ନିର୍ବାହୀ ଅଧିକାରୀଙ୍କୁ କୈଫିୟତ ତଲବ କଲେ ପୌରାଧ୍ୟକ୍ଷା

ଭଦ୍ରକ ଅଫିସ,୧୧।୧୧: ଭଦ୍ରକ ପୌରପାଳିକା ବିବାଦ ତୁଟୁନି। ଗତ ଜୁନ୍‌ରେ ପୌର ଉପାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଏବେ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କୁ ଏକ ଚିଠି ଲେଖି ଦରମା କାହିଁକି ବନ୍ଦ କରା ନ ଯିବ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରା ନ ଯିବ ବୋଲି କୈଫିୟତ ତଲବ କରିଛନ୍ତି। ପୌରାଧ୍ୟକ୍ଷା ଉକ୍ତ ଚିଠିରେ ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଆପଣ ପୌର ଆଇନକୁ ଠିକ୍‌ ଭାବେ ବୁଝିନାହାନ୍ତି। ଉନ୍ନୟନ କାର୍ଯ୍ୟକୁ ଠିକ୍‌ ଭାବେ ପରିଚାଳନା କରୁନାହାନ୍ତି। ଆପଣ କ୍ଷେତ୍ରରେ ଉପସ୍ଥିତ ରହୁ ନ ଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ସମ୍ଭବ ହେଉନାହିଁ। ମନଇଚ୍ଛା ଅଫିସ ଚଳାଉଛନ୍ତି। ବିଭିନ୍ନ ୱାର୍ଡରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଓ ସରକାରୀ ଯୋଜନାର କ୍ଷେତ୍ରୀୟ ତଦାରଖ କରୁନାହାନ୍ତି। ଏପରିକି ଏ ସମସ୍ତ ବିଷୟରେ ମୋ ସହ କୌଣସି ଆଲୋଚନା କରୁନାହାନ୍ତି। ଦୈନନ୍ଦିନ କାର୍ଯ୍ୟ ସମ୍ବନ୍ଧରେ ଅବଗତ କରୁନାହାନ୍ତି। ସରକାରଙ୍କ ମୁକ୍ତା ଯୋଜନା, ଖାଦ୍ୟ ନିରାପତ୍ତା ଯୋଜନା, ଭତ୍ତା, ଉଦ୍ୟାନ ନିର୍ମାଣଠାରୁ ଆରମ୍ଭ କରି ଅନେକ ସରକାରୀ ଯୋଜନା ବାବଦରେ ମୋତେ କୌଣସି ସୂଚନା ଦିଆଯାଉ ନାହିଁ। ଏଣୁ ଓସିଏସ୍‌ ନିୟମାନୁଯାୟୀ କାହିଁକି ଆପଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ଓ ନଭେମ୍ବର ମାସର ଦରମା କାହିଁକି ବନ୍ଦ କରା ନ ଯିବ, ଏନେଇ ୩ ଦିନ ମଧ୍ୟରେ କୈଫିୟତ ଦିଅନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଚିଠିର ନକଲ ସେ ଜିଲାପାଳ, ଟ୍ରେଜେରୀ ଅଫିସର ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବଙ୍କୁ ପ୍ରଦାନ କରିଛନ୍ତି।
ଏନେଇ ପୌରାଧ୍ୟକ୍ଷା କହିଛନ୍ତି, ବିଭିନ୍ନ କାମ ସମ୍ବନ୍ଧରେ ମୋତେ କୌଣସି ସୂଚନା ଦେଉନାହାନ୍ତି, ଯାହାଦ୍ୱାରା ବିଭିନ୍ନ ୱାର୍ଡ ପରିଦର୍ଶନ ସମୟରେ ଲୋକେ ପଚାରୁଥିବା ପ୍ରଶ୍ନର ଉତ୍ତର ମଁୁ ଦେଇପାରୁ ନାହିଁ। ନିର୍ବାହୀ ଅଧିକାରୀ ମୋ ସହ ଯୋଗାଯୋଗରେ ରହୁନାହାନ୍ତି। ଅପରପକ୍ଷେ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ କହିଛନ୍ତି, ଏପରି ଚିଠି ଲେଖିବାର କ୍ଷମତା ପୌରାଧ୍ୟକ୍ଷାଙ୍କର ନାହିଁ। ସେ ନିଜ କ୍ଷମତା ବାହାରକୁ ଯାଇ ଏପରି ଚିଠି ଲେଖିଛନ୍ତି। ସେହିପରି ୪ଦିନ ତଳେ ପୌରାଧ୍ୟକ୍ଷା ଉପାଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଏନେଇ ପୌରାଧ୍ୟକ୍ଷା କହିଛନ୍ତି, ଉପାଧ୍ୟକ୍ଷାଙ୍କୁ ବସିବା ପାଇଁ ଦିଆଯାଇଥିବା କୋଠରୀରେ ଲକ୍ଷାଧିକ ଟଙ୍କାର କାମ ଚାଲିଛି। ଏହି କାମ ପାଇଁ କେଉଁ ଫଣ୍ଡରୁ ଟଙ୍କା ଆସିଛି ଓ କିଏ ଏହି କାମ କରୁଛନ୍ତି, ସେ ବିଷୟରେ ଜାଣିବା ନିମନ୍ତେ ଗତ ସେପ୍ଟେମ୍ବର ୨୮ରୁ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ଦେଢ଼ମାସ ବିତିଯାଇଥିଲେ ମଧ୍ୟ ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଲିଖିତ ଭାବେ କୌଣସି ସୂଚନା ଦେଇ ନ ଥିବାରୁ ଉପାଧ୍ୟକ୍ଷାଙ୍କ ଅଫିସ୍‌ରେ ତାଲା ପକାଇଛନ୍ତି। ଗୁରୁବାର ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା ପୌର କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଙ୍କ କୋଠରୀରେ ତାଲା ପଡ଼ିଥିଲା। ପୌର ନିର୍ବାହୀ ଅଧିକାରୀ ଚାବି ମାଗିବାରୁ ଉକ୍ତ କୋଠରୀରେ କରାଯାଉଥିବା କାର୍ଯ୍ୟ ବାବଦରେ ତଦନ୍ତ ପୂର୍ବକ ସବିଶେଷ ତଥ୍ୟ ଲିଖିତ ଭାବେ ପ୍ରଦାନ କରିବା ପରେ ତାଲା ଖୋଲାଯିବ ବୋଲି ପୌରାଧ୍ୟକ୍ଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri