ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉ ମହାନଦୀ

ବ୍ରହ୍ମପୁର ଅଫିସ,୨୫।୪: ଗଞ୍ଜାମ ଜିଲାରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଦୀର୍ଘବର୍ଷର ଜନଦାବି ଋଷିକୂଲ୍ୟା ସହ ସଂଯୋଗୀକରଣ ହୋଇପାରୁନି ମହାନଦୀ। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏ କ୍ଷେତ୍ରରେ ଆଖି ବୁଜି ଦେଇଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ନଦୀ ସଂଯୋଗୀକରଣ ଯୋଜନା କର୍ଯ୍ୟକାରୀ କରୁ ନ ଥିବା ସଚେତନ ମହଲ ଅଭିଯୋଗ କରିଛନ୍ତି। ଚଳିତ ଗ୍ରୀଷ୍ମଋତୁରେ ଜିଲାର ଋଷିକୁଲ୍ୟା ସମେତ ବିଭିନ୍ନ ନଦୀନାଳ ଶୁଖିଲା ପଡ଼ିଛି। ଫଳରେ ଜଳସଙ୍କଟ ଅଧିକ ଘନୀଭୂତ ହୋଇଛି। ତେଣୁ କୃଷି କାର୍ଯ୍ୟ ନିମନ୍ତେ ଜଳସେଚନ ଏବଂ ପିଇବା ପାଣି ସମସ୍ୟା ବଢ଼ିଯାଇଛି। କେବଳ ମହାନଦୀ ନୁହେଁ, ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀକରଣ କରାଯିବାକୁ ଗୁରୁତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ଋଷିକୂଲ୍ୟା ଗଞ୍ଜାମର ଜୀବନରେଖା। ଏହି ନଦୀ କନ୍ଧମାଳ ଜିଲା ବ୍ରାହ୍ମଣୀ ଗଁା ନିକଟ ଋଷିମାଳ ପର୍ବତରୁ ଆରମ୍ଭ ହୋଇଛି। ଜିଲାର ସୋରଡ଼ା, ଧରାକୋଟ, ଆସିକା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ ଓ ଗଞ୍ଜାମ ବ୍ଲକ ଅଞ୍ଚଳର ଶତାଧିକ ଗ୍ରାମ ଦେଇ ପ୍ରବାହିତ ହୋଇ ଛତ୍ରପୁର ନିର୍ବାଚନମଣ୍ଡଳୀ ପାର୍ଶ୍ୱ ବଙ୍ଗୋପସାଗରରେ ମିଶିଛି। ଖରାଦିନେ ଭୂତଳ ଜଳସ୍ତର ହ୍ରାସ ପାଇ ଶୁଷ୍କ ହୋଇଯାଉଛି। ଏହାର ଆଧୁନିକୀକରଣ ନିମନ୍ତେ ୪୦ ବର୍ଷ ତଳୁ ହୋଇଥିବା ଦାବି ପ୍ରତି ରାଜ୍ୟର ସବୁ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଇଛି। ବ୍ରିଟିଶ ସରକାର ଅମଳରେ ଗଞ୍ଜାମରେ ଭୟଙ୍କର ଦୁର୍ଭିକ୍ଷ ହୋଇଥିବା ପୁରୁଣା ତଥ୍ୟ ରହିଛି। ତେଣୁ ଋଷିକୂଲ୍ୟାର ଧରାକୋଟ ନିକଟରେ ଜାନିବିଲି ଆନିକଟ ସେହି ସମୟରେ ହୋଇଥିଲା।
ବ୍ରହ୍ମପୁର ସହର ସମେତ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଜାନିବିଲି ବୃହତ୍ତର ପ୍ରକଳ୍ପ ନିର୍ମାଣ କରୁଛି। ୨୦୧୬ ନଭେମ୍ବର ୩୦ରେ ଏହାର ଶିଳାନ୍ୟାସ କରିଥିଲେ ନବୀନ ….. । ଏହାର ସାଢ଼େ ୫ ବର୍ଷ ବିତିଛି ଏବଂ ଯୋଜନା ଏବେବି ଅସମ୍ପୂର୍ଣ୍ଣ ରହିଛି। ୫୦୦ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି। ଶତାଧିକ ବର୍ଷର ସୋରଡ଼ା ଜଳଭଣ୍ଡାରରେ ମଧ୍ୟ ନିଅଣ୍ଟିଆ ପାଣି ଯୋଗୁ ଜିଲାର ବହୁ ଅଞ୍ଚଳରେ ଚାଷ ପାଇଁ ପର୍ଯ୍ୟାପ୍ତ ସେଚ ବ୍ୟବସ୍ଥା ମିଳୁ ନ ଥିବା ଜଣାପଡ଼ିଛି। ଖୋଲା କେନାଲ ଯୋଗୁ ବ୍ରହ୍ମପୁର ନିକଟ ଦକ୍ଷିଣପୁର ଜଳଭଣ୍ଡାରକୁ ସୋରଡ଼ାରୁ ଆସୁଥିବା ପାଣିରେ ମଧ୍ୟ ବିଭ୍ରାଟ ହୋଇଥିବା ଆଖପାଖ ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି। ଅତୀତରେ ବ୍ରହ୍ମପୁର ପୌରସଂସ୍ଥା ଅଧୀନ ଦକ୍ଷିଣପୁର ଜଳ ଭଣ୍ଡାର ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ନିୟନ୍ତ୍ରଣକୁ ଦୀର୍ଘବର୍ଷ ତଳୁ ଯାଇଛି।
ମହାନଦୀ ସହିତ ସଂଯୋଗୀକରଣ କରାଗଲେ ଋଷିକୁଲ୍ୟା ଚିରସ୍ରୋତା ହେବ ଏବଂ ବର୍ଷାଦିନର ବନ୍ୟାଜଳ ନିୟନ୍ତ୍ରଣ ହୋଇପାରିବ। ତେଣୁ ୨୦୦୩ରୁ ଥିବା ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ଏବଂ ଋଷିକୁଲ୍ୟାରେ କୂଳ ଘାଇ ନିର୍ମାଣ ଦାବି ନେଇ ୨୦୦୭ ନଭେମ୍ବର ୩ରେ ଛତ୍ରପୁରଠାରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ବିଶାଳ କୃଷକ ଶୋଭାଯାତ୍ରା ଓ ସମାବେଶ ହୋଇଥିଲା। ସେତେବେଳେ ମେଣ୍ଟ ସରକାର ଥିଲା ଓ ଅନେକ ଭାଜପା ମନ୍ତ୍ରୀ, ନେତା ଯୋଗଦେଇଥିଲେ। ପରବର୍ତ୍ତୀ ୨୦୦୮ରେ ମେଣ୍ଟ ଭାଙ୍ଗିଗଲା ଓ ନଦୀ ସଂଯୋଗୀକରଣ ଦାବି ଆନ୍ଦୋଳନରେ ଅଟକି ଯାଇଛି। ଗଞ୍ଜାମ ଜିଲାର ସମୂହ ସ୍ବାର୍ଥ ନିମନ୍ତେ ଋଷିକୂଲ୍ୟା ଓ ମହାନଦୀ ଏବଂ ବଂଶଧାରା ଓ ଋଷିକୂଲ୍ୟାର ସଂଯୋଗୀକରଣ ଅପରିହାର୍ଯ୍ୟ ହୋଇପଡ଼ିଛି। ତେଣୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇ ପ୍ରସ୍ତାବିତ ଯୋଜନା କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?