ଭୁବନେଶ୍ୱର,୨୭।୮(ବ୍ୟୁରୋ): ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର ନବକଳେବର କରାଯିବ। ଶ୍ରୀମନ୍ଦିରର ସିଂହଦ୍ୱାର ଢାଞ୍ଚାରେ ଏହାର ପୁନଃ ନିର୍ମାଣ କରାଯିବ। ଫନି ପରଠରୁ ଲିଙ୍ଗରାଜ ମନ୍ଦିର କବାଟ ଭଙ୍ଗା ଅବସ୍ଥାରେ ପଡ଼ିରହିଥିବା ବେଳେ ଏବେ ଏଏସଆଇ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ସକାଳେ ବିଏମ୍ସି କମିଶନର, ଏଏସଆଇ ସୁପରିଟେଣ୍ଡେଣ୍ଟ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ବିଭିନ୍ନ ସ୍ଥାନର ଯାଞ୍ଚ କରିଥିଲେ। ଏହି ସମୟରେ ମନ୍ଦିରର ସେବାୟତ ନିଯୋଗ ସଦସ୍ୟ ଉପସ୍ଥିତ ଥିଲେ। ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାରର କାମ ଆରମ୍ଭ ହୋଇଥିବା ବେଳେ ଦେଢ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।