ମୁଖ୍ୟ ଚିକିତ୍ସାଳୟ ପରିସର ଏବେ ଡମ୍ପିଂୟାର୍ଡ

ଖୋର୍ଦ୍ଧା ଅଫିସ,୨୯ା୯: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି। ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ପଡୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଏବଂ ଟିକାକରଣ କେନ୍ଦ୍ର ପଛପଟେ ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଦୈନିକ ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏକ ମୁକ୍ତ ଅସ୍ଥାୟୀ ସ୍ଥାନରେ ଗଦା ହେଉଥିଲା। ଏଠାରୁ ପୌର କର୍ମଚାରୀମାନେ ଆସି ଏହାକୁ ଉଠାଇ ନେଇଯାଉଥିଲେ। ତେବେ ଏହି ଅସ୍ଥାୟୀ ସ୍ଥାନକୁ ମେଡିକାଲ କର୍ତ୍ତୃପକ୍ଷ ଭାଙ୍ଗିଦେଇଛନ୍ତି। ଫଳରେ ମେଡିକାଲ ବର୍ଜ୍ୟବସ୍ତୁକୁ ମନଇଚ୍ଛା ଯେଉଁଠି ସେଇଠି ଖାଲି ସ୍ଥାନରେ ଫିଙ୍ଗାଯାଉଛି। ସାଧାରଣତଃ ମେଡିକାଲରୁ ସାଲାଇନ, ଛୁଞ୍ଚିି, ଏକ୍ସପାଏରି ଔଷଧ, ଗଜ୍‌ କପଡ଼ା, କଟନ, ଅସ୍ତ୍ରୋପଚାରରେ ବ୍ୟବହୃତ ସାମଗ୍ରୀ ଏବଂ ରୋଗୀଙ୍କ ଦ୍ୱାରା ବ୍ୟବହୃତ ପଇଡ଼, ଖାଦ୍ୟ ସାମଗ୍ରୀ, ପଲିଥିନ, ଖବରକାଗଜ ପ୍ରଭୃତି ଦୈନିକ ୩ରୁ ୪ ଟନ୍‌ ବାହାରିଥାଏ। ତେବେ ଗତ ଦୁଇ ସପ୍ତାହ ହେଲା ଜିଲା ମୁଖ୍ୟ ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୋଟିଏ ଜାଗାରେ ପକାଇବା ପରିବର୍ତ୍ତେ ଏଣେତେଣେ ପକାଯାଉଛି। ଫଳରେ ପରିବେଶ ପ୍ରଦୂଷିତ ହେବା ସହ ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ନେଇ କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ। ଫଳରେ ଏଠାରେ ବର୍ଜ୍ୟବସ୍ତୁ ଦୀର୍ଘ ଦିନ ପଡ଼ି ରହି ପଚିଶଢି ଦୁର୍ଗନ୍ଧ ବାହାରୁଛି। ଏ ନେଇ ଡିଏମ୍‌ଓ (ମେଡିକାଲ) ବିଶ୍ୱମୋହନ ମିଶ୍ର କହିଛନ୍ତି, ପୂର୍ବରୁ ଏକ ଖୋଲାସ୍ଥାନରେ ଚାରିପଟୁ ୫ଫୁଟ କାନ୍ଥ ଉଠାଯାଇ ବର୍ଜ୍ୟବସ୍ତୁ ପୃଥକ ଭାବେ ପକାଯାଉଥିଲା। ଏହି ବର୍ଜ୍ୟବସ୍ତୁ ଉଠାଇବା ପାଇଁ ପୌର ପ୍ରଶାସନ ସହ ଏକ ଚୁକ୍ତିନାମା ହୋଇଥିଲା। ସେହି ଆଧାରରେ ମାସିକ ୧୫ରୁ ୧୮ଶହ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦିଆଯାଉଥିଲା। ମେଡିକାଲରେ ବିଭିନ୍ନ କୋଠା ନିର୍ମାଣ ଯୋଗୁ ଏହି ଅସ୍ଥାୟୀ ଶେଡ୍‌କୁ ଭାଙ୍ଗିଦିଆଯାଇଛି। ତେବେ ଏଣେତେଣେ ବର୍ଜ୍ୟବସ୍ତୁ ନ ପକାଇ ଏହାକୁ ଗୋଟିଏ ସ୍ଥାନରେ ପକାଇବା ପାଇଁ କୁହାଯାଇଛି। ଏହାର ସୁପରିଚାଳନା ପାଇଁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁପୁତ୍ରକୁ ଯୌନ ନିର୍ଯାତନା, ଉତ୍ତର ପ୍ରଦେଶର ଜଣେ ଗିରଫ

ବଲାଙ୍ଗୀର ଅଫିସ, ୯।୧: ବଲାଙ୍ଗୀର ସହରରେ ଉତ୍ତର ପ୍ରଦେଶର ଜଣେ ଯୁବକ ଭଡ଼ା ରହୁଥିଲେ। ସେ ଭଡାରେ ରହୁଥିବା ମାଲିକଙ୍କ ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ...

ମହିଳା ବୋହିଲେ ଦୋଳ ବିମାନ

ବଲାଙ୍ଗୀର ଅଫିସ,୧୮।୩: ବଲାଙ୍ଗୀର ଜିଲା ଯାଦବ ମହାସଭା ପକ୍ଷରୁ ମହାସମାରୋହରେ ଦୋଳ ମହୋତ୍ସବ ପାଳିତ ହୋଇଯାଇଛି। ୩ ଦିନ ଧରି ଆୟୋଜିତ ଏହି ମହୋତ୍ସବର ଶୁକ୍ରବାର...

ଢାବାରେ ବଢୁଛି ମଦ କାରବାର

ସୋନପୁର ୨୩।୪: (ନି.ପ୍ର.) ସୁବର୍ଣ୍ଣପୁର ଜିଲାର ପ୍ରମୁଖ ରାସ୍ତାପାର୍ଶ୍ୱରେ ଅନେକ ଢାବା ଗଢି ଉଠିଛି। ଅଧିକାଂଶ ଢାବାରେ ବେଆଇନ ବିଦେଶୀ ମଦ କାରବାର ବଢି ଚାଲିଛି।...

ଦମ୍ପତି ନିଖୋଜ, ହତ୍ୟା ସନ୍ଦେହ

କପ୍ତିପଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗଡ଼ିଆ ପଞ୍ଚାୟତ ଛାଞ୍ଚୁଣିଆ ଗ୍ରାମର ଏକ ଦମ୍ପତି ରବିବାର ସନ୍ଧ୍ୟାଠାରୁ ନିଖୋଜ ଅଛନ୍ତି।...

ଘୁମୁସର ଉତ୍ତର ବନଖଣ୍ଡରେ ୬୪ ହାତୀ

ଭଞ୍ଜନଗର,୨୫।୯(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି। ସନ୍ଧ୍ୟା ହେଲେ ହାତୀ ଜଙ୍ଗଲରୁ ବାହାରି ନିକଟସ୍ଥ...

ଆଇଟିଆଇ ୩ ବର୍ଷର ପରୀକ୍ଷାଫଳ ପ୍ରକାଶିତ

ଭଦ୍ରକ ଅଫିସ,୧।୧-ଏନ୍‌ସିଭିଟି ନୂଆଦିଲ୍ଲୀ ଅଧୀନରେ ଥିବା ଆଇଟିଆଇ ୨୦୧୮-୨୦, ୨୦୧୯-୨୧ ଓ ୨୦୨୦-୨୨ ବ୍ୟାଚ୍‌ର ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ୩ ବର୍ଷ କୋଭିଡ଼...

ଟାଟା ଷ୍ଟିଲ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଲାଗିଲା ୧୦୦୦ରୁ ଊର୍ଦ୍ଧ୍ୱ ଚାରା

ଢେଙ୍କାନାଳ ଅଫିସ, ୭।୬- ବିଶ୍ୱ ପରିବେଶ ଦିବସରେ ଅଭିନବ ପ୍ରୟାସ ଆରମ୍ଭ କରିଛି ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ ବିଏସ୍‌ଏଲ୍‌ କମ୍ପାନୀ। ଚଳିତ ବର୍ଷ...

ମାଛ ପାଇଁ ପାପୁଲି ଛିଣ୍ଡିଲା

ବୌଦ୍ଧ,୩୦।୩(ସ୍ବ.ପ୍ର.): ବୌଦ୍ଧ ସହରର ମହାନଦୀ ଘାଟରେ ମଙ୍ଗଳବାର ଡିନାମାଇଟ୍‌ ଫୁଟାଇ ମାଛ ମାରିବା ଜଣେ ଯୁବକଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଡିନାମାଇଟ୍‌ ହଠାତ୍‌...

Advertisement
Archives

Model This Week