ଭୁଶୁଡ଼ି ପଡିଲା ଜମ୍ଭୀରା ଡ୍ୟାମ୍‌ର ମୁଖ୍ୟ କେନାଲ

ବାରିପଦା ଅଫିସ,୫।୪: ମୟୂରଭଞ୍ଜ ଜିଲା ଶୁଲିଆପଦା ବ୍ଲକ ଦେଉଳିସ୍ଥିତ ଜମ୍ଭୀରା ଡ୍ୟାମର ମୁଖ୍ୟ କେନାଲର ଖଇକିଆଠାରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି। ସୋମବାର ବିଳମ୍ବିତ ରାତିରେ କେନାଲର ଉକ୍ତ ପାର୍ଶ୍ୱଟି ଧସି ପଡିବାରୁ କେନାଲରୁ ପାଣି ବାହାରି ୫ରୁ ୧୦ଫୁଟ ଉଚ୍ଚରେ ପ୍ରବାହିତ ହୋଇ ନିକଟସ୍ଥ ନଈରେ ମିଶି ଥିଲା। ଗ୍ରୀଷ୍ମ ଋତୁର ଆରମ୍ଭରେ କେନାଲ ଧସି ଯିବା ଯୋଗୁ ମୁଖ୍ୟ ଫାଟକକୁ ବନ୍ଦ କରିଦିଆ ଯାଇଥିବାରୁ କେନାଲକୁ ଲାଗି କରି ଥିବା ଜମିଗୁଡିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଫଳରେ ଶହ ଶହ ଚାଷୀ ଚିନ୍ତାରେ ପଡିଛନ୍ତି। ନିମ୍ନମାନର କେନାଲ କାର୍ଯ୍ୟ ଏବଂ ପୂର୍ବରୁ କେନାଲ ଫାଟି ଥିବା ନେଇ ଥବିଭାଗକୁ ଜଣାଇବା ପରେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସ୍ଥାନୀୟ ଲୋକ ସୁବର୍ଣ୍ଣରେଖା ଜଳସେଚନ ବିଭାଗକୁ ଦାୟୀ କରିଛନ୍ତି। ଅନ୍ୟପଟେ କେନାଲ ଭାଙ୍ଗିବା ପରେ ବିଭାଗ ପକ୍ଷରୁ ମୁଖ୍ୟ କେନାଲ ଫାଟକକୁ ବନ୍ଦ କରି ଦିଆଯାଇଥିବା ବେଳେ କେନାଲ ମରାମତି ପାଇଁ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ପଞ୍ଚାୟତରେ ଦୁର୍ନୀତି

ମଙ୍ଗୁଳି/ଜଗତପୁର/ଟାଙ୍ଗୀ-ଚୌଦ୍ୱାର,୨୫ା୧୧(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଗୁରୁବାର ବ୍ଲକ କାର୍ଯ୍ୟାଳୟ...

୬ ଅନାଥ ଭଉଣୀଭାଇ ନିରାଶ୍ରୟ

କେନ୍ଦୁଝର,୨୫ା୬ (ସ୍ବ.ପ୍ର.)-ଅନାଥ ହୋଇପଡ଼ିଛନ୍ତି ୬ ଭାଇଭଉଣୀ। ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ଶିଶୁମାନେ ସବୁ ପ୍ରକାର ଯୋଜନାରୁ ବଞ୍ଚିତ ହୋଇପଡ଼ିଛନ୍ତି।...

ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ପ୍ରଧାନଶିକ୍ଷକ, ଉତ୍ତ୍ୟକ୍ତ ହୋଇ ସ୍କୁଲ ଘେରିଲେ ଗ୍ରାମବାସୀ

କୋରୁକୋଣ୍ଡା,୩।୧୧(ଡି.ଏନ.ଏ): ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ରୀଛାତ୍ର ଆହତ। ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟ ଘେରିଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା...

ଚକ ସଂଖ୍ୟା ଅନୁଯାୟୀ ରଥରେ ରହିବେ ଘଣ୍ଟୁଆ

ପୁରୀ ଅଫିସ,୧।୬: ଜୁନ ୪ରେ ସ୍ନାନଯାତ୍ରା। ଏହିଦିନ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ଦୁର୍ଲ୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।...

ପୋଲିସ ପକ୍ଷରୁ ଜବରଦଖଲ ଉଚ୍ଛେଦ

ଛତ୍ରପୁର,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନୂତନ ବସଷ୍ଟାଣ୍ଡ ନିକଟରେ ଗୃହ ବିଭାଗର ନିଜସ୍ବ ଜମି ରହିଥିବା ବେଳେ କିଛି ଲୋକେ ତାହାକୁ ଅକ୍ତିଆର କରିବା ସହ...

ବର୍ଷାରେ ପୋଲ ଭୁଶୁଡ଼ିଲା, ଯାତାୟାତ ଠପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩।୫:କନ୍ଧମାଳ ଜିଲାରେ ବର୍ଷା ପ୍ରଭାବରେ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହାଠାରୁ ଜ୍ରାକିରାହାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଭୁଷୁଡି ପଡିଛି। ଫଳରେ...

ଲଟେରି ଉଠିଲେ ମିଳୁଛି ପାଣି

ଛତ୍ରପୁର,୧୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରରେ ପାନୀୟ ଜଳ ଅଭାବ ଦେଖାଦେଇଛି। ବିଶୁଦ୍ଧ ପାଣି ଟୋପାଏ ପାଇଁ ଏଠାରେ ଲଟେରି ପକାଇବାକୁ ପଡୁଛି। ଭାଗ୍ୟ...

ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର ଅଫିସ, ୯।୭ ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବାଲେଶ୍ୱର...

Advertisement
Archives

Model This Week