୍ତି। ଆଉ ଫୋନ୍‌ ଦେଖି ମୁଁ ଘର ସଜାଇବା ପାଇଁ ନୂଆ ନୂଆ ଆଇଡିଆ ବି ପାଏ। ତେବେ ପିଲାମାନଙ୍କୁ ମୁଁ ବେଶି ସମୟ ଫୋନ୍‌ ଦେଖିବାକୁ ଦିଏନି। ଖାଲି ସେମାନଙ୍କ ପାଠପଢ଼ା ସମୟକୁ ଛାଡ଼ିଦେଲେ ସେମାନଙ୍କ ସହ ମୁଁ ଏକାଠି ସମୟ କାଟେ।
-ମମତା ସାହୁ, ଗୃହିଣୀ, ଆଶୁତୋଷ ନଗର, କେଶୁରା, ଭୁବନେଶ୍ୱର
ଫୋନ୍‌ ଦେଖିଲେ ମନେପଡ଼େ
ପିଲାମାନଙ୍କଠାରୁ ଫୋନ୍‌କୁ ଦୂରେଇ ରଖିବା ପାଇଁ ମୁଁ ଚେଷ୍ଟାକରେ ସତ, କିନ୍ତୁ ଫୋନ୍‌ରେ ହିଁ ମୁଁ ସବୁ କାମ କରେ। ଫୋନ୍‌ ଯେମିତି ମୋର ସବୁଠୁ ଘନିଷ୍ଠ ସାଙ୍ଗ ଭଳି। ଶାଶୁ ଘର ଲୋକ ଏବଂ ବାପଘର ଲୋକ ତଥା ମୋ ସାଙ୍ଗସାଥୀ ସମସ୍ତଙ୍କ ଜନ୍ମଦିନ ମତେ ମନେପକାଇ ଦିଏ ଫୋନ୍‌। ସେଥିପାଇଁ ମୁଁ ଠିକ୍‌ ସମୟରେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଘରେ କିଛି ଭଲ ଖାଦ୍ୟ ତିଆରି କରିଥାଏ।
-ସୋନାଲି ଲେଙ୍କା, ଗୃହିଣୀ, ଗୋପାଳପୁର, କଟକ

 


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri