Posted inଖେଳ

‘ଭାରତ ବିପକ୍ଷ ମ୍ୟାଚ୍‌ ଚ୍ୟାଲେଞ୍ଜପୂର୍ଣ୍ଣ’

ସ୍ପେନ୍‌, ଓ୍ବେଲ୍ସ, କୋରିଆ ପହଞ୍ଚିଲା

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି)/ ରାଉରକେଲା ଅଫିସ, ୯।୧: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ହକି ବିଶ୍ୱକପ୍‌ ପାଇଁ ଦଳଗୁଡ଼ିକର ଆସିବା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ରବିବାର ସ୍ପେନ୍‌ ଓ ଓ୍ବେଲ୍ସ ଦଳ ଭୁବନେଶ୍ୱର ବାଟଦେଇ ଚାର୍ଟର ବିମାନରେ ରାଉରକେଲାରେ ପହଞ୍ଚିଛନ୍ତି। ଦକ୍ଷିଣ କୋରିଆ ଦଳ ମଧ୍ୟ ଭୁବନେଶ୍ୱରରେ ପହଞ୍ଚତ୍ଛି। ଉଭୟ ସ୍ପେନ୍‌ ଓ ଓ୍ବେଲ୍ସ ଭାରତ ସାମିଲ ଥିବା ଗ୍ରୁପ୍‌ ‘ଡି’ରେ ରହିଛନ୍ତି। ଭାରତ ଏହାର ପ୍ରଥମ ମ୍ୟାଚ୍‌ ୧୩ ତାରିଖରେ ସ୍ପେନ୍‌ ବିପକ୍ଷରେ ଖେଳିବ। ସ୍ପେନ୍‌ ଅଧିନାୟକ ଆଲ୍‌ଭାରୋ ଇଗ୍‌ଲେସିଆସ ଏହାକୁ ବିଶ୍ୱର ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଦଳ ପାଇଁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ ବୋଲି ବର୍ଣ୍ଣନା କରିଛନ୍ତି। ”ଆମେ ଭଲଭାବେ ପ୍ରସ୍ତୁତି କରି ଏଠାକୁ ଆସିଛୁ। ସାଥିହୋଇ ଆମେ ଦୀର୍ଘଦିନ ଅଭ୍ୟାସ କରିଥିବାରୁ ମ୍ୟାଚ୍‌ ଆରମ୍ଭର ମୁହୂର୍ତ୍ତକୁ ଅପେକ୍ଷା କରିଛୁ। ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ନିଶ୍ଚିତ ଚ୍ୟାଲେଞ୍ଜପୂର୍ଣ୍ଣ“ ବୋଲି ଇଗ୍‌ଲେସିଆସ କହିଛନ୍ତି। ରାଉରକେଲାର ଷ୍ଟାଡିୟମ ବଡ଼। ସେଠାରେ ଷ୍ଟାଡିୟମଭରା ଦର୍ଶକ ଉପସ୍ଥିତ ଥିବେ। ଏଭଳି ସ୍ଥିତିରେ ସାଥୀ ଖେଳାଳି ଏବଂ ରେଫରିଙ୍କ କଥା ଶୁଣିବାରେ ଅସୁବିଧା ହୋଇପାରେ। ମାତ୍ର ଏଭଳି ପରିବେଶରେ ଖେଳିବାକୁ ଆଗ୍ରହର ସହ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି। ସ୍ପେନ୍‌ କୋଚ୍‌ ମ୍ୟାକ୍ସ କାଲଡାସ ମଧ୍ୟ ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ। ସ୍ପେନ୍‌ ଦଳ ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ମ୍ୟାଚ୍‌ ଭୁବନେଶ୍ୱରରେ ଖେଳିଥିଲା। ପ୍ରୋ-ଲିଗ୍‌ରେ ଖେଳିବା ଦ୍ୱାରା ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିବା କାଲଡାସ ସ୍ବୀକାର କରିଛନ୍ତି। ”ଭାରତକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ଆମ ପାଇଁ ସମ୍ମାନ ସଦୃଶ। ଏବେ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ହେଉଛୁ। କୌଣସି ସ୍ଥାନରେ ଅଧିକ ମ୍ୟାଚ ଖେଳିଲେ ସହଜ ଅନୁଭବ ହୋଇଥାଏ। ଆମେ ଭାରତକୁ ଆସି ସେଭଳି ଅନୁଭବ କରୁଛୁ। କରୋନା ମହାମାରୀ ପାଇଁ ଖେଳାଳିମାନେ ବହୁ ଦର୍ଶକଙ୍କ ସମାଗମରେ ଖେଳିପାରି ନ ଥିଲେ। ତେଣୁ ରାଉରକେଲାରେ ମ୍ୟାଚ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ“ ବୋଲି ସେ କହିଛନ୍ତି।

ବିପର୍ଯ୍ୟୟ ସୃଷ୍ଟି ଲକ୍ଷ୍ୟରେ ଓ୍ବେଲ୍ସ

ଓ୍ବେଲ୍ସ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ନିମ୍ନରେ ଥିଲେ ହେଁ କୋଚ୍‌ ନ୍ୟୁକମ୍ବ ପ୍ରତିପକ୍ଷ ଦଳଗୁଡ଼ିକୁ ଚେତାବନୀ ଦେଇଛନ୍ତି। ଏପରି କି ଦଳ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପ୍ରସ୍ତୁତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ”ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୫ତମ ସ୍ଥାନରେ ଥିଲେ ମଧ୍ୟ କେହି ଆମକୁ ହେୟ ମନେ କରିବା ଉଚିତ ନୁହେଁ। ଆମେ ଭାରତ, ଇଂଲଣ୍ଡ ଓ ସ୍ପେନ୍‌ ଆଦି ୩ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବାକୁ ଯାଉଛୁ। ମାତ୍ର ମନେରଖିବାକୁ ହେବ ଯେ ଆମେ ଏଠାକୁ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଆସିଛୁ। ଏଠାରେ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଛୁ। କେହି ଆମକୁ ହେୟ ମନେକରୁଥିବେ ବୋଲି ଭାବିପାରୁନି“ ବୋଲି ନ୍ୟୁକମ୍ବ ପ୍ରକାଶ କରିଛନ୍ତି। ରାଉରକେଲା ପରିବେଶରେ ଖେଳିବାରେ ତାଙ୍କର କିଛି ଅସୁବିଧା ହେବନାହିଁ ବୋଲି ସେ ଅନୁଭବ କରୁଛନ୍ତି। ”ଏବେ ଏଠାରେ ଗରମ ପରିବେଶ ନାହିଁ। ଆମେ ମାଲେସିଆରେ ଖେଳିଛୁ। ସେଠାକାର ପରିବେଶ ଉଷ୍ମ। ଆମେ ଭାରତରେ ମଧ୍ୟ ଗ୍ରୀଷ୍ମଋତୁରେ ଖେଳିଛୁ। ତେଣୁ କିଛି ଅସୁବିଧା ହେବନାହିଁ। ଏବେ ଓ୍ବେଲ୍ସ ପରି ଏଠାରେ ଥଣ୍ଡା ପରିବେଶ ରହିଛି। ତେଣୁ ଆମେ ଖେଳିବାକୁ ପ୍ରସ୍ତୁତ“ ବୋଲି ସେ କହିଛନ୍ତି। ରାଉରକେଲାରେ ୨୦,୦୦୦ ଦର୍ଶକଙ୍କ ସମ୍ମୁଖରେ ଖେଳିବା ନିଶ୍ଚିତ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ତେବେ ପ୍ରଦର୍ଶନ ଦ୍ୱାରା ସେମାନେ ଦର୍ଶକଙ୍କ ମନୋରଞ୍ଜନ କରିପାରିବେ ବୋଲି ଓ୍ବେଲ୍ସ ଅଧିନାୟକ ରୁପେର୍ଟ ଶିପେର୍ଲି ପ୍ରକାଶ କରିଛନ୍ତି। ଭାରତ ବିପକ୍ଷରେ ଓ୍ବେଲ୍ସ ଏହାର ଗ୍ରୁପ୍‌ ମ୍ୟାଚ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ। ତେଣୁ ରାଉରକେଲାରେ ଅନ୍ୟ ଦଳ ବିପକ୍ଷରେ ଖେଳିବାବେଳେ ଆମ ଦଳକୁ କିଛି ଦର୍ଶକଙ୍କ ସମର୍ଥନ ମିଳିବ ବୋଲି ଶିପେର୍ଲି ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?