ହଡ଼ପ ଟଙ୍କାରେ ମଉଜ

ଭୁବନେଶ୍ୱର,୫।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଓ ପ୍ରେମିକ ବିକାଶ କୁମାରଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ କମିଶନରେଟ ପୋଲିସ। ଉଭୟଙ୍କୁ ୭ଦିନ ରିମାଣ୍ଡରେ ଆଣିବାକୁ ବୁଧବାର କୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ୩ଦିନ ପାଇଁ ଅନୁମତି ଦେଇଛନ୍ତି। ତେବେ ଏହି ରିମାଣ୍ଡ ଅବଧି ଗୁରୁବାରଠାରୁ ଆରମ୍ଭ ହେବ। ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଟ୍ୟୁଶନ ଓ ଆଡମିଶନ ଫି’ ବାବଦକୁ ଆଦାୟ ହେଉଥିବା ଟଙ୍କାକୁ ହଡ଼ପ ପରେ କେଉଁବାଟରେ ଖର୍ଚ୍ଚ କରିଛନ୍ତି ତାହାର ପୂରା ତଥ୍ୟ ହାସଲ ପାଇଁ ଉଭୟଙ୍କୁ ମୁହାଁମୁହିଁ ଜେରା କରିବ ତମାଣ୍ଡୋ ଥାନା ପୋଲିସ। ତେବେ ଗିରଫ ପରେ ବିକାଶଙ୍କୁ ପଚରାଉଚୁରାବେଳେ ସେ ପ୍ରେମିକା ପାୟଲଙ୍କଠାରୁ ଟଙ୍କା ନେଇ ଅନ୍‌ଲାଇନରେ ଜୁଆ ଓ ଶେୟାର ମାର୍କେଟରେ ଲଗାଇଥିବା ସ୍ବୀକାର କରିଥିଲେ। ଏପରି କି ପ୍ରାୟ ୫୦ଲକ୍ଷ ଟଙ୍କା କେବଳ ଜୁଆରେ ଉଡ଼ାଇଥିଲେ। ଏଥିସହ ଆଉକିଛି ନୂଆ ତଥ୍ୟ ପାଇଛି ପୋଲିସ। ଉଭୟ ବିକାଶ ଓ ପାୟଲ ହଡ଼ପ ଟଙ୍କାରେ ମଉଜ କରୁଥିଲେ। ଚେନ୍ନାଇ, ବେଙ୍ଗାଲୁରୁ, ଜମ୍ମୁକଶ୍ମୀର ଆଦି ସ୍ଥାନକୁ ବୁଲିବାକୁ ଯାଉଥିଲେ। ଠକେଇ ଟଙ୍କାରେ ଢେର୍‌ ଅୟସ ଜୀବନ ବିତାଉଥିବାର କିଛି ଫଟୋ ମଧ୍ୟ ପୋଲିସ ହାତରେ ଲାଗିଛି। ଏଥିସହ ବିକାଶଙ୍କ ମୋବାଇଲ୍‌ ଫୋନ୍‌ ଓ ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଞ୍ଚ କରାଯାଉଛି। ତେବେ କଥାବାର୍ତ୍ତାରେ ତାଳମେଳ ରହୁ ନ ଥିବାରୁ ଆହୁରି ଅନେକ କଥା ଲୁଚାଉଥିବା ପୋଲିସ ସନ୍ଦେହ କରୁଛି। ଗୁରୁବାର ପାୟଲ ରହୁଥିବା ଘରକୁ ଯାଇ ପୋଲିସ ତନାଘନା କରିବ ବୋଲି ସୂଚନା ମିଳିଛି।

ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବାବେଳେ ଉକ୍ତ ବିଶ୍ୱବିଦ୍ୟାଳୟରୁ ୨୦୧୯ରେ ପାସ୍‌ ଆଉଟ୍‌ ଛାତ୍ର ବିକାଶଙ୍କ ସହ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିକାଶ ବିଭିନ୍ନ ସମୟରେ ବାହାନା କରି ପାୟଲଙ୍କୁ ଟଙ୍କା ମାଗିଥିଲେ। ଛାତ୍ରୀଛାତ୍ରଙ୍କ ଟ୍ୟୁଶନ ଓ ଆଡମିଶନ ଫି’ ସଂଗ୍ରହ ଦାୟିତ୍ୱ ନିଜ ହାତରେ ଥିବାରୁ ଉକ୍ତ ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲେ। ପିଲା ଦେଉଥିବା ଟଙ୍କାକୁ ସେ ଶିକ୍ଷାନୁଷ୍ଠାନ ଆକାଉଣ୍ଟରେ ନ ରଖି ନିଜ ନାମରେ ଥିବା ମହୁରା ଶାଖାସ୍ଥିତ ୟୁନିୟନ ବ୍ୟାଙ୍କ ଏବଂ ବାଦାମବାଡ଼ିସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଶାଖା ଆକାଉଣ୍ଟରେ ଜମା କରୁଥିଲେ। ପରେ ଉକ୍ତ ଟଙ୍କାକୁ ଫୋନ୍‌ ପେ’ ଓ ଇ-ଟ୍ରାଞ୍ଜାକ୍ସନ ମାଧ୍ୟମରେ ପ୍ରେମିକ ବିକାଶଙ୍କ ପାଖକୁ ପଠାଉଥିଲେ। ବିଶ୍ୱବିଦ୍ୟାଳୟର ବାର୍ଷିକ ଅଡିଟ୍‌ ସମୟରେ ଟଙ୍କା ଜମାରେ ହେରଫେର ହୋଇଥିବା ଜଣାପଡ଼ିଥିଲା। ଏନେଇ ବିଶ୍ୱବିଦ୍ୟାଳୟର ଜେନେରାଲ ମ୍ୟାନେଜର (ଆକାଉଣ୍ଟ୍‌ସ) ଫିରୋଦ କୁମାର ଶତପଥୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଗତ ୨୯ ତାରିଖରେ ପାୟଲଙ୍କୁ ତାଙ୍କ ଅଫିସରୁ ଗିରଫ କରିଥିଲା। ତାଙ୍କ ବୟାନ ଆଧାରରେ କମିଶନରେଟ ପୋଲିସର ୪ଜଣିଆ ଟିମ୍‌ ଝାଡଖଣ୍ଡ ଯାଇ ଗତ ସୋମବାର ହଜାରିବାଗରୁ ପ୍ରେମିକ ବିକାଶଙ୍କୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri