ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର,୧୭।୭ (ବନ୍ଦନା ସେଠୀ): ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ। ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଥିବା ବିବାଦ ତୁଟୁ ନ ଥିବାବେଳେ ଏନେଇ ବିଏମ୍‌ସି କୌଣସି ଦୃଢ଼ ପଦକ୍ଷେପ ନେଉନାହିଁ। ଫଳରେ ମାର୍କେଟ ବିଲ୍ଡିଂ ଭିତରେ ଏବେ ଉଠାଦୋକାନୀମାନେ ଏକ ପ୍ରକାର କବ୍‌ଜା କରିସାରଲେଣି। ଏନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍‌ ବାରମ୍ବାର ବିଏମ୍‌ସିର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। କେବଳ ନାମକୁ ମାତ୍ର ଲୋକଦେଖାଣିଆ ଭାବେ ଉଠାଦୋକାନୀଙ୍କୁ ଉଠାଇ ପୁଣି ବସିବାର ସୁଯୋଗ ଦିଆଯାଉଛି। ଗୁରୁବାର ଆସୋସିଏଶନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ଉଠାଦୋକାନୀଙ୍କୁ ଉଠାଇବା ପାଇଁ ବିଏମ୍‌ସିକୁ ୩ଦିନ ସମୟ ଦିଆଯାଇଥିଲା। ମାତ୍ର ଏହା ମଧ୍ୟରେ ବିଏମ୍‌ସି ଆସୋସିଏଶନକୁ ଆଲୋଚନା ପାଇଁ ଡାକିବା ତ ଦୂରର କଥା କୌଣସି ଉତ୍ତର ମଧ୍ୟ ରଖିନାହିଁ। ଏଥିରୁ ବିଏମ୍‌ସି ପରୋକ୍ଷ ଭାବେ ଉଠାଦୋକାନୀଙ୍କୁ ସମର୍ଥନ କରୁଥିବା ଆସୋସିଏଶନ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ କରିବା ନେଇ ଆସୋସିଏଶନ ନିଷ୍ପତ୍ତି ନେଇଛି। ଏଥିସହ ସେହିଠାରେ ସ୍ଥାୟୀ ଦୋକାନୀମାନେ ଧାରଣା ଦେବେ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ଘଟଣା ସମ୍ପର୍କରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଉଠାଦୋକାନୀଙ୍କ ମଧ୍ୟରୁ ଅନେକ କୋର୍ଟରୁ ଷ୍ଟେ’ ଅର୍ଡର ଆଣିଥିବାରୁ ସେମାନଙ୍କୁ ଉଚ୍ଛେଦ କରିବା ସମ୍ଭବ ହୋଇପାରୁନି। ତେବେ ଏନେଇ ପଦକ୍ଷେପ ନିଆଯାଉଛି। ଆବଶ୍ୟକ ପଡିଲେ ଆସୋସିଏଶନ ସହିତ ଏନେଇ ଆଲୋଚନା କରାଯିବ। ସେହିପରି ବିଏମ୍‌ସି ଅଧିକାରୀଙ୍କ ବିପକ୍ଷରେ ଆସୋସିଏଶନ ଆଣୁଥିବା ଅଭିଯୋଗ ଭିତ୍ତିହୀନ। କୌଣସି ଅଧିକାରୀ ବଟି ନେଇ ଉଠାଦୋକାନୀଙ୍କୁ ବସିବାକୁ ପ୍ରଶୟ ଦେଉନାହାନ୍ତି। ଯଦି ଆସୋସିଏଶନ ଏଭଳି ଅଭିଯୋଗ ଆଣୁଛି ତେବେ ଏହାର ପ୍ରମାଣ ରଖିବା ପାଇଁ କମିଶନର କହିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୨ଶହ ଉଠାଦୋକାନୀଙ୍କ କବଳରେ ଏବେ ମାର୍କେଟ ବିଲ୍ଡିଂ ରହିଛି। ଉଠାଦୋକାନୀଙ୍କ ପାଇଁ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଥିବାବେଳେ ଅନେକ ସମୟରେ ଛିନ୍‌ତାଇ ଭଳି ଅପରାଧ ଘଟୁଛି। ଏଥିସହ ରାସ୍ତା ଅବରୋଧ ପାଇଁ ଗ୍ରାହକମାନଙ୍କ ଯାତାୟାତରେ ସମସ୍ୟା ଉପୁଜୁଛି। ଏନେଇ ଆସୋସିଏଶନ ବିଏମ୍‌ସିରେ ବହୁବାର ଅଭିଯୋଗ କରିବା ସହ ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀମୁକ୍ତ କରିବାକୁ ଦାବି କରି ଆସୁଛି। ମାତ୍ର ଏହାର ସ୍ଥାୟୀ ସମାଧାନ ବାହାରିପାରୁ ନ ଥିବାରୁ ଆସୋସିଏଶନ୍‌ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏଥିସହ ବିଏମ୍‌ସିର କିଛି ଅଧିକାରୀ ମାସିକିଆ ବଟି ନେଇ ଉଠାଦୋକାନୀଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ…

ପ୍ରକଳ୍ପ ଅଚଳ: ଚୁଆଁ ପାଣି ଭରସାରେ ସାହିବାସୀ

ଖଜୁରିପଡ଼ା,୨୨ା୫ (ବିଦୁର ବେହେରା): କନ୍ଦମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଗୁଦାରୀ ପାୟତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ମଲିକ ସାହିରେ ପାନୀୟ ଜଳ ସମସ୍ୟା ଉଟ ରୂପ…

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ଲ୍ୟାମ୍ପ MDଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟି ଟଙ୍କାର ଅର୍ଥ ହେରଫେର କରି ଗଲେ ଜେଲ୍

କଲ୍ୟାଣସିଂହପୁର, ୨୨।୫ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ସମବାୟ ସମିତି (ଲ୍ୟାମ୍ପ)ରେ ଘଟିଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ଼…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

ଥୁଆମୂଳ ରାମପୁରରେ ତୈଳ ସଙ୍କଟ:  ପମ୍ପ ବନ୍ଦ, ‘ଲୋକ ଦେଖି’ ତେଲ ବଣ୍ଟନ ଅଭିଯୋଗ; ବାସ୍ତବତାକୁ ଏଡ଼ାଇ ସବୁ ସ୍ୱାଭାବିକ ଥିବା….

ଥୁଆମୂଳ ରାମପୁର, ୨୨/୦୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri