ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବୃଦ୍ଧଙ୍କୁ ରାସ୍ତା ପାରି ହେଉଥିବା ଦେଖିବାକୁ ମିଳୁଛି। ବୃଦ୍ଧ ଜଣକ ବାଡ଼ି ଧରି ରାସ୍ତା ପାର ହେଉଥିବା ବେଳେ, ଜଣେ ବ୍ୟକ୍ତି ବାଇକ୍ରେ ଆସି ସମସ୍ତ ଗଡ଼ିକୁ ରାସ୍ତାରେ ଅଟକାଇ ଦେଉଛନ୍ତି। ପରେ ବୃଦ୍ଧ ଜଣକ ରାସ୍ତା ପାର ହେଉଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Keeping humanity alive💕 pic.twitter.com/BKmHM8zAy8
— Susanta Nanda IFS (@susantananda3) December 17, 2021