ଫ୍ରାନ୍ସ ନିର୍ବାଚନ ଓ ମାକ୍‌ରଁ

ଜନ ଓ୍ବେର୍ନର ମୁଲେର

 

ୟୁରୋପୀୟ ସଂସଦ ନିର୍ବାଚନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ପାର୍ଟି ଦକ୍ଷିଣପନ୍ଥୀ ନ୍ୟାଶନାଲ ରାଲିଠାରୁ ପରାଜୟ ବରଣ କଲା ପରେ ସେ ନ୍ୟାଶନାଲ ଆସେମ୍ବ୍ଲି ଭାଙ୍ଗି ତ୍ୱରିତ ନିର୍ବାଚନ କରାଇବା ସମସ୍ତଙ୍କୁ ଚକିତ କରିଥିଲା। ଏକ ନିର୍ବାଚନ ରାଜନୈତିକ ପରିସ୍ଥିତିକୁ ସ୍ପଷ୍ଟ କରିବ ବୋଲି ଦାବିକରି ସେ ତାଙ୍କ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇଛନ୍ତି, କିନ୍ତୁ ତାଙ୍କ ଦେଶବାସୀ ଏହି ମତ ସହ ଏକମତ ନୁହନ୍ତି। ଏପରି କି ମାକ୍‌ରଁଙ୍କ ବିପଜ୍ଜନକ ପଦକ୍ଷେପ ଚରମ ଦକ୍ଷିଣପନ୍ଥୀଙ୍କୁ କ୍ଷମତାକୁ ଆଣିବ ବୋଲି ଯେଉର୍ଁମାନେ ଭାବୁଛନ୍ତି ସେମାନେ ଏଥିପାଇଁ ଭୟଭୀତ ନୁହନ୍ତି, ବରଂ ସୃଷ୍ଟି ହେବାକୁ ଥିବା ବିଶୃଙ୍ଖଳା ପାଇଁ ଚିନ୍ତିତ। ମାକ୍‌ରଁଙ୍କ ବିଶ୍ୱସ୍ତ ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପେ (୨୦୧୭-୨୦୨୦) କହିଛନ୍ତି ଯେ ରାଷ୍ଟ୍ରପତି ଅନାବଶ୍ୟକ ଭାବରେ ତାଙ୍କ ସଂଖ୍ୟାଗରିଷ୍ଠତାକୁ ଶେଷ କରିଛନ୍ତି। ଏକ ଝୁଲା ସଂସଦର ବୃହତ୍‌ ଦଳ ଭାବରେ ନ୍ୟାଶନାଲ ରାଲି ବର୍ତ୍ତମାନ ଭଲ ଫଳାଫଳ ପାଇବାର ସମ୍ଭାବନା ଅଧିକ ବୋଲି ବିବେଚନା କରାଯାଉଛି। ଏପର୍ଯ୍ୟନ୍ତ ମାକ୍‌ରଁଙ୍କ ନିଷ୍ପତ୍ତି ଗୋଟିଏ ବିଷୟ ସ୍ପଷ୍ଟ କରିଛି ଯେ ଫ୍ରାନ୍ସରେ ଏକ ଶକ୍ତିଶାଳୀ ସେଣ୍ଟ୍ରିଜିମ୍‌ (ଏକ ଉଦାରବାଦ ବ୍ୟବସ୍ଥା ଯାହା ବାମପନ୍ଥୀ ଓ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରେ କିମ୍ବା ସେମାନଙ୍କଠାରୁ ଦୂରେଇ ରହେ) ସୃଷ୍ଟି କରିବାରେ ତାଙ୍କର ରଣନୀତି ବିଫଳ ହୋଇଛି । ଅନ୍ୟ ୟୁରୋପୀୟ ନେତାମାନେ ଏହା ଧ୍ୟାନ ଦେବା ସହ ଏଥିରୁ ଶିକ୍ଷା ପାଇବା ଦରକାର।
ନେପୋଲିଅନ ଜଣେ ସୈନିକଙ୍କ ବିଷୟରେ ପଚାରିଥିବା ପ୍ରଶ୍ନକୁ ନେଇ ଏକ ଲୋକକଥା ରହିଛି। ପ୍ରଥମ ପ୍ରଶ୍ନଟି ସୈନିକ ଜଣକ ଦକ୍ଷ କି ନୁହେଁ, ତା’ ଉପରେ ନ ଥିଲା, ବରଂ ସେ କ’ଣ ଭାଗ୍ୟବାନ୍‌ ଥିଲେ କି ପଚାରିଥିଲେ? ଯେତେବେଳେ ମାକ୍‌ରଁ ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ, ସେତେବେଳେ ସେ ବହୁତ ଭାଗ୍ୟବାନ୍‌ ଥିଲେ। ସେତେବେଳେ କାର୍ଯ୍ୟରତ ରାଷ୍ଟ୍ରପତି ଏତେ ଲୋକପ୍ରିୟ ନ ଥିଲେ। ଏଣୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢିବାକୁ ବ୍ୟଗ୍ର ହୋଇ ନ ଥିଲେ ଏବଂ ସେ ଏକ ଦୁର୍ନୀତିରେ ସମ୍ପୃକ୍ତ ଥିଲେ। ମାକ୍‌ରଁ ଏହି ସ୍ଥିତିିରୁ ପୂରା ଲାଭ ଉଠାଇଥିଲେ। ୧୯୯୭ରେ କ୍ଷମତାକୁ ଆସିଥିବା ବ୍ରିଟିଶ ଲେବର ପାର୍ଟି ନେତା ଟନି ବ୍ଲେୟାରଙ୍କ ପରି ମାକ୍‌ରଁ କହିଥିଲେ ଯେ ବାମ ଓ ଦକ୍ଷିଣପନ୍ଥୀର ପୁରୁଣା ବୈଚାରିକ ବିଭାଜନ ଘଟିଛି ଏବଂ ନରମପନ୍ଥୀମାନେ କେବଳ ଭଲ କାମ କରିବା ଭଳି ନୀତି ବାଛିବା ଉଚିତ।
ମାକ୍‌ରଁଙ୍କ ଧାରଣ ଥିଲା ସବୁ ଉତ୍ତମ ବିଚାରଧାରାର ବ୍ୟକ୍ତିମାନେ ଉଦାରବାଦୀ ମଧ୍ୟରେ ଖୁସିରେ ଏକାଠି ହୋଇପାରିବେ। ଏଥିପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ବିରୋଧୀ ଅଭିଯାନରେ ଫ୍ରାନ୍ସକୁ ସମର୍ଥନ କରିଥିବା ଉଭୟ ସମାଜବାଦୀ ତଥା ରକ୍ଷଣଶୀଳଙ୍କୁ ସେ ନିବେଦନ କରିଥିଲେ। ଏଭଳି ଆମନ୍ତ୍ରଣକୁ ଯେଉଁମାନେ ଅଗ୍ରାହ୍ୟ କରିଥିଲେ ସେମାନଙ୍କୁ ଅଧିକ ଚରମପନ୍ଥୀ ଭାବେ ନାମିତ କରାଯାଇଥିଲା। କିଛି ସମୟ ପାଇଁ ଏହି ଦୃଷ୍ଟିକୋଣ ବିବାଦୀୟ ଥିଲା, କାରଣ ମାକ୍‌ରଁଙ୍କ ବିସ୍ତାରିତ ଉଦାରବାଦ ଚରମ ଦକ୍ଷିଣପନ୍ଥୀଙ୍କୁ ନେଇ ଗଠିତ ମରିନ ଲି ପେନଙ୍କ ନ୍ୟାଶନାଲ ଫ୍ରଣ୍ଟ (ବର୍ତ୍ତମାନ ନ୍ୟାଶନାଲ ରାଲି) ଏବଂ କଟର ବାମପନ୍ଥୀଙ୍କୁ ନେଇ ଗଠିତ ଫାୟାରବ୍ରାଣ୍ଡ ଲିଡର ଜିନ ଲୁକ ମେଲେଞ୍ଚୋନଙ୍କ ଫ୍ରାନ୍ସ ଅନବୋଡ୍‌ ଘେରରେ ରହିଥିଲା। କିନ୍ତୁ ବୈଷୟିକ ବିଶେଷଜ୍ଞଙ୍କ ନୀତି ଆଧାରିତ ଆଭିମୁଖ୍ୟ ଥିଲା- ଯଦି ଆପଣ ଆମ ସହିତ ନାହାନ୍ତି, ତେବେ ଆପଣ ଠିକ୍‌ ଲୋକ ନୁହନ୍ତି। ଶେଷରେ ଏହି ଆଭିମୁଖ୍ୟ ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବାରେ ବିଫଳ ହେଲା।
ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଚରମ ଦକ୍ଷିଣପନ୍ଥୀ, ଚରମ ବାମପନ୍ଥୀ, ସେଣ୍ଟର ଲେଫ୍ଟ ଓ ସେଣ୍ଟର ରାଇଟ ପ୍ରତ୍ୟେକ ଅତିକମ୍‌ରେ ହାରାହାରି ଏକ ପଞ୍ଚମାଂଶ ଭୋଟ ଜିତିବାକୁ ଆଗ୍ରହୀ ଅଛନ୍ତି। କିନ୍ତୁ ସେଣ୍ଟର ରାଇଟ ରିପବ୍ଲିକାନ୍‌ମାନେ ନ୍ୟାଶନାଲ ରାଲିର ଭୋଟ ନଷ୍ଟ କରିଆସୁଛନ୍ତି। ଦଳର ନେତା ଏରିକ ସିଓଟ୍ଟି ଦକ୍ଷିଣପନ୍ଥୀ ସହିତ ଏକ ମେଣ୍ଟକୁ ସମର୍ଥନ କରିବାକୁ ଉତ୍ସାହିତ କରୁଛନ୍ତି। ଏହା ଗୁରୁତ୍ୱପୂର୍ଣ୍ଣ, କାରଣ ୨୦୧୭ ଏବଂ ୨୦୨୨ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଲି ପେନ୍‌ଙ୍କ ସହ ମୁହାଁମୁହିଁ ପରିସ୍ଥିତିରେ ମାକରୋଁଙ୍କ ଅତ୍ୟଧିକ ସମର୍ଥନ ଥିଲା । ମୁଖ୍ୟତଃ ଭୋଟରଙ୍କର ଦକ୍ଷିଣପନ୍ଥୀଙ୍କ ସହ ଶତ୍ରୁତା ଯୋଗୁ ଏହା ହୋଇଥିଲା, ହେଲେ ମାକ୍‌ରଁ ଟେକ୍ନୋକ୍ରାସି(ଯେଉଁଠି ବୈଷୟିକ ବିଶେଷଜ୍ଞମାନେ ନୀତି ନିର୍ଦ୍ଧାରକ ଭାବେ କାର୍ଯ୍ୟ କରିଥାନ୍ତି) ଶାସନ ପ୍ରତି ଉତ୍ସାହିତ ହୋଇ ନୁହେଁ। ଅପରପକ୍ଷେ, ଟେକ୍ନୋକ୍ରାସି ଏକ ନକାରାମତ୍କ ପ୍ରତିକ୍ରିୟା ସୃଷ୍ଟି କରିବାକୁ ଚାହେଁ, କାରଣ ଏହା ପପୁଲିଷ୍ଟମାନଙ୍କ (ସାଧାରଣ ଲୋକଙ୍କୁ ପ୍ରଭାବିତ କରିପାରୁଥିବା ନେତା) ପାଇଁ ଯୁକ୍ତି ବାଢିବାର ଏକ ସୁଯୋଗ ସୃଷ୍ଟି କରେ। ଏହା ଯୁକ୍ତିଯୁକ୍ତ ଯେ, ଏଥିରେ ଜଟିଳ ସମସ୍ୟାର କୌଣସି ସମାଧାନ ନ ଥାଏ। କିନ୍ତୁ ଗଣତନ୍ତ୍ର ପସନ୍ଦ ଏବଂ ଲୋକଙ୍କ ଭାଗୀଦାରିକୁ ପ୍ରତିପାଦିତ କରେ, ଆଭିଜାତ୍ୟ ଗୋଷ୍ଠୀଙ୍କ ନିଷ୍ପତ୍ତି ନୁହେଁ। ୨୦୧୭ରେ ମାକରୋଁଙ୍କ ଅହଙ୍କାରୀ ଶୈଳୀ ପ୍ରକାଶ ପାଇଥିଲା ଏବଂ ସେ ସର୍ବେସର୍ବାଙ୍କ ପରି ଶାସନ କରିବାକୁ ଚାହୁଁଛନ୍ତି ବୋଲି ଜଣାଇଦେଇଥିଲେ। ନିଶ୍ଚିତ ଯେ, ଏହା ତାଙ୍କୁ ସାହାଯ୍ୟ କରି ନ ଥିଲା। ବରଂ ଏହା ତାଙ୍କୁ ଏକ ଘୃଣ୍ୟ ରାଜନୈତିକ ବ୍ୟକ୍ତି କରିଦେଇଛି। କିନ୍ତୁ ବ୍ୟକ୍ତିଗତ ବିଫଳତା ବ୍ୟତୀତ ଯିଏ ନିଜକୁ ଜଣେ ଶ୍ରେଷ୍ଠ ଦାର୍ଶନିକ ବୋଲି ଭାବନ୍ତି, ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀଙ୍କୁ ଲକ୍ଷ୍ୟ କରି ଜଣେ ଉଦାରବାଦୀ ରାଜନୈତିକ ବିଚାରଧାରା ଓ ନୀତିର ବ୍ୟକ୍ତି ଭାବେ ନିଜକୁ ଉପସ୍ଥାପିତ କରିବାକୁ ଚାହିଁଥିଲେ। ଏହା ବିବାଦୀୟ କାର୍ଯ୍ୟସୂଚୀକୁ ସୁସଙ୍ଗତ କରିବା ବଦଳରେ ଉଭୟ ଚିନ୍ତାଧାରାରୁ ଦୂରେଇ ଯିବାର ଅଧିକ ସମ୍ଭାବନା ସୃଷ୍ଟି କରିଥିଲା।
ଥରେ ୨୦୨୨ରେ ମାକ୍‌ରଁ ନ୍ୟାଶନାଲ ଆସେମ୍ବ୍ଲିରେ ନିୟନ୍ତ୍ରଣ ହରାଇବା ପରେ ତାଙ୍କର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ସାହସର ସହିତ ରାଷ୍ଟ୍ରପତିଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ। ଅଧିକ ସମର୍ଥନ ନ ଥିଲେ ମଧ୍ୟ ୨୦ରୁ ଅଧିକ ଥର ସେ ସାମ୍ବିଧାନିକ ସହଜ ଉପାୟ ପ୍ରୟୋଗ କରି ବିରୋଧୀ ଏକତାକୁ ଧରାଶାୟୀ କରିଥିଲେ।
ମାକ୍‌ରଁଙ୍କ ସେଣ୍ଟ୍ରିଜିମ୍‌ କେବଳ ଅଧିକ ଏକଚ୍ଛତ୍ରବାଦୀ ଜଣା ପଡ଼ୁ ନ ଥିଲା, ବରଂ ଏହା ଦକ୍ଷିଣପନ୍ଥୀ ଆଡକୁ ଢଳିଥିଲା। ତେଣୁ ତାଙ୍କ ସରକାରରେ ଥିବା ଜଣେ କଠୋରପନ୍ଥୀ ମନ୍ତ୍ରୀ ଇସଲାମ ଧର୍ମ ପ୍ରତି ଲି ପେନ୍‌ଙ୍କର କୋହଳ ମନୋଭାବ ଥିଲା ବୋଲି ଅଭିଯୋଗ କରିବାକୁ ପଛାଇ ନ ଥିଲେ। ବୋର୍ନ ଏକ ପ୍ରବାସୀ ଆଇନ ପ୍ରଣୟନ କରିଥିଲେ, ଯାହା ଉପରେ ଦକ୍ଷିଣପନ୍ଥୀମାନେ ସବୁବେଳେ କହି ଆସୁଥିଲେ, ତାହାକୁ ଯୁକ୍ତିଯୁକ୍ତ ଦର୍ଶାଇବା ଜଣାପଡ଼ିଥିଲା। ଯଦି ଆପଣ କ୍ରମାଗତ ଭାବରେ ଦକ୍ଷିଣପନ୍ଥୀଙ୍କ ସହ ଯୋଡ଼ି ହୋଇ ରହୁଛନ୍ତି, ତେବେ ଆପଣ ଶେଷରେ ଏକ ସ୍ଥିତିରେ ପହଞ୍ଚିବେ ଯେଉଁଠି ତୁମେ ଆଉ ଚରମ ଦକ୍ଷିଣପନ୍ଥୀ ବିରୋଧୀ ଏବଂ ଗଣତନ୍ତ୍ରର ଶୀର୍ଷରେ ଠିଆ ହୋଇଥିବା ଯୁକ୍ତି ଦର୍ଶାଇ ଭୋଟରଙ୍କୁ ଠକିପାରିବେ ନାହିଁ।
କେତେକ ସମୀକ୍ଷକ ଅନୁମାନ କରନ୍ତି ଯେ, ମାକ୍‌ରଁ ଚାହୁଁଛନ୍ତି ନ୍ୟାଶନାଲ ରାଲି ୨୦୨୭ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ଶାସନ କରୁ, ଯେଉଁଥିରେ ତାହା ନିଜକୁ ଅକ୍ଷମ ବୋଲି ନିଜକୁ ପ୍ରମାଣ କରିବେ ଏବଂ ଶାସନକୁ ଫେରିବାକୁ ଏକ ବିଜୟର ସ୍ଥିତି ସୃଷ୍ଟି କରିବେ। ଅନେକ କାରଣରୁ ଏଭଳି ବିଚାର ଭୁଲ ମାର୍ଗରେ ରହିଛି ବୋଲି କୁହାଯାଇପାରେ। ସମସ୍ତ ଚରମ ଦକ୍ଷିଣପନ୍ଥୀ ନେତାମାନେ ଅତ୍ୟଧିକ ସରଳବାଦୀ ନୀତି ଧାରଣା କରନ୍ତି ନାହିଁ କିମ୍ବା ଉତ୍ସାହୀ ପ୍ରଶାସକ ନୁହନ୍ତି।
