ପୁଣ୍ୟର କରାମତି

ଡ. ପ୍ରମୋଦ କୁମାର ପଣ୍ଡା

 

ଜୀବନକାଳ ମଧ୍ୟରେ ଆମେ ସତ୍‌ କିମ୍ବା ଅସତ୍‌ ଉପାୟରେ ପ୍ରଚୁର ଧନ ସମ୍ପତ୍ତି ଠୁଳ କରିଛୁ। ତେବେ ଅର୍ଜିତ ଧନ ସମ୍ପତ୍ତିର କିଛି ଭାଗ କିପରି ମୃତ୍ୟୁପରେ ସାଙ୍ଗରେ ନେଇ ଯିବା, ଏହା ଏକ ଅସମାହିତ ପ୍ରଶ୍ନ?
ଥରେ ଜଣେ ପ୍ରସିଦ୍ଧ ଶିଳ୍ପପତିଙ୍କ ମୁଣ୍ଡକୁ ଏ ପ୍ରଶ୍ନ ଜୁଟିଲା। ପାଠପଢ଼ୁଆ ଉଚ୍ଚ ଶିକ୍ଷିତ ଯୁବକ। ନିଜ ପରିଶ୍ରମ ବଳରେ ବାଣିଜ୍ୟର ସାମ୍ରାଜ୍ୟ ଠିଆ କରାଇଛନ୍ତି। ଥରେ ଏକଥା ସେ ତାଙ୍କ ସ୍ତ୍ରୀଙ୍କ ସହିତ ଆଲୋଚନା କଲେ। ତାଙ୍କ ଧର୍ମପତ୍ନୀ ବି ଉଚ୍ଚ ଶିକ୍ଷିତା ଓ ଅଧ୍ୟବସାୟୀ। ସେ ସ୍ବାମୀଙ୍କୁ କହିଲେ, ତୁମେ ତ ଆମେରିକାର ସିଲିକନ ଭ୍ୟାଲି ଯାଉଛ? ତୁମେ ତ ନାସା ମଧ୍ୟ ଯାଉଛ। ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକ ସଙ୍ଗଠନ ସହିତ ତୁମର ସମ୍ପର୍କ ଅଛି। ତେଣୁ ସେମାନଙ୍କୁ ଏ ବିଷୟରେ ପଚାରୁନ କାହିଁକି? ଆବଶ୍ୟକ ପଡ଼ିଲେ ଗବେଷଣା ପାଇଁ କିଛି ଅର୍ଥ ପ୍ରୋଜେକ୍ଟ ମାଧ୍ୟମରେ ଦେବା। ତେଣୁ ଶିଳ୍ପପତି ଜଣଙ୍କ ମନକୁ ଏ କଥା ପାଇଲା। ତେଣୁ ସେ ମନସ୍ଥ କଲେ ଯେ, ବିଶ୍ୱର ବିଭିନ୍ନ କାମ ପୁଣି ବ୍ୟକ୍ତି ଓ ସଙ୍ଗଠନରୁ ଏହାର ସମାଧାନ ବାହାର କରିବେ। ସେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପଚରାଉଚୁରା କଲେ। ମାତ୍ର କେହି ତାଙ୍କୁ ଠିକ୍‌ ଭାବେ କିଛି କହିପାରିଲେ ନାହିଁ। ମାତ୍ର ଶିଳ୍ପପତି ଜଣକ ଦୃଢ଼ ନିଶ୍ଚିତ ଥିଲେ ଯେ ସବୁ ପ୍ରଶ୍ନର ଏ ସଂସାରରେ କିଛି ନା କିଛି ଉତ୍ତର ନିଶ୍ଚିତ ଅଛି। ତେଣୁ ସେ ଏ ବିଷୟରେ ସମସ୍ତଙ୍କ ସହିତ ଆଲୋଚନା କରୁଥିଲେ, ମାତ୍ର କିଛି ଫଳ ମିଳିଲାନି। ତେଣୁ ବାଧ୍ୟ ହୋଇ ସେ ଘୋଷଣା କଲେ ଯେ, ଯେକୌଣସି ବ୍ୟକ୍ତି ଏ ପ୍ରଶ୍ନର ସମାଧାନ କରିଦେବ, ତାକୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ଟଙ୍କା ଲୋଭରେ ନାନା ଲୋକ ଆସିଲେ ଓ ନାନା କଥା କହିଲେ। ମାତ୍ର ଶିଳ୍ପପତିଙ୍କ ମନକୁ କାହା କଥା ପାଇଲା ନାହିଁ। ଥରେ ଜଣେ ଅବସରପ୍ରାପ୍ତ ପ୍ରଫେସର ସାଇକେଲରେ ସେ ବାଟ ଦେଇ ଯାଉଥିଲେ। ଥକି ପଡ଼ିବାରୁ ସେ ଏକ ବରଗଛ ମୂଳେ କ୍ଷଣିକ ବିଶ୍ରାମ ନେଲେ। ସେଠାରେ ପୂର୍ବରୁ ବସିଥିବା କିଛି ବ୍ୟକ୍ତି ଶିଳ୍ପପତିଙ୍କ ଏହି ପ୍ରଶ୍ନ ଉପରେ ଆଲୋଚନା କରୁଥିଲେ। ପ୍ରଫେସରଙ୍କ କାନରେ ଏ କଥା ପଡ଼ିଲା। ସେ ପଚାରିଲେ, କିଏ ସେହି ଶିଳ୍ପପତି? ଲୋକମାନେ ତାଙ୍କୁ ଶିଳ୍ପପତିଙ୍କ ଠିକଣା ବିଷୟରେ କହିଲେ। ସେ ଶିଳ୍ପପତିଙ୍କ ନିକଟକୁ ଗଲେ। ଶିଳ୍ପପତି ପଚାରିଲେ, ଆପଣ କ’ଣ କରୁଛନ୍ତି? ସେ ଉତ୍ତରଦେଲେ, ମୁଁ ନିଜେ ବଞ୍ଚତ୍ବା ପାଇଁ ଓ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଚାଷବାସ କରୁଛି। ପୁଣି ପଚାରିଲେ, କେତେ ବର୍ଷ ହେବ କରୁଛନ୍ତି ? ସେ ଉତ୍ତର ଦେଲେ, ୧୦ ବର୍ଷ ହେବ। ଶିଳ୍ପପତି ପଚାରିଲେ, ଏହା ପୂର୍ବରୁ କ’ଣ କରୁଥିଲେ? ସେ କହିଲେ, ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦବୀରେ ଥିଲି। ପ୍ରଫେସର ଶିଳ୍ପପତିଙ୍କୁ ପଚାରିଲେ, ଆପଣ କେତେ ଦେଶ ବୁଲିଛନ୍ତି? ଶିଳ୍ପପତି କହିଲେ, ପ୍ରାୟ ୫୦ଟି ଦେଶ । ପ୍ରଫେସର ପଚାରିଲେ, ଆପଣ ବିଦେଶ ଗଲାବେଳେ ସବୁ ଦେଶକୁ ଆମର ଭାରତୀୟ ମୁଦ୍ରା ନେଇଯାଆନ୍ତି? ଶିଳ୍ପପତି କହିଲେ ନା, ଯେଉଁ ଦେଶ ଯାଏ, ତା’ର ମୁଦ୍ରା ବ୍ୟାଙ୍କରୁ ନେଇ ଯାତ୍ରା କରେ। ପୁଣି ପଚାରିଲେ, କାହିଁକି? ଶିଳ୍ପପତି କହିଲେ, ସେ ଦେଶରେ ଆମ ଦେଶ ମୁଦ୍ରା ଚଳେନାହିଁ। ପ୍ରଫେସର କହିଲେ, ସ୍ବର୍ଗଦେଶ ମଧ୍ୟ ଏକ ନୂଆ ଦେଶ। ମୃତ୍ୟୁପରେ ଯେତେବେଳେ ଆପଣ ସେଠିକି ଯିବେ, ସେତେବେଳେ ସ୍ବର୍ଗଲୋକର ମୁଦ୍ରା ନେଇ ଯିବାକୁ ପଡ଼ିଥାଏ। ସ୍ବର୍ଗଲୋକର ମୁଦ୍ରା ହେଉଛି ପୁଣ୍ୟ। ଆପଣ ଜାଣନ୍ତି ସ୍ବର୍ଗଲୋକକୁ ସିଧା ଯାଇ ହୁଏ ନାହିଁ। ସ୍ଥୂଳ ଶରୀରକୁ ମର୍ତ୍ତ୍ୟରେ ଛାଡ଼ି କେବଳ ଆତ୍ମା ହିଁ ସ୍ବର୍ଗଲୋକ ଯାଏ । ଆତ୍ମା ସ୍ଥୂଳ ଶରୀର ହୋଇ ନ ଥିବାରୁ ସ୍ଥୂଳ ପଦାର୍ଥ ନେଇପାରେ ନାହିଁ। ମାତ୍ର ମର୍ତ୍ତ୍ୟରେ ଆତ୍ମା ତା’ର ଜମାଖାତାରେ ସ୍ବର୍ଗର ମୁଦ୍ରା ପୁଣ୍ୟ ଜମାକଲେ ହିଁ ସ୍ବର୍ଗଲୋକ ଯାଇଥାଏ। ତେଣୁ ଜଣେ ରୋଜଗାର କରିଥିବା ଧନକୁ ଗରିବ, ଅସହାୟ, ଅକର୍ମଣ୍ୟ ପ୍ରଭୃତି ବ୍ୟକ୍ତି, ପଶୁପକ୍ଷୀଙ୍କ ହିତ ସାଧନରେ ଲଗାଇଲେ ସେଥିରୁ ସ୍ବର୍ଗର ମୁଦ୍ରା ପୁଣ୍ୟ ମିଳିବ। ସେହି ପୁଣ୍ୟ ସିଧାସଳଖ ବ୍ୟକ୍ତିର ସ୍ବର୍ଗରେ ଥିବା ଆତ୍ମାଖାତାରେ ଜମାହୁଏ ଓ ତାକୁ ସହାୟକ ହୋଇଥାଏ। ମାତ୍ର ଯଦି କୌଣସି କାରଣରୁ ଆତ୍ମା ମର୍ତ୍ତ୍ୟରେ ପୁନର୍ଜନ୍ମ ଲାଭକରେ, ତାହା ଭାଗ୍ୟ ରୂପରେ ପୁଣି ସେହି ବ୍ୟକ୍ତି ପାଖରେ ପ୍ରକଟ ହୁଏ। ସେ ବ୍ୟକ୍ତି ସୁଖ ସ୍ବାଚ୍ଛନ୍ଦ୍ୟରେ ଜୀବନଯାପନ କରେ। ଏହା ତାଙ୍କ ଆତ୍ମାଖାତାରେ ଜମା ହୋଇଥିବା ପୁଣ୍ୟର କରାମତି। ଏଥର ଶିଳ୍ପପତି ଜଣକ ବୁଝିପାରିଲେ ଯେ କଷ୍ଟ ଅର୍ଜିତ ଧନ ସମ୍ପତ୍ତିକୁ ମୃତ୍ୟୁ ସମୟରେ ସାଙ୍ଗରେ ନେବାକୁ ହେଲେ ପ୍ରଥମେ ସେଗୁଡ଼ିକୁ ପୁଣ୍ୟକୁ ବଦଳାଇବାକୁ ହେବ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶର, ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri