ଏଲ୍‌ଭିଏ ଟେଷ୍ଟର ଶୁଣାଣି ହେଲା, ରାୟ ସଂରକ୍ଷିତ

ନୟାଗଡ଼ ଅଫିସ,୧୩।୨: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷୀୟା ଶିଶୁକନ୍ୟା ପରୀ ହତ୍ୟା ମାମଲାରେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ (ଏଲ୍‌ଭିଏ) (ଲୟାର ଭଏସ୍‌ ଆନାଲେସିସ୍‌) ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଚିଲ୍‌ଡ୍ରେନ କୋର୍ଟରେ ଶୁକ୍ରବାର ଶୁଣାଣି ହୋଇଛି। ସେହିପରି ରିମାଣ୍ଡ ସମୟରେ କଲେଜ ଛାତ୍ରଙ୍କୁ ମାଡ଼ ଓ ନିର୍ଯାତନା ଅଭିଯୋଗର ଶୁଣାଣି ମଧ୍ୟ ଅନୁରୂପ ଭାବେ କରାଯାଇଛି। ରାୟ ସଂରକ୍ଷିତ ରହିଛି। ଆସନ୍ତା ୧୯ ତାରିଖରେ ରାୟ ପ୍ରକାଶ ପାଇବ ବୋଲି ସରକାରୀ ଓକିଲ ଅନ୍‌ୱାର ମଲ୍ଲିକ ଓ କଲେଜ ଛାତ୍ରଙ୍କ ଓକିଲ ଚନ୍ଦ୍ରବିଜୟୀ ମିଶ୍ର କହିଛନ୍ତି।
ଅନ୍ୟପକ୍ଷେ ପରୀ ମା’ଙ୍କ ବ୍ଲଡ ଗ୍ରୁପ, ପରୀର ଜଙ୍ଘହାଡ଼ ଓ ଫ୍ରକ୍‌, କଲେଜ ଛାତ୍ରଙ୍କ ଭଉଣୀଙ୍କ ମୋବାଇଲ ପରୀକ୍ଷା ପାଇଁ ତାଙ୍କ ପାଖରେ ଟେକ୍ନୋଲୋଜି ନ ଥିବା ଦର୍ଶାଇ କୋଲକତା ସେଣ୍ଟ୍ରାଲ ଫରେନ୍‌ସିକ ସାଇନ୍ସ ଲାବୋରାଟରୀ ଫେରାଇ ଦେଇଛି। ଗତ ୧୦ ତାରିଖରେ ଏନେଇ ଏସ୍‌ଆଇଟି ଚିଲ୍‌ଡ୍ରେନ କୋର୍ଟକୁ ଅବଗତ କରାଇଥିଲା। ପରେ କୋର୍ଟଙ୍କ ଅନୁମତିକ୍ରମେ ଗୁଜରାଟ ଗାନ୍ଧୀନଗର ଫରେନ୍‌ସିକ୍‌ ସାଇନ୍ସ ଲାବୋରାଟାରୀକୁ ଏହାର ପରୀକ୍ଷଣ ପାଇଁ ପଠେଇବାକୁ ଅନୁମତି ମିଳିଛି। ତେବେ ସେଣ୍ଟ୍ରାଲ ଫରେନ୍‌ସିକ ସାଇନ୍ସ ଲାବୋରାଟରୀ ଉପରୋକ୍ତ ସାମଗ୍ରୀ ଫେରାଇ ଦେଇଥିବାବେଳେ ଗୁଜରାଟ ରାଜ୍ୟ ସରକାରଙ୍କ ଲାବୋରେଟୋରୀ କିପରି ସଫଳ ହେବ ସେନେଇ କଲେଜ ଛାତ୍ରଙ୍କ ଓକିଲ ମିଶ୍ର ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା...

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri