ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି। ସେହି ଖବରଟା ବନାଗ୍ନି ପରି ବ୍ୟାପିବାରେ ଲାଗିଛି। ସକ୍ରେଟିସ ଉତ୍ତର ଦେଲେ ପ୍ରଥମେ କୁହ ସେହି ଖବରଟି ସତ୍ୟ ନା ମିଥ୍ୟା? ତୁମେ ନିଜେ ଅନୁସନ୍ଧାନ କରିଛକି? ବନ୍ଧୁ ଜଣକ କହିଲେ, ନା ନା ସେହି କଥା ଲୋକେ ସବୁଠାରେ କୁହାକୁହି ହେଉଛନ୍ତି। ଏହାପରେ ସକ୍ରେଟିସ କହିଲେ ଏହା ଭଲ ଖବର କି? ଏହା ଭଲ ଖବର ନୁହେଁ ବୋଲି ବନ୍ଧୁ ଉତ୍ତର ଦେଲେ। ଏହାପରେ ସକ୍ରେଟିସ କହିଲେ ଯେଉଁ ଖବର ଭଲ ନୁହେଁ କି ସତ୍ୟ ନୁହେଁ ତାହା ତୁମେ ଶୁଣୁଛ କାହିଁକି। ଜୀବନରେ ଅନେକ ଭଲ ଖବର ଥାଉ ଥାଉ ତୁମେ ମିଥ୍ୟା ଓ ଖରାପ ଖବର ଶୁଣୁଛ କାହିଁକି?
ଏ ତ ଗଲା ସକ୍ରେଟିସଙ୍କର ତାଙ୍କ ବନ୍ଧୁଙ୍କ ପାଇଁ ମିଥ୍ୟା ଖବର ପ୍ରତି ସତର୍କ ଓ ସଜାଗ ରହିବାର କଥା ।
ହଁ, ପାଠକ ବନ୍ଧୁ ଏହି ଉକ୍ତି ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ଆମ ସମାଜକୁ, ଆମ ରାଷ୍ଟ୍ରକୁ ଏବଂ ଆମ ଗଣତନ୍ତ୍ରକୁ ସଚେତନ ଓ ସତର୍କ କରି ଉଚିତ ମାର୍ଗରେ ପରିଚlଳିତ କରିବା ହେଉଛି ଗଣମାଧ୍ୟମର ପ୍ରମୁଖ ଓ ପ୍ରଧାନ ଦାୟିତ୍ୱ। ଗଣମାଧ୍ୟମର ଗୁରୁଦାୟିତ୍ୱ ହେଉଛି ଲୋକଙ୍କ ପାଖରେ ଠିକ୍‌ ତଥ୍ୟ ପହଞ୍ଚାଇବା। କିନ୍ତୁ ଦେଖାଯାଉଛି ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ବୈଦ୍ୟୁତିକ ଗଣମାଧ୍ୟମ ଅଧିକ ସତର୍କ ସଚେତନ କରିବା ଆଳରେ ଏଭଳି ବିଭ୍ରାନ୍ତିକର ଓ କଳ୍ପିତ କାହାଣୀର ତଥ୍ୟ ଦେଇ ଖବର ପରିବେଷଣ କରୁଛନ୍ତି, ଯାହା ଲୋକଙ୍କ ଭିତରେ ଭୟ ଏବଂ ଏକ ନକାରାତ୍ମକ ମନୋଭାବ ସୃଷ୍ଟି କରୁଛି କହିଲେ ଆଦୌ ଭୁଲ୍‌ ହେବନାହିଁ। ଏହା ଗଣତନ୍ତ୍ର ପ୍ରତି ନିଶ୍ଚିତ ଭାବେ ପୀଡ଼ାଦାୟକ, ଯାହା ପ୍ରତି ମୁହୂର୍ତ୍ତରେ ସମସ୍ତେ ଅନୁଭବ କରୁଛନ୍ତି।
ଧୀରେ ଧୀରେ ଯୁଗ ପରିବର୍ତ୍ତିତ ହୋଇଛି। ଖବରକାଗଜ ଓ ରେଡିଓର ସ୍ଥାନ ନେଇଛି ଦୂରଦର୍ଶନ ଓ ସାମାଜିକ ଗଣମାଧ୍ୟମ। ଏହା ବର୍ତ୍ତମାନ ସବୁଠାରୁ ଏକ ଶକ୍ତିଶାଳୀ, ପ୍ରଭାବଶାଳୀ ଗଣମାଧ୍ୟମ ଭାବେ ବିଗତ କିଛି ବର୍ଷ ହେବ କାର୍ଯ୍ୟ କରୁଛି। ଖୁବ୍‌ ଭଲ କଥା। ବିପର୍ଯ୍ୟୟ ସମୟରେ ମୁଖ୍ୟଧାରା ଓ ସାମାଜିକ ଗଣମାଧ୍ୟମ ଦେଶର ତଥା ସମାଜର କ୍ଷୟକ୍ଷତିଠାରୁ ଆରମ୍ଭକରି ସରକାରଙ୍କର ରୀତିନୀତି, ଯୋଜନା ଏବଂ ଅବ୍ୟବସ୍ଥାକୁ ଏଭଳି ଢଙ୍ଗରେ ପରିବେଷଣ କରୁଛି ଯାହାକୁ ସମସ୍ତେ ଉଦ୍‌ବିଘ୍ନତାର ସହ ଜାଣିବାକୁ ଚାହିଁ ବସିଛନ୍ତି । ପ୍ରତ୍ୟେକ ବିଷୟରେ ସୂଚନା ଲାଭ କରିବା ଫଳରେ ମଣିଷ ଅତୀତରେ ଯେଉଁ ବ୍ୟବଧାନ ଅନୁଭବ କରୁଥିଲା ତାହା ଆଜି ଅକ୍ଳେଶରେ ଦୂର ହୋଇଯାଇଛି।
କିନ୍ତୁ ପ୍ରାୟତଃ ଦେଖାଯାଉଛି, ସେ ବାତ୍ୟା ହେଉ, ବନ୍ୟା, ଭୂମିକମ୍ପ , ବସ୍‌, ବିମାନ ଅବା ଟ୍ରେନ୍‌ ଦୁଘଟଣା,ଅଗ୍ନିକାଣ୍ଡ ହେଉ ଅବା ସମାଜରେ ମହିଳା ତଥା କନ୍ୟାମାନଙ୍କ ପ୍ରତି ହେଉଥିବା ବଳାତ୍କାର, ଚୋରି ଡକାୟତି, ହତ୍ୟା ଭଳି ଘଟଣାକୁ ବୈଦ୍ୟୁତିକ ଗଣମାଧ୍ୟମ ଭାବେ ଟି ଆର୍‌ ପି ବଢ଼ାଇବା ପାଇଁ ପ୍ରତିଯୋଗିତା କରୁଛନ୍ତି। ସେହିସବୁ ଘଟଣାକୁ ଅତିରଞ୍ଜିତ କରି ପ୍ରଚାର ପ୍ରସାର କରିବା ଯୋଗୁ ସମାଜରେ ଏକ ନକାରାତ୍ମକ ପରିବେଶ ସୃଷ୍ଟି ହେବା ସହ ଜନସାଧାରଣ ଅଯଥା ଭୟର ଶିକାର ହେଉଛନ୍ତି। ଯେମିତିକି କିଛିଦିନ ତଳେ ଆମେ ଭୟଙ୍କର କରୋନା ବ୍ୟାଧିକୁ ଭେଟିଥିଲୁ କିନ୍ତୁ କିଛି ଗଣମାଧ୍ୟମ ଏହି ମହାମାରୀର କରାଳ ରୂପକୁ ଓ ତା’ର ପ୍ରଭାବରେ ଘଟୁଥିବା ବିପତ୍ତିକୁ ତଥା ତଜ୍ଜନିତ ମୃତ୍ୟୁସଂଖ୍ୟାକୁ ବୃଦ୍ଧି କରାଇ ଏଭଳି ଭୟଭିତ କରାଇଥିଲେ ଯାହାକୁ ଦେଖି ଦେଖି ଅନେକ ଜନସାଧାରଣ ଘରେ ରହି ମଧ୍ୟ ଭୟଙ୍କର ବ୍ୟାଧିର ଶିକାର ହୋଇ ଶେଷରେ ମୃତ୍ୟୁବରଣ କରିଥିଲେ। ଜୀବନ ଥାଉ ଥାଉ କେବଳ ଭୟର ଶିକlର ହୋଇ ସେମାନେ ହାର୍ଟଆଟାକ, ବ୍ଲଡ଼ପ୍ରେସର ଆଦି ବ୍ୟାଧିର ଶିକାର ହୋଇ ପ୍ରାଣ ହରାଇଲେ। ଆମେ ସମସ୍ତେ ଜାଣୁ ସକଳ ବ୍ୟାଧିର କାରଣ ହେଉଛି ଭୟ।
ସେହିପରି କୌଣସି ଦୁଘଟଣl ହେଉ,ବଳାତ୍କାର ଜନିତ ହତ୍ୟାକାଣ୍ଡ ହେଉ, ଅବା ବଳାତ୍କାର ହେଉ,ଏହାକୁ ଏତେ ମାତ୍ରାରେ ଗଣମାଧ୍ୟଗୁଡିକରେ ପ୍ରଚାର, ପ୍ରସାର କରାଯାଉଛି ଯେ ଆମ ଘରେ ରହୁଥିବା ଝିଅଟିର ମନର ଅବସ୍ଥା କ’ଣ ହେଉଥିବ ଆମେ କେବେ ଚିନ୍ତା କରିଛୁକି?
ଆମେ ଆଜି ବିଜ୍ଞାନ ଯୁଗରେ ପଦାର୍ପଣ କରୁଛୁ ଆଉ ସବୁ ସମସ୍ୟାର ସମାଧାନ ଏବେ ଆମ ହାତ ପାଆନ୍ତାରେ। କିନ୍ତୁ ଦେଖାଯାଉଛି ସମସ୍ୟାର ସମାଧାନ ଆମେ ଯେତିକି ପ୍ରଚାର ପ୍ରସାର କରୁନେ ତା’ଠାରୁ ଅଧିକ ଆମେ ବିପଦ ସମ୍ପର୍କରେ ଆଲୋଚନା କରୁଛେ। ପ୍ରତ୍ୟେକ ସମସ୍ୟାକୁ ସମ୍ମୁଖୀନ ହୋଇ ତାକୁ ମୁକାବିଲା କରିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଆବଶ୍ୟକ। କିନ୍ତୁ ବଡ଼ ଦୁଃଖର କଥା ଆମେ ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ଅହରହ ଆତଙ୍କ ସୃଷ୍ଟି କରି ଲୋକଙ୍କୁ ଭୟଭୀତ କରାଇଥାଉ। ଆବଶ୍ୟକତାଠାରୁ ଅଧିକ ବ୍ୟସ୍ତ ରହିବା ଆଦୌ ସଭ୍ୟ ମାନବ ସମାଜ ପାଇଁ ଶୋଭା ପାଏନାହିଁ। ବେଳେବେଳେ ଧର୍ମ ଧର୍ମ ଭିତରେ ଗୁଜବ ସୃଷ୍ଟିକରି ସାଧାରଣ କଥାକୁ ଅତିରଞ୍ଜିତ କରି ଏଭଳି ପରିବେଷଣ କରାଯାଉଛି ଯେ, ମାନବ ସଭ୍ୟତା ଅସହାୟ ହୋଇ ଆତଙ୍କିତ ହୋଇ ପଡ଼ୁଛି।
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?