ବାପ ଝିଅ ବିଷ ପିଇବା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

ସୋର,୨୫।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜନୈକା ନାବାଳିକାଙ୍କୁ ଏକତରଫା ପ୍ରେମ କରି ଜଣେ ଯୁବକ ତାଙ୍କ ସହଯୋଗୀଙ୍କ ସହ ଅପହରଣ ଉଦ୍ୟମ କରିଥିଲେ। ଏନେଇ ନାବଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଶେଷରେ ନ୍ୟାୟ ନ ପାଇ ବାପ ଝିଅ ବିଷ ପିଇବା ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାର ତଦନ୍ତ ଚଳାଇ ପୋଲିସ ମୁଖ୍ୟ ଅଭିଯୁକ୍ତ ବାଗୁଡ଼ି ଗ୍ରାମର ରବୀନ୍ଦ୍ର ଦାସଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ରଙ୍ଗକାମ କରିବାକୁ ଯାଇ ରବୀନ୍ଦ୍ର ଉକ୍ତ ନାବାଳିକାଙ୍କୁ ଏକତରଫା ପ୍ରେମ କରି ଆସୁଥିଲେ। ନାବାଳିକା ଜଣକ କଲେଜ ଯିବା ବାଟରେ ଅଭିଯୁକ୍ତ ତାଙ୍କୁ ହଇରାଣ ହରକତ କରୁୁଥିଲେ। ଏନେଇ ପୂର୍ବରୁ ଥାନାରେ ଅଭିଯୋଗ ହେବା ସହ ଉଭୟପକ୍ଷଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା। ମାତ୍ର ଗତ ୧୯ ତାରିଖରେ ରବୀନ୍ଦ୍ର ବାଗୁଡ଼ି-ମଙ୍ଗଳପୁର ରାସ୍ତାରୁ ନାବାଳିକାଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଥିବା ବେଳେ ସେ କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ। ଏନେଇ ନାବାଳିକାଙ୍କ ବାପା ସୋର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁକରି ଚୁପ୍‌ ବସିଥିବା ବେଳେ ଅଭିଯୁକ୍ତ ରବୀନ୍ଦ୍ର ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ୨୨ ତାରିଖରେ ବାପ ଝିଅ ଥାନାକୁ ଯାଉଥିବା ବେଳେ ରବୀନ୍ଦ୍ର ଓ ତାଙ୍କ ସହଯୋଗୀ ସେମାନଙ୍କ ପିଛା କରିଥିଲେ। ଏଥିରେ ମାନସିକ ସନ୍ତୁଳନ ହରାଇ ବାପ ଝିଅ ଭଦ୍ରକ ଗେଲପୁରଛକ ନିକଟସ୍ଥ ବିଲରେ ବିଷ ପିଇଦେଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ବେଳେ ତାଙ୍କ ବାପାଙ୍କୁ କଟକ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?