ଏପରିକି ଯେଉଁ କ୍ଷେତ୍ରରେ ସେମାନେ ନିଜକୁ ଅଯୋଗ୍ୟ ବୋଲି ଦର୍ଶାନ୍ତି, ସେ କ୍ଷେତ୍ରରେ ସେମାନଙ୍କ ଭାଗ୍ୟ ସେମାନଙ୍କୁ ସହାୟ ହୁଏ। ଯେତେବେଳେ ଅଷ୍ଟ୍ରିଆର ମାଚିଆଭେଲିଆନ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ଚାନସେଲର ୱଲଫଗଙ୍ଗ ଶୁସେଲ ୨୦୦୦ରେ ଜର୍ଗ ହାଇଦରଙ୍କ ଦକ୍ଷିଣପନ୍ଥୀ ଫ୍ରିଡମ୍‌ ପାର୍ଟିକୁ ସରକାରରେ ଆଣିଥିଲେ, ସେତେବେଳେ ପପୁଲିଷ୍ଟମାନେ ଅନ୍ତର୍ବିବାଦରେ ମଜ୍ଜିଗଲେ ଓ ସେମାନଙ୍କର ଅକ୍ଷମତା ପ୍ରକାଶ କରିଥିଲେ ଏବଂ ଦୁର୍ନୀତିରେ ବୁଡ଼ିଗଲେ। କିନ୍ତୁ ବିଭାଜିତ ହୋଇ ଏହାର କ୍ଷତିକୁ ଭରଣା କରି ଫ୍ରିଡମ୍‌ ପାର୍ଟି ଗତ ମାସର ୟୁରୋପୀୟ ନିର୍ବାଚନରେ ବିଜୟ ହେଲା।
ତେବେ ଯେହେତୁ ଫ୍ରାନ୍ସ ବ୍ୟବସ୍ଥା ‘ସହାବସ୍ଥାନ’ ପାଇଁ ଅନୁମତି ଦିଏ। ଯେତେବେଳେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ରହିଥାନ୍ତି ସେତେବେଳେ ଅକ୍ଷମ ଜଣାପଡ଼ୁଥିବା ଏକ ଶାସକ ଦଳ ସହଜରେ ଅନ୍ୟ ପକ୍ଷକୁ ଦୋଷ ଦେଇପାରେ। ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଅସାଧାରଣ କ୍ଷମତା ବ୍ୟବହାର କରି ମାକ୍‌ରଁ ଅନ୍ତର୍ଜାତୀୟ ସ୍ତରରେ ଏକ ଆଉଟଲେଟ ପାଇବେ ଏହା ନିଃସନ୍ଦେହ। କିନ୍ତୁ ଏହା ଦେଖିବା ଅତ୍ୟନ୍ତ ଦୁଃଖଦାୟକ ଯେ ତାଙ୍କର ୨୦୧୭ ବୈପ୍ଳବିକ ଦୃଷ୍ଟିକୋଣ ୨୦୨୨ରେ ‘ନବୀକରଣ’କୁ ହ୍ରାସ ପାଇ ଏବେ ବି ତାହା ଜାରି ରହିଛି। ମାକ୍‌ରଁ ଆରମ୍ଭ କରିଥିବା ଆନ୍ଦୋଳନକୁ ଏକ ଉପଯୁକ୍ତ ରାଜନୈତିକ ଦଳରେ ପରିଣତ କରିବାରେ ବିଫଳ ହୋଇଥିଲେ। ତାଙ୍କ ଆକର୍ଷଣ ଚାଲିଯାଇଛି, ୨୦୨୭ ପାଇଁ ଉଦାରବାଦ ତଥା ଶାସନର ସମ୍ଭାବନା ପ୍ରକୃତରେ କମ୍‌ ଦେଖାଯାଉଛି।
ପ୍ରଫେସର ଅଫ୍‌ ପଲିଟିକ୍ସ, ପ୍ରିନଷ୍ଟନ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?