ମନ୍ଥର ଗତିରେ ଚାଲିଛି ନିମ୍ନମାନର ବ୍ରିଜ କାମ, ଜଳବନ୍ଦୀ ଆଶଙ୍କାରେ ପୁଣି ୩୫୦ ପରିବାର

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ବିଜେପୁର ପ୍ରଧାନୀପଡ଼ା ଛକରୁ ସାହାଜପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ କଲ୍ୟାଣୀ ନଦୀରେ ବ୍ରିଜ ନିର୍ମାଣ ୨୦୨୩ରେ ମେ’ ମାସରେ କାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କାମ ସରି ନ ଥିବା ବେଳେ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହେଉଛି। ଫଳରେ ପୁଣି ୩୫୦ ପରିବାର ବର୍ଷାଦିନେ ଜଳବନ୍ଦୀ ହେବାର ଆଶଙ୍କା ରହିଛି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନସାଧାରଣଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଠିକାଦାର ଓ ବିଭାଗୀୟ ଅବହେଳା ଯୋଗୁ ଅନେକ ଯୋଜନାର ସୁଫଳ ହୋଇ ପାରୁନାହିଁ। ଏହିଭଳି ଏକ ଅଭିଯୋଗ ଆସିଛି ଜଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାଯତ ସାହାଜପଡା ଗାଁ ନିକଟରେ ଥିବା କଲ୍ୟାଣି ନଦୀ ବ୍ରିଜ ନିର୍ମାଣରେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଶୁଣୁନାହାନ୍ତି ରାଜନେତା କି ତଦାରଖ ପାଇଁ ଆସୁନାହାନ୍ତି ଯନ୍ତ୍ରୀ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବିଜେପୁର ପ୍ରଧାନୀପଡ଼ା ଛକରୁ ସାହାଜପଡ଼ା ଗ୍ରାମକୁ ସଂଯୋଗ କରୁଥିବା ୪ କିମି ପାଦଚଲା ରାସ୍ତା ମଝିରେ କଲ୍ୟାଣୀ ନଦୀ ରହିଥିବା ବେଳେ ସମ୍ପୂର୍ଣ୍ଣ ଭାବେ ସାହଜପଡ଼ାରୁ ଡକରିଗୁଡ଼ା, ବଣ୍ଡେଲ, ଗାଟ୍ରାଗୁଡା,ବାରଗୁଡ଼ା ଓ ବାଲିସରା ଗାଁକୁ ମଧ୍ୟ ପାଦଚଲା ରାସ୍ତା ରହିଛି। ଏମାନେ ମଧ୍ୟ ଏହି ନଦୀ ଯୋଗୁ ଜଳବନ୍ଦୀ ମଧ୍ୟରେ ରହୁଛନ୍ତି। ଫଳରେ ବର୍ଷା ଦିନେ ନିଜ ପଞ୍ଚାୟତ କାର୍ଯ୍ୟାଳୟ ବିଜେପୁରକୁ ଓ ବ୍ଳକ କାର୍ଯ୍ୟାଳୟ ବିଶନାଥପୁରକୁ ଯିବା ପାଇଁ ଲୋକେ ନାନା ଅସୁବିଧା ଭୋଗୁଥିଲେ। ସ୍ବାସ୍ଥ୍ୟ ଉପକେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ ରହିଥିବା ଯୋଗୁ ୬ ମାସ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ଜୀବନ କାଟୁଥିବା ବେଳେ ଆଉ ୬ ମାସ କଲ୍ୟାଣି ନଦୀରେ ପାଣି କମିବା ପରେ ବାଲିବସ୍ତା ଦେଇ ଯାତାୟାତ କରୁଥିବା ଦେଖିବାକୁ ମିଳୁଥିଲା।

ପଞ୍ଚାୟତରୁ ପିଡିଏସ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଆଣିବା, ଗୋରୁ ନଦୀ ପାର ହେବା, ରୋଗୀ, ଗର୍ଭବତୀ ଓ ପ୍ରସୂତିଙ୍କୁ ଡାକ୍ତରଖାନାକୁ ଖଟିଆରେ ବୋହି ନେଉଥିବା ଦୃଶ୍ୟ ବର୍ଷ ବର୍ଷ ଧରି ନିତିଦିନିଆ ହୋଇଯାଇଛି ବୋଲି ଗାଁ ଲୋକେ ପ୍ରକାଶ କରିବା ସହ ସାହାଜପଡ଼ା ଓ ବିଜେପୁର ପ୍ରଧାନୀପଡ଼ା ମଧ୍ୟରେ ଥିବା କଲ୍ୟାଣୀ ନଦୀରେ ପୋଲ ର୍ନିମାଣ କରିବାକୁ ନେଇ କଳାହାଣ୍ଡି ଜିଲ୍ଲାପାଳ, ସାଂସଦ, ବିଧାୟକ, ବିଡିଓ, ସରପଞ୍ଚଙ୍କ ପାଖରେ ବର୍ଷ ବର୍ଷ ଧରି ଏହି ୬ଟି ଗ୍ରାମର ଅଧିବାସୀ ଗତ ୪୦ ବର୍ଷ ହେଲା ଦାବି ଜଣାଇ ଆସୁଥିଲେ । ଏହା ସହିତ ଏହି ଗ୍ରାମବାସୀମାନେ ବାରମ୍ବାର ଭୋଟ୍‌ ବର