ମୁଖ୍ୟ ଚିକିତ୍ସାଳୟ ପରିସର ଏବେ ଡମ୍ପିଂୟାର୍ଡ

ଖୋର୍ଦ୍ଧା ଅଫିସ,୨୯ା୯: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି। ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ପଡୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଏବଂ ଟିକାକରଣ କେନ୍ଦ୍ର ପଛପଟେ ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଦୈନିକ ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏକ ମୁକ୍ତ ଅସ୍ଥାୟୀ ସ୍ଥାନରେ ଗଦା ହେଉଥିଲା। ଏଠାରୁ ପୌର କର୍ମଚାରୀମାନେ ଆସି ଏହାକୁ ଉଠାଇ ନେଇଯାଉଥିଲେ। ତେବେ ଏହି ଅସ୍ଥାୟୀ ସ୍ଥାନକୁ ମେଡିକାଲ କର୍ତ୍ତୃପକ୍ଷ ଭାଙ୍ଗିଦେଇଛନ୍ତି। ଫଳରେ ମେଡିକାଲ ବର୍ଜ୍ୟବସ୍ତୁକୁ ମନଇଚ୍ଛା ଯେଉଁଠି ସେଇଠି ଖାଲି ସ୍ଥାନରେ ଫିଙ୍ଗାଯାଉଛି। ସାଧାରଣତଃ ମେଡିକାଲରୁ ସାଲାଇନ, ଛୁଞ୍ଚିି, ଏକ୍ସପାଏରି ଔଷଧ, ଗଜ୍‌ କପଡ଼ା, କଟନ, ଅସ୍ତ୍ରୋପଚାରରେ ବ୍ୟବହୃତ ସାମଗ୍ରୀ ଏବଂ ରୋଗୀଙ୍କ ଦ୍ୱାରା ବ୍ୟବହୃତ ପଇଡ଼, ଖାଦ୍ୟ ସାମଗ୍ରୀ, ପଲିଥିନ, ଖବରକାଗଜ ପ୍ରଭୃତି ଦୈନିକ ୩ରୁ ୪ ଟନ୍‌ ବାହାରିଥାଏ। ତେବେ ଗତ ଦୁଇ ସପ୍ତାହ ହେଲା ଜିଲା ମୁଖ୍ୟ ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୋଟିଏ ଜାଗାରେ ପକାଇବା ପରିବର୍ତ୍ତେ ଏଣେତେଣେ ପକାଯାଉଛି। ଫଳରେ ପରିବେଶ ପ୍ରଦୂଷିତ ହେବା ସହ ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ନେଇ କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ। ଫଳରେ ଏଠାରେ ବର୍ଜ୍ୟବସ୍ତୁ ଦୀର୍ଘ ଦିନ ପଡ଼ି ରହି ପଚିଶଢି ଦୁର୍ଗନ୍ଧ ବାହାରୁଛି। ଏ ନେଇ ଡିଏମ୍‌ଓ (ମେଡିକାଲ) ବିଶ୍ୱମୋହନ ମିଶ୍ର କହିଛନ୍ତି, ପୂର୍ବରୁ ଏକ ଖୋଲାସ୍ଥାନରେ ଚାରିପଟୁ ୫ଫୁଟ କାନ୍ଥ ଉଠାଯାଇ ବର୍ଜ୍ୟବସ୍ତୁ ପୃଥକ ଭାବେ ପକାଯାଉଥିଲା। ଏହି ବର୍ଜ୍ୟବସ୍ତୁ ଉଠାଇବା ପାଇଁ ପୌର ପ୍ରଶାସନ ସହ ଏକ ଚୁକ୍ତିନାମା ହୋଇଥିଲା। ସେହି ଆଧାରରେ ମାସିକ ୧୫ରୁ ୧୮ଶହ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦିଆଯାଉଥିଲା। ମେଡିକାଲରେ ବିଭିନ୍ନ କୋଠା ନିର୍ମାଣ ଯୋଗୁ ଏହି ଅସ୍ଥାୟୀ ଶେଡ୍‌କୁ ଭାଙ୍ଗିଦିଆଯାଇଛି। ତେବେ ଏଣେତେଣେ ବର୍ଜ୍ୟବସ୍ତୁ ନ ପକାଇ ଏହାକୁ ଗୋଟିଏ ସ୍ଥାନରେ ପକାଇବା ପାଇଁ କୁହାଯାଇଛି। ଏହାର ସୁପରିଚାଳନା ପାଇଁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri