ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉ ମହାନଦୀ

ବ୍ରହ୍ମପୁର ଅଫିସ,୨୫।୪: ଗଞ୍ଜାମ ଜିଲାରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଦୀର୍ଘବର୍ଷର ଜନଦାବି ଋଷିକୂଲ୍ୟା ସହ ସଂଯୋଗୀକରଣ ହୋଇପାରୁନି ମହାନଦୀ। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏ କ୍ଷେତ୍ରରେ ଆଖି ବୁଜି ଦେଇଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ନଦୀ ସଂଯୋଗୀକରଣ ଯୋଜନା କର୍ଯ୍ୟକାରୀ କରୁ ନ ଥିବା ସଚେତନ ମହଲ ଅଭିଯୋଗ କରିଛନ୍ତି। ଚଳିତ ଗ୍ରୀଷ୍ମଋତୁରେ ଜିଲାର ଋଷିକୁଲ୍ୟା ସମେତ ବିଭିନ୍ନ ନଦୀନାଳ ଶୁଖିଲା ପଡ଼ିଛି। ଫଳରେ ଜଳସଙ୍କଟ ଅଧିକ ଘନୀଭୂତ ହୋଇଛି। ତେଣୁ କୃଷି କାର୍ଯ୍ୟ ନିମନ୍ତେ ଜଳସେଚନ ଏବଂ ପିଇବା ପାଣି ସମସ୍ୟା ବଢ଼ିଯାଇଛି। କେବଳ ମହାନଦୀ ନୁହେଁ, ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀକରଣ କରାଯିବାକୁ ଗୁରୁତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ଋଷିକୂଲ୍ୟା ଗଞ୍ଜାମର ଜୀବନରେଖା। ଏହି ନଦୀ କନ୍ଧମାଳ ଜିଲା ବ୍ରାହ୍ମଣୀ ଗଁା ନିକଟ ଋଷିମାଳ ପର୍ବତରୁ ଆରମ୍ଭ ହୋଇଛି। ଜିଲାର ସୋରଡ଼ା, ଧରାକୋଟ, ଆସିକା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ ଓ ଗଞ୍ଜାମ ବ୍ଲକ ଅଞ୍ଚଳର ଶତାଧିକ ଗ୍ରାମ ଦେଇ ପ୍ରବାହିତ ହୋଇ ଛତ୍ରପୁର ନିର୍ବାଚନମଣ୍ଡଳୀ ପାର୍ଶ୍ୱ ବଙ୍ଗୋପସାଗରରେ ମିଶିଛି। ଖରାଦିନେ ଭୂତଳ ଜଳସ୍ତର ହ୍ରାସ ପାଇ ଶୁଷ୍କ ହୋଇଯାଉଛି। ଏହାର ଆଧୁନିକୀକରଣ ନିମନ୍ତେ ୪୦ ବର୍ଷ ତଳୁ ହୋଇଥିବା ଦାବି ପ୍ରତି ରାଜ୍ୟର ସବୁ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଇଛି। ବ୍ରିଟିଶ ସରକାର ଅମଳରେ ଗଞ୍ଜାମରେ ଭୟଙ୍କର ଦୁର୍ଭିକ୍ଷ ହୋଇଥିବା ପୁରୁଣା ତଥ୍ୟ ରହିଛି। ତେଣୁ ଋଷିକୂଲ୍ୟାର ଧରାକୋଟ ନିକଟରେ ଜାନିବିଲି ଆନିକଟ ସେହି ସମୟରେ ହୋଇଥିଲା।
ବ୍ରହ୍ମପୁର ସହର ସମେତ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଜାନିବିଲି ବୃହତ୍ତର ପ୍ରକଳ୍ପ ନିର୍ମାଣ କରୁଛି। ୨୦୧୬ ନଭେମ୍ବର ୩୦ରେ ଏହାର ଶିଳାନ୍ୟାସ କରିଥିଲେ ନବୀନ ….. । ଏହାର ସାଢ଼େ ୫ ବର୍ଷ ବିତିଛି ଏବଂ ଯୋଜନା ଏବେବି ଅସମ୍ପୂର୍ଣ୍ଣ ରହିଛି। ୫୦୦ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି। ଶତାଧିକ ବର୍ଷର ସୋରଡ଼ା ଜଳଭଣ୍ଡାରରେ ମଧ୍ୟ ନିଅଣ୍ଟିଆ ପାଣି ଯୋଗୁ ଜିଲାର ବହୁ ଅଞ୍ଚଳରେ ଚାଷ ପାଇଁ ପର୍ଯ୍ୟାପ୍ତ ସେଚ ବ୍ୟବସ୍ଥା ମିଳୁ ନ ଥିବା ଜଣାପଡ଼ିଛି। ଖୋଲା କେନାଲ ଯୋଗୁ ବ୍ରହ୍ମପୁର ନିକଟ ଦକ୍ଷିଣପୁର ଜଳଭଣ୍ଡାରକୁ ସୋରଡ଼ାରୁ ଆସୁଥିବା ପାଣିରେ ମଧ୍ୟ ବିଭ୍ରାଟ ହୋଇଥିବା ଆଖପାଖ ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି। ଅତୀତରେ ବ୍ରହ୍ମପୁର ପୌରସଂସ୍ଥା ଅଧୀନ ଦକ୍ଷିଣପୁର ଜଳ ଭଣ୍ଡାର ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ନିୟନ୍ତ୍ରଣକୁ ଦୀର୍ଘବର୍ଷ ତଳୁ ଯାଇଛି।
ମହାନଦୀ ସହିତ ସଂଯୋଗୀକରଣ କରାଗଲେ ଋଷିକୁଲ୍ୟା ଚିରସ୍ରୋତା ହେବ ଏବଂ ବର୍ଷାଦିନର ବନ୍ୟାଜଳ ନିୟନ୍ତ୍ରଣ ହୋଇପାରିବ। ତେଣୁ ୨୦୦୩ରୁ ଥିବା ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ଏବଂ ଋଷିକୁଲ୍ୟାରେ କୂଳ ଘାଇ ନିର୍ମାଣ ଦାବି ନେଇ ୨୦୦୭ ନଭେମ୍ବର ୩ରେ ଛତ୍ରପୁରଠାରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ବିଶାଳ କୃଷକ ଶୋଭାଯାତ୍ରା ଓ ସମାବେଶ ହୋଇଥିଲା। ସେତେବେଳେ ମେଣ୍ଟ ସରକାର ଥିଲା ଓ ଅନେକ ଭାଜପା ମନ୍ତ୍ରୀ, ନେତା ଯୋଗଦେଇଥିଲେ। ପରବର୍ତ୍ତୀ ୨୦୦୮ରେ ମେଣ୍ଟ ଭାଙ୍ଗିଗଲା ଓ ନଦୀ ସଂଯୋଗୀକରଣ ଦାବି ଆନ୍ଦୋଳନରେ ଅଟକି ଯାଇଛି। ଗଞ୍ଜାମ ଜିଲାର ସମୂହ ସ୍ବାର୍ଥ ନିମନ୍ତେ ଋଷିକୂଲ୍ୟା ଓ ମହାନଦୀ ଏବଂ ବଂଶଧାରା ଓ ଋଷିକୂଲ୍ୟାର ସଂଯୋଗୀକରଣ ଅପରିହାର୍ଯ୍ୟ ହୋଇପଡ଼ିଛି। ତେଣୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇ ପ୍ରସ୍ତାବିତ ଯୋଜନା କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri