ମେୟର ପ୍ରାର୍ଥୀଙ୍କ ଜୋର୍‌ଦାର ପ୍ରଚାର

ଭୁବନେଶ୍ୱର, ୧୩।୩ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଉତ୍ସାହିତ ପ୍ରାର୍ଥୀ ଓ ସମର୍ଥକ। ହାତରେ ଆଉ ମାତ୍ର ଦିନ କେଇଟା। ତେଣୁ କିପରି ଭୋଟରମାନଙ୍କୁ ନିଜ ଆଡକୁ ଢଳାଇବେ ସେ ନେଇ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ମହାନଗର ନିର୍ବାଚନରେ ସମସ୍ତଙ୍କ ନଜର ରହିଛି ହେଭି ଓ୍ବେଟ୍‌ ନେତ୍ରୀମାନଙ୍କ ଉପରେ। ଚଳିତଥର ଭୁବନେଶ୍ୱର ପ୍ରଥମ କରି ମହିଳା ମେୟରଙ୍କୁ ପାଇବାକୁ ଯାଉଛି। ମେୟର ପ୍ରାର୍ଥୀ ଭାବେ ମଇଦାନକୁ ୧୨ଜଣ ମହିଳା ଓହ୍ଲାଇଛନ୍ତି। ତେବେ ଲୋକଙ୍କ ନଜର ରାଜ୍ୟର ପ୍ରମୁଖ ୩ଦଳ ଯଥା ବିଜେଡ଼ି, ଭାଜପା ଓ କଂଗ୍ରେସ ପ୍ରାର୍ଥୀମାନଙ୍କ ଉପରେ ରହିଛି। କାହାର ମଧ୍ୟ ରାଜନୀତି ନେଇ ପ୍ରତ୍ୟେକ୍ଷ ଭାବେ ଅଭିଜ୍ଞତା ନ ଥିବାବେଳେ କିପରି ନିର୍ବାଚନ ବୈତରଣୀକୁ ପାର୍‌ କରିବେ ସେ ନେଇ କସରତ ଆରମ୍ଭ କରି ଦେଲେଣି। ନାମାଙ୍କନ ଦାଖଲ ପର ଦିନଠାରୁ ହିଁ ୩ ହେଭି ଓ୍ବେଟ୍‌ ପ୍ରାର୍ଥୀମାନେ ଜୋର୍‌ଦାର ପ୍ରଚାର ଆରମ୍ଭ କରି ଦେଲେଣି। ଟାଣ ଖରା କାରଣରୁ ସକାଳ ଓ ସନ୍ଧ୍ୟା ସମୟରେ ପ୍ରଚାର କରାଯାଉଛି। ଶନିବାର ବିଜେଡ଼ି ପ୍ରାର୍ଥୀ ସୁଲୋଚନା ଦାସ ପ୍ରାତଃ ସମୟରେ ଓ୍ବାର୍ଡ ନଂ ୪୯ ସ୍ଥିତ ଖାରବେଳ ପାର୍କ, ଖଣ୍ଡଗିରି ଯୋଗଶିବିର ଏବଂ ପ୍ରଜ୍ଞା ବିହାର ପାର୍କ ପରିଭ୍ରମଣ କରି ଲୋକଙ୍କ ସହିତ ମିଶିଥିଲେ। ଏହାପରେ ପ୍ରାର୍ଥୀ ଅଜିତ୍‌ ବେହେରାଙ୍କ ନେତୃତ୍ୱରେ ବଡ଼ଗଡ଼ ଗ୍ରାମ ପରିଭ୍ରମଣ କରିଥିଲେ। ପୂର୍ବତନ କର୍ପୋରେଟର ପ୍ରତାପ ଜେନା ଥିଲେ। ସେହିପରି ଓ୍ବାର୍ଡ ନଂ ୫୮ରେ କର୍ପୋରେଟର ପ୍ରାର୍ଥୀ ପୁଷ୍ପା ଦାସଙ୍କ ନେତୃତ୍ୱରେ ବ୍ରହ୍ମେଶ୍ୱର ପାଟଣା, ବିରଞ୍ଚତ୍ନାରାୟଣ ମହାସୁପକାରଙ୍କ ନେତୃତ୍ୱରେ ସାମନ୍ତରାପୁର ଅଞ୍ଚଳ ବୁଲି ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ପରେ ସନ୍ଧ୍ୟା ସମୟରେ ଧର୍ମବିହାର କମ୍ୟୁନିଟି ସେଣ୍ଟର, ସୌଭାଗ୍ୟ ନଗରରେ ଭୋଟର, ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳାଗୋଷ୍ଠୀଙ୍କୁ ଭେଟିଥିଲେ। ଏହି ସମୟରେ ସୁଲୋଚନାଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଯୁବ ନେତା ସମରେଶ ବେହେରା, ସନ୍ତୋଷ ବେଗ୍‌ଙ୍କ ସମେତ ବହୁ ସମର୍ଥକ ରହିଥିଲେ।
ଅପରପକ୍ଷେ ପଞ୍ଚାୟତ ନିର୍ବାଚନରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଉ କୌଣସି ଚାନ୍ସ୍‌ ନେବାକୁ ଚାହୁଁ ନାହାନ୍ତି ଦଳୀୟ ନେତା। ତେଣୁ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ସହ ଏବେଠାରୁ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି ଏମ୍‌ପି ଅପରାଜିତା ଷଡଙ୍ଗୀ। ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ପାଖକୁ ଯାଇ ଲବି କରୁଛନ୍ତି। ମୁଖ୍ୟତଃ ଶାସକ ଦଳର ଅପରାଗତାକୁ ପ୍ରସଙ୍ଗ କରି ପରିବର୍ତ୍ତନ ଦ୍ୱାହି ଦେଉଛନ୍ତି। ରାଜନୀତିରେ ନୂଆକରି ପାଦ ଥାପିଥିବା ସୁନୀତି ମଧ୍ୟ ପାରୁ ପର୍ଯ୍ୟନ୍ତ ଭୋଟରଙ୍କୁ ମନାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଶନିବାର ସୁନୀତି ନିଳାଦ୍ରୀବିହାର ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଯାଇଁ ଭୋଟରଙ୍କ ପାଖକୁ ଯାଇ ସେମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ଜୋର୍‌ଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଭୁବନେଶ୍ୱରର ପ୍ରାୟ ଅଢେଇଲକ୍ଷ ଲୋକ ବସ୍ତି ଅଞ୍ଚଳରେ ରହୁ ଥିବାରୁ ସେହି ଅଞ୍ଚଳକୁ ଫୋକସ୍‌ କରୁଛନ୍ତି। ଶନିବାର ମଧୁସ୍ମିତା ନିଜ ସମର୍ଥକଙ୍କ ସହିତ ମେ ଫେୟାର ମୁଣ୍ଡା ସାହି, କପିଳେଶ୍ୱର ଅଞ୍ଚଳ, ନୟାପଲ୍ଲୀ, ମାର୍କେଟ ବିଲ୍ଡିଂ ଅଞ୍ଚଳ, ୧ନଂ ହାଟ ଅଞ୍ଚଳ ବୁଲି ଲୋକଙ୍କୁ ଭେଟିଥିଲେ। ତାଙ୍କ ସହ ଭୁବନେଶ୍ୱର ଜିଲା ସଭାପତି ବିଶ୍ୱଜିତ୍‌ ଦାସ, ବରିଷ୍ଠ ମହିଳାନେତ୍ରୀ ସ୍ବାଧିନବାଳା ଦାସ, ସ୍ମିତାଞ୍ଜଳୀ ମହାନ୍ତି, ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା ଏବଂ ସ୍ଥାନୀୟ କର୍ପୋରେଟର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଧାନମଣ୍ଡି ପରିଦର୍ଶନ କଲେ ଉପଜିଲାପାଳ

ଆଠମଲ୍ଲିକ,୨୫।୧୨(ଡି.ଏନ.ଏ.): ଆଠମଲ୍ଲିକ ଉପଜିଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ବୁଧବାର ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ମଣ୍ଡିକୁ ଧାନ ଆଣିଥିବା...

ସ୍ପଷ୍ଟ କଲା ସାଧାରଣ ପ୍ରଶାସନ ବିଭାଗ: ମାସର ଦ୍ୱିତୀୟ ଶନିବାର ବି ଛୁଟି ରହିବ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂର୍ବଭଳି ମାସର ଦ୍ୱିତୀୟ ଶନିବାର ସରକାରୀ ଛୁଟି ଦିବସ ରହିବ। ଏ ନେଇ ସୋମବାର ସାଧାରଣ...

ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା। ମୃତକ ଜଣଙ୍କ ହେଲେ କଳାହାଣ୍ଡି ଜିଲାର ୩ ମହିଳା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ...

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୬ା୧୦(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି...

ନୂଆ ମୋଟର ଯାନ ଆଇନ ଅଡୁଆ: ପରିବହନ ବିଭାଗରେ ଖୋଲିଲା କଲ୍‌ ସେଣ୍ଟର; ସକାଳ ୮ରୁ ରାତି ୧୦ଟା ଯାଏ ଖୋଲା ରହିବ

ଭୁବନେଶ୍ୱର, ୮।୯(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ କରାଯାଇଛି। ଜରିମାନା ରାଶିକୁ କେଇ ଗୁଣା ବଢାଇ ଦିଆଯାଇଛି। ଏହାକୁ ନେଇ...

୩ ସ୍କୁଲରେ ଶୂନ ରେଜଲ୍ଟ,୧୧୭୦ରେ ସବୁ ପାସ୍‌

କଟକ ଅଫିସ,୬।୭: ବୁଧବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ...

ଲୋକ ସଭା ବାଚସ୍ପତିଙ୍କୁ ଭେଟିଲେ ଓଡ଼ିଶା ବାଚସ୍ପତି: ମନ୍ତ୍ରୀ, ବିଧାୟକଙ୍କୁ ଜ୍ଞାନ ଦେବାକୁ ଆସିବେ ସଂସଦୀୟ ଟିମ୍‌

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶନିବାର ନୂଆଦିଲ୍ଲୀରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ସୂର୍ଯ୍ୟ ଲୋକ...

ଏସ୍‌ସିବିରେ ଖୋଲିବ କରୋନା ସୂଚନା, ତାଲିମ କେନ୍ଦ୍ର

କଟକ ଅଫିସ୍‌,୧୫ା୪: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ କରୋନା ସମ୍ପର୍କରେ ତାଲିମ୍‌ ଏବଂ ସୂଚନା ପ୍ରଦାନ କରିବା...

Advertisement
Archives

Model This Week