୨୦୨୨-୨୩ରେ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ

ସମ୍ବଲପୁର,୮ା୪ (ବ୍ୟୁରୋ): ଦେଶର ଅନ୍ୟ ଅଭୟାରଣ୍ୟ ତୁଳନାରେ ସମ୍ବଲପୁରର ଡେବ୍ରିଗଡ ଅଭୟାରଣ୍ୟକୁ ୨୦୨୨-୨୩ ବର୍ଷରେ ସର୍ବାଧିକ ପର୍ଯ୍ୟଟକ ଆସିଛନ୍ତି। ଏହି ବର୍ଷରେ ଏଠାରେ ଥିବା ଇକୋ ଟୁରିଜମରୁ ୨ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବେଳେ ପ୍ରାୟ ୨୭,୦୦୦ ପର୍ଯ୍ୟଟକ ପରିଦର୍ଶନ କରିଛନ୍ତି। ଏହା ମଧ୍ୟରେ ଇଉରୋପୀୟ ଦେଶ, ଦକ୍ଷିଣ ଆଫ୍ରିକା, କାଲିଫର୍ଣ୍ଣିଆ, ସିଡ୍‌ନୀ ପ୍ରଭୃତି ଦେଶର ପର୍ଯ୍ୟଟକ ରହିଛନ୍ତି। ଡେବ୍ରିଗଡର ପ୍ରକୃତି ଶିବିରରେ ୬୦୦୦ରୁ ଅଧିକ ପରିଦର୍ଶକ ରାତ୍ର ରହଣୀ କରିଛନ୍ତି। ସମୁଦାୟ ପର୍ଯ୍ୟଟକଙ୍କ ଭିତରୁ ପ୍ରାୟ ୧୦% ବିଦେଶୀ ରହିଛନ୍ତି। ସଫାରି ପ୍ୟାକେଜ୍‌, ହୀରାକୁଦ କ୍ରୁଜ୍‌ ଓ ଦ୍ୱୀପ ଥିବା ଯୋଗୁ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରୁଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି, ୧୨,୦୦୦ରୁ ଅଧିକ ପରିଦର୍ଶକ ଅଭୟାରଣ୍ୟର ଜଙ୍ଗଲ ସଫାରିରେ ଭ୍ରମଣ କରିଛନ୍ତି। ଅଭୟାରଣ୍ୟରେ ସମ୍ବର, ହରିଣ, ଭାଲୁ, ୱାଇଲ୍ଡବୋର୍‌, ମୟୂର ଆଦି ବନ୍ୟପ୍ରାଣୀ ରହିଛନ୍ତି। ହୀରାକୁଦ ହ୍ରଦ କୂଳରେ ଚିତାବାଘ ଦେଖିବା ମଧ୍ୟ ନିଶ୍ଚିତ ହୋଇଛି। ଡିସେମ୍ବର ଓ ଜାନୁୟାରୀ ମାସରେ ପ୍ରଥମଥର ପାଇଁ ବେଙ୍ଗଲ ଟାଇଗର ଦେଖିବାକୁ ମିଳିଥିଲା। ଗତବର୍ଷ ୧୬,୦୦୦ ପର୍ଯ୍ୟଟକ ଆସିଥିବାବେଳେ ୧.୫ କୋଟି ଟଙ୍କା ଆୟ ହୋଇଥିଲା। ୨୫୦୦ରୁ ଅଧିକ ପରିଦର୍ଶକ ହୀରାକୁଦ୍‌ ଆର୍ଦ୍ରଭୂମିରେ ଡଙ୍ଗା ଚାଳନା କରିଛନ୍ତି। ଦେବ୍ରିଗଡ ଇକୋଟୁରିଜିମରୁ ଅଞ୍ଚଳବାସୀ ଜୀବିକା ନିର୍ବାହ କରୁଛନ୍ତି। ୫ ଗାଁର ୪୫ରୁ ଅଧିକ ପରିବାର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ଡିଏଫ୍‌ଓ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri