ମେୟର ମୋତେ ମାରିବାକୁ ଷଡ଼ଯନ୍ତ୍ର କରୁଛନ୍ତି: କାମେଶ୍ୱର

କଟକ,୩ା୯(ସୁପ୍ରିୟା ପ୍ରିୟଦର୍ଶିନୀ)କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ମୋତେ ମାରିବାକୁ ଷଡଯନ୍ତ୍ର କରୁଛନ୍ତି। ଗତ ସ୍ବାୟତ୍ତ ଶାସନ ଦିବସରେ ମୋତେ ଦୁର୍ବ୍ୟବହାର କରିବା ସହ କହିଲେ ଯା ତୁ ଗାଡ଼ି ଧକ୍କା ହୋଇ ମରିବୁ। ମୁଁ ମରିଗଲେ ମେୟର କ’ଣ ମୋ ପରିବାରକୁ ଚଳାଇବେ? ଶନିବାର କଟକ ବିଜୁଭବନ ପରିସରରେ ଅନୁଷ୍ଠିତ ସିଏମ୍‌ସି କାଉନ୍‌ସିଲ ବୈଠକ ଆରମ୍ଭରେ ମେୟର ସିଂଙ୍କୁ ୩୫ ନମ୍ବର ଓ୍ବାର୍ଡର କଂଗ୍ରେସ କର୍ପୋରେଟର ଜେ. କାମେଶ୍ୱର ରାଓ ପ୍ରଶ୍ନ ପଚାରିଛନ୍ତି। ଏଥିସହ ସେ ହାତରେ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ କର୍ପୋରେଟରଙ୍କ ଏଭଳି ପ୍ରଶ୍ନର ଉତ୍ତର ନ ଦେଇ ମେୟର ନୀରବ ରହିଥିଲେ। ପରେ ଉପସ୍ଥିତ ଅନ୍ୟ କର୍ପୋରେଟର ରାଓଙ୍କୁ ବୁଝାଶୁଝା କରିବା ପରେ ବୈଠକ ଆଗକୁ ବଢିଥିଲା।

ଆସନ୍ତା ଗଣେଶ ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ସ୍ଥାନରେ ଜାଇକା ଏବଂ ୱାଟ୍‌କୋ କାର୍ଯ୍ୟକୁ ନେଇ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରକଳ୍ପ କାର୍ଯ୍ୟ ପାଇଁ ରାସ୍ତା ଖୋଳା ଯାଇଥିଲେ ମଧ୍ୟ ମରାମତି କରାଯାଉନାହିଁ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାଗୁଡିକ ଖାଲଖମାରେ ଭର୍ତ୍ତି ହୋଇଛି। ବାରମ୍ବାର କହିବା ସତ୍ତ୍ବେ ରାସ୍ତା ମରାମତି କରାଯାଉନାହିଁ ବୋଲି କର୍ପୋରେଟରମାନେ ଅଭିଯୋଗ କରିଥିଲେ। ପୂଜା ଓ ଭସାଣି ସମୟରେ ଯେଭିଳି ସମସ୍ୟା ଦେଖା ନ ଦେବ ସେ ଦିଗରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବିଭାଗକୁ ଡାକି ଏକ ମିଳିତ ବୈଠକ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ୧୦ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବାକୁ କର୍ପୋରେଟରମାନେ ମେୟରଙ୍କୁ କହିଥିଲେ। ଏହାପରେ ବହୁ କର୍ପୋରେଟର ନିଜ ୱାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ। ସିଏମ୍‌ସି ଅଧିକାରୀମାନଙ୍କ ପାଇଁ ଘରୋଇ ସଂସ୍ଥା ଦ୍ୱାରା ଗାଡିଗୁଡିକ ନିୟୋଜିତ କରାଯାଇଛି। ହେଲେ ଆବଶ୍ୟକତା ଠାରୁ ଅଧିକ ଗାଡି ନିୟୋଜିତ କରାଯାଇଥିବା ୫୪ ନମ୍ବର ୱାର୍ଡର କର୍ପୋରେଟର ତାପସ ରଞ୍ଜନ ସାମନ୍ତରାୟ ଅଭିଯୋଗ କରିଥିଲେ। ଏଦିଗରେ ଆସନ୍ତା କାଉନସିଲ ବୈଠକରେ ସମସ୍ତ ତଥ୍ୟ ରଖିବାକୁ ସେ କମିଶନର ନିଖିଲ ପଓ୍ବନ କଲ୍ୟାଣଙ୍କୁ କହିଥିଲେ। ମେୟର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି କମିଶନର ଶ୍ୱେତପଦ୍ମା ଡି. ଶତପଥୀ, ସଞ୍ଜୀବିତା ରାୟଙ୍କ ସହ କର୍ପୋରେଟରମାନେ ଉପସ୍ଥିତ ଥିଲେ।

