କେନ୍ଦ୍ରାପଡ଼ା: ୩୧୨ ବାତ୍ୟା ଆଶ୍ରୟସ୍ଥଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ, ୫ା୫: ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ ଏହି ଆକଳନ କରିଛନ୍ତି। ଏହାକୁ ନେଇ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାବାସୀ ଆତଙ୍କିତ ହୋଇପଡିଛନ୍ତି। କାରଣ ସେମାନେ ଆଖି ଆଗରେ ୧୯୯୯ ମହାବାତ୍ୟାର କରାଳ ରୂପକୁ ଦେଖିଛନ୍ତି। ଏହା ଭିତରେ ଓଡ଼ିଶାରେ ଅନେକ ବାତ୍ୟା ଯାଇଥିବା ବେଳେ ୨୦୨୧ ୟାସ୍‌କୁ ଜିଲାବାସୀ ସମ୍ମୁଖୀନ ହୋଇଥିଲେ। ବତ୍ୟା ଯୋଗୁ ଧନ ଓ ଜୀବନ ସହ ପରିବେଶ ନଷ୍ଟ ହୋଇଛି। ଜିଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ଏ ନେଇ ବୈଠକ କରୁଥିଲେ ହେଁ ବର୍ଷାଦିନ ପୂର୍ବରୁ ଯେଉଁ ଦୁର୍ବଳ ନଦୀବନ୍ଧ ମରାମତି କରାଯିବା କଥା ତାହା ଅଦ୍ୟାବଧି ସରିନାହିଁ। ବାତ୍ୟା ସମୟରେ ଜୀବନ ବଞ୍ଚାଇବା ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେଉଥିବା ୩୧୨ ବାତ୍ୟା ଆଶ୍ରୟସ୍ଥଳକୁ ଜିଲା ପ୍ରଶାସନ ଅସୁରକ୍ଷିତ ଘୋଷଣା କରିଛନ୍ତି। ଆଶ୍ରୟସ୍ଥଳରେ ଥିବା ଉପକରଣର ତନଖି ହେଉ ନ ଥିବାରୁ ଅଧିକାଂଶ ଆପଦକାଳରେ ଉପଯୋଗୀ ହୋଇପାରୁନାହିଁ। ଏଥିସହ ଜିଲା ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ୨୦ଟି ବାତ୍ୟା, ବନ୍ୟା, ସୁନାମୀ ଆଲର୍ଟ କେନ୍ଦ୍ର ମଧ୍ୟରୁ ୧୦ଟିରେ ସାଇରନ ବାଜୁ ନାହିଁ; ଯାହା ଉପକୂଳ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ କହିଛନ୍ତି, ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିବର୍ଷ ଜିଲାବାସୀ ଭୋଗୁଛନ୍ତି। ହେଲେ ଏହାର ଆଶୁ ନିରାକରଣ ପ୍ରତି ରାଜନେତା ଓ ପ୍ରଶାସକ ଅଣଦେଖା କରି ଚାଲିଛନ୍ତି। ଲଘୁଚାପଜନିତ ସାମୁଦ୍ରିକ ଝଡ ଭୟଙ୍କର ହେଲେ ଜିଲାରେ ବନ୍ୟାର ଆଶଙ୍କା ଦେଖାଦେଇଥାଏ। ଜିଲାରେ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଏହା ଏକ ବଡ ସମସ୍ୟା। ଏହାର ନିରାକରଣ ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ, ମହାନଦୀ ଡିଭିଜନ, ଚିତ୍ରୋପତ୍ଳା ଡିଭିଜନ, ଡ୍ରେନେଜ ଡିଭିଜନର ଅଧିକାରୀମାନେ ସତର୍କ ହେବା କଥା। ମେ’ ପୂର୍ବରୁ ନଦୀବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ ସହ ମରାମତି ହେବା କଥା। ତେବେ ଅଦ୍ୟାବଧି ଜିଲାରେ ଥିବା ଦୁର୍ବଳ ନଦୀବନ୍ଧ ସମ୍ପୂର୍ଣ୍ଣ ମରାମତି ହୋଇନାହିଁ। ସାମାନ୍ୟ ବନ୍ୟା ହେଲେ ତାହା ଭାଙ୍ଗି ପଡିବାର ଆଶଙ୍କା ଅଛି। ସେହିପରି ନିଷ୍କାସନ ପଥ ପରିଷ୍କାର ପାଇଁ ଅଦ୍ୟାବଧି ଉଦ୍ୟମ ହୋଇନାହିଁ। ବାତ୍ୟାର ବେଗ ଅଧିକ ହେଲେ ସାମୁଦ୍ରିକ ତଟକ୍ଷୟ ସହ ଜଙ୍ଗଲ ଉପରେ ପ୍ରଭାବ ପକାଇବ। ୨୦୧୮ରେ ତିତଲି, ୨୦୧୯ରେ ଫନୀ ଓ ୨୦୨୦ ମସିହାର ଅମ୍ଫାନ ବାତ୍ୟା ଏହାର ଉଦାହରଣ ସାଜିଛି। ଏହାସତ୍ତ୍ୱେ ଜଙ୍ଗଲ ଜମି ଜବରଦଖଲ, ଚିଙ୍ଗୁଡି ଘେରି ନିର୍ମାଣ ଆଦି ସମସ୍ୟାକୁ ରାଜନେତା ଓ ପ୍ରଶାସକ ସର୍ବଦା ଉପେକ୍ଷା କରିଚାଲିଛନ୍ତି। ବନ୍ୟା, ବାତ୍ୟା, ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଲର୍ଟ କେନ୍ଦ୍ରରୁ ସାଇରନ ଦ୍ୱାରା ସତର୍କ କରାଯାଇଥାଏ। ତେବେ ୟାସ୍‌ ସାମୁଦ୍ରିକ ଝଡ ସମୟରେ ରାଜନଗରର ୧୧ଟି ଓ ମହାକାଳପଡ଼ାର ୯ଟି କେନ୍ଦ୍ର ମଧ୍ୟରୁ ରଟପଙ୍ଗା, ନରସିଂହପୁର, ଜମ୍ବୁ, ତନ୍ତିଆପାଳ, ଏଣ୍ଡୁଳାପୁର, କଇଥା, ଚିଞ୍ଚତ୍ରି, ପେଣ୍ଠ, ବ୍ରାହ୍ମଣଶାସନ ଓ କନ୍ଦରାପାଟିଆ ବ୍ୟତୀତ ଅନ୍ୟ ୧୦ଟିରେ ସାଇରନ ବାଜି ନ ଥିଲା। ଏଠାରେ ସିଷ୍ଟମ ସବୁ ଅକାମୀ ହୋଇପଡିଛି। ସେହିପରି ଜିଲାର ୩୧୨ ବାତ୍ୟା ଆଶ୍ରୟସ୍ଥଳ ଅସୁରକ୍ଷିତ ହୋଇଥିବା ବେଳେ ଉପକରଣ ନଷ୍ଟ ହୋଇଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ସମ୍ଭାବ୍ୟ ବାତ୍ୟାର ସମ୍ମୁଖୀନ ପାଇଁ ଜିଲା ପ୍ରଶାସନ ପ୍ରାକ୍‌ ପ୍ରସ୍ତୁତିରେ ଅଛି। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ନିରୀକ୍ଷଣ ସହ ସ୍ଥାନାନ୍ତର, ଗମନାଗମନ, ସ୍ବାସ୍ଥ୍ୟ ସେବା ଆଦିକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ୪ ଦିନ ପାଇଁ ଶଟ୍‌ଡାଉନ୍‌

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.)- ବ୍ରହ୍ମପୁର ମହାନଗରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ସହରରେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଆସନ୍ତା ୨୭ରୁ ୩୦...

ଦୁର୍ଗା ମୂର୍ତ୍ତି ଗଢ଼ା ପାଲଟିଛି ପେସା, ନିଶା

ରାଜନଗର,୩୦ା୯(ଡି.ଏନ୍‌.ଏ.): ଆଉ ମାତ୍ର କିଛିଦିନ ପରେ ପାର୍ବଣ। ଏଥିଲାଗି ଏବେଠୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପୁରପଲ୍ଲି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ମା’ଦୁର୍ଗାଙ୍କ ଆଗମନ ପାଇଁ...

ଧାନ ବିକ୍ରି ବକେୟା ପ୍ରାପ୍ୟ ମିଳୁନି: ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ହୋହଲ୍ଲା

ବାସୁଦେବପୁର, ୮ା୧(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଇରମ ସେବା ସମବାୟ ସମିତି ଅଧୀନରେ ପ୍ରାୟ ୨୧ ଜଣ ଚାଷୀ ସେମାନଙ୍କର ପୂର୍ବବର୍ଷ ଧାନବିକ୍ରି ଟଙ୍କା ପାଇପାରିନାହାନ୍ତି। ଏହାର...

ହିଙ୍ଗୁଳା ଯାତ୍ରାରେ ଯୋଗ ନ ଦେବାକୁ ପରାମର୍ଶ: ସାମାଜିକ ଦୂରତା ରକ୍ଷା କରିବେ ପୂଜକ, ସେବାୟତ

ତାଳଚେର, ୪ା୪(ନି.ପ୍ର.)- ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ...

ଏବର୍ଷ ନାଗାର୍ଜୁନ ବେଶ ଦର୍ଶନ ବନ୍ଦ

ପୁରୀ ଅଫିସ,୩୦।୧୦: ଚଳିତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦେଖିପାରିବେନି ଭକ୍ତ। କୋଭିଡ୍‌ କଟକଣା ପାଇଁ ଶ୍ରଦ୍ଧାଳୁଙ୍କୁ ଏହି ବେଶ ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିବ। ଗୁରୁବାର...

ହତ୍ୟା ଅଭିଯୁକ୍ତ ଶିକ୍ଷକଙ୍କ ବଦଳି ଦାବି

ପରଜଙ୍ଗ, ୩।୭(ଡି.ଏନ୍‌.ଏ.): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗ୍ରାମରେ ଶୁକ୍ରବାର ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି...

ଲିଗାଲ ହାୟାର ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ: ଗିରଫ ହେଲେ ପିଚୁକୁଳି ଏଆର୍‌ଆଇ ଏବଂ ଦଲାଲ

ଖୋର୍ଦ୍ଧା ଅଫିସ,୨୮ା୧୧: ଲିଗାଲ ହାୟାର ସାର୍ଟିଫିକେଟ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲର ପିଚୁକୁଳି ଅତିରିକ୍ତ ରେଭିନ୍ୟୁ...

ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଛାଡ଼ି ଦୁଇ ମାଫିଆ ଫେରାର

ବାଲିଗୁଡ଼ା,୨୨ା୩(ଡି.ଏନ୍‌.ଏ.): ଦିନକୁ ଦିନ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା...

Advertisement
Archives

Model This Week