ନିର୍ବାହୀ ଅଧିକାରୀଙ୍କୁ କୈଫିୟତ ତଲବ କଲେ ପୌରାଧ୍ୟକ୍ଷା

ଭଦ୍ରକ ଅଫିସ,୧୧।୧୧: ଭଦ୍ରକ ପୌରପାଳିକା ବିବାଦ ତୁଟୁନି। ଗତ ଜୁନ୍‌ରେ ପୌର ଉପାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଏବେ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କୁ ଏକ ଚିଠି ଲେଖି ଦରମା କାହିଁକି ବନ୍ଦ କରା ନ ଯିବ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରା ନ ଯିବ ବୋଲି କୈଫିୟତ ତଲବ କରିଛନ୍ତି। ପୌରାଧ୍ୟକ୍ଷା ଉକ୍ତ ଚିଠିରେ ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଆପଣ ପୌର ଆଇନକୁ ଠିକ୍‌ ଭାବେ ବୁଝିନାହାନ୍ତି। ଉନ୍ନୟନ କାର୍ଯ୍ୟକୁ ଠିକ୍‌ ଭାବେ ପରିଚାଳନା କରୁନାହାନ୍ତି। ଆପଣ କ୍ଷେତ୍ରରେ ଉପସ୍ଥିତ ରହୁ ନ ଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ସମ୍ଭବ ହେଉନାହିଁ। ମନଇଚ୍ଛା ଅଫିସ ଚଳାଉଛନ୍ତି। ବିଭିନ୍ନ ୱାର୍ଡରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଓ ସରକାରୀ ଯୋଜନାର କ୍ଷେତ୍ରୀୟ ତଦାରଖ କରୁନାହାନ୍ତି। ଏପରିକି ଏ ସମସ୍ତ ବିଷୟରେ ମୋ ସହ କୌଣସି ଆଲୋଚନା କରୁନାହାନ୍ତି। ଦୈନନ୍ଦିନ କାର୍ଯ୍ୟ ସମ୍ବନ୍ଧରେ ଅବଗତ କରୁନାହାନ୍ତି। ସରକାରଙ୍କ ମୁକ୍ତା ଯୋଜନା, ଖାଦ୍ୟ ନିରାପତ୍ତା ଯୋଜନା, ଭତ୍ତା, ଉଦ୍ୟାନ ନିର୍ମାଣଠାରୁ ଆରମ୍ଭ କରି ଅନେକ ସରକାରୀ ଯୋଜନା ବାବଦରେ ମୋତେ କୌଣସି ସୂଚନା ଦିଆଯାଉ ନାହିଁ। ଏଣୁ ଓସିଏସ୍‌ ନିୟମାନୁଯାୟୀ କାହିଁକି ଆପଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ଓ ନଭେମ୍ବର ମାସର ଦରମା କାହିଁକି ବନ୍ଦ କରା ନ ଯିବ, ଏନେଇ ୩ ଦିନ ମଧ୍ୟରେ କୈଫିୟତ ଦିଅନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଚିଠିର ନକଲ ସେ ଜିଲାପାଳ, ଟ୍ରେଜେରୀ ଅଫିସର ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବଙ୍କୁ ପ୍ରଦାନ କରିଛନ୍ତି।
ଏନେଇ ପୌରାଧ୍ୟକ୍ଷା କହିଛନ୍ତି, ବିଭିନ୍ନ କାମ ସମ୍ବନ୍ଧରେ ମୋତେ କୌଣସି ସୂଚନା ଦେଉନାହାନ୍ତି, ଯାହାଦ୍ୱାରା ବିଭିନ୍ନ ୱାର୍ଡ ପରିଦର୍ଶନ ସମୟରେ ଲୋକେ ପଚାରୁଥିବା ପ୍ରଶ୍ନର ଉତ୍ତର ମଁୁ ଦେଇପାରୁ ନାହିଁ। ନିର୍ବାହୀ ଅଧିକାରୀ ମୋ ସହ ଯୋଗାଯୋଗରେ ରହୁନାହାନ୍ତି। ଅପରପକ୍ଷେ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ କହିଛନ୍ତି, ଏପରି ଚିଠି ଲେଖିବାର କ୍ଷମତା ପୌରାଧ୍ୟକ୍ଷାଙ୍କର ନାହିଁ। ସେ ନିଜ କ୍ଷମତା ବାହାରକୁ ଯାଇ ଏପରି ଚିଠି ଲେଖିଛନ୍ତି। ସେହିପରି ୪ଦିନ ତଳେ ପୌରାଧ୍ୟକ୍ଷା ଉପାଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଏନେଇ ପୌରାଧ୍ୟକ୍ଷା କହିଛନ୍ତି, ଉପାଧ୍ୟକ୍ଷାଙ୍କୁ ବସିବା ପାଇଁ ଦିଆଯାଇଥିବା କୋଠରୀରେ ଲକ୍ଷାଧିକ ଟଙ୍କାର କାମ ଚାଲିଛି। ଏହି କାମ ପାଇଁ କେଉଁ ଫଣ୍ଡରୁ ଟଙ୍କା ଆସିଛି ଓ କିଏ ଏହି କାମ କରୁଛନ୍ତି, ସେ ବିଷୟରେ ଜାଣିବା ନିମନ୍ତେ ଗତ ସେପ୍ଟେମ୍ବର ୨୮ରୁ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ଦେଢ଼ମାସ ବିତିଯାଇଥିଲେ ମଧ୍ୟ ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଲିଖିତ ଭାବେ କୌଣସି ସୂଚନା ଦେଇ ନ ଥିବାରୁ ଉପାଧ୍ୟକ୍ଷାଙ୍କ ଅଫିସ୍‌ରେ ତାଲା ପକାଇଛନ୍ତି। ଗୁରୁବାର ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା ପୌର କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଙ୍କ କୋଠରୀରେ ତାଲା ପଡ଼ିଥିଲା। ପୌର ନିର୍ବାହୀ ଅଧିକାରୀ ଚାବି ମାଗିବାରୁ ଉକ୍ତ କୋଠରୀରେ କରାଯାଉଥିବା କାର୍ଯ୍ୟ ବାବଦରେ ତଦନ୍ତ ପୂର୍ବକ ସବିଶେଷ ତଥ୍ୟ ଲିଖିତ ଭାବେ ପ୍ରଦାନ କରିବା ପରେ ତାଲା ଖୋଲାଯିବ ବୋଲି ପୌରାଧ୍ୟକ୍ଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?