ଅପବ୍ୟବହାର ହେଉଛି ସିଏମ୍‌ସିର ଟଙ୍କା
ପୂର୍ବରୁ ସିଏମ୍‌ସିର କଲ୍‌ ସେଣ୍ଟର ବାବଦକୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲା। ହେଲେ ଏବେ ଘରୋଇ ସଂସ୍ଥା ଦ୍ୱାରା ଏହି ସେଣ୍ଟର ପରିଚାଳିତ ହେଉଛି। ଏ ବାବଦକୁ ୨ କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅଧିକ ଅର୍ଥ ବ୍ୟୟ ସତ୍ତ୍ବେ ଲୋକମାନଙ୍କ କାମରେ ଏହା ଆସିପାରୁନାହିଁ। ବାସ୍ତବରେ ଏହାର କାର୍ଯ୍ୟକାରିତା କ’ଣ ରହିଛି ବୋଲି ୪୪ ନମ୍ବର ୱାର୍ଡ କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ ଅଭିଯୋଗ ଉଠାଇଥିଲେ।

ଗୃହ ତ୍ୟାଗ କଲେ ଭାଜପା କର୍ପୋରେଟର

ସିଏମ୍‌ସି ପକ୍ଷରୁ ଅଳିଆ ସଂଗ୍ରହ ପାଇଁ ଭଡାରେ ଆସିଥିବା ୬୦ଟି ନୂଆ ବ୍ୟାଟେରି ଚାଳିତ ଗାଡି (ବିଓଭି) କୁ ନେଇ ୨୬ ନମ୍ବର ୱାର୍ଡ କର୍ପୋରେଟର ଗଗନ ଓଝା ପ୍ରଶ୍ନ ଉଠାଇଥିଲେ। ଉକ୍ତ ଗାଡି ପ୍ରତି ସିଏମ୍‌ସି ମାସକୁ ୨୪ ହଜାର ଟଙ୍କା ଲେଖାଏଁ ଭଡା ଦେବ। ଏବାବଦରେ ବର୍ଷକୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ହେଲେ ଗାଡି କିଣିଥିଲେ ପ୍ରାୟ ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। କିନ୍ତୁ ତାହା କରା ନ ଯାଇ ଜନସାଧାରଣ ଟିକସ ଅର୍ଥର ଅପବ୍ୟବହାର କରାଯାଉଥିବା ଜେନା ଅଭିଯୋଗ କରିଛନ୍ତି। ହେଲେ ଏ ବାବଦରେ ସିଏମ୍‌ସି ଅଧିକାରୀଙ୍କ ନିକଟରୁ ତାଙ୍କୁ କୌଣସି ଉତ୍ତର ମିଳି ନ ଥିଲା। ଏପରି କି ମେୟରଙ୍କ ସହ ଏ ବିଷୟ କଥା କଟାକଟି ହେବାରୁ ସେ ଗୃହ ତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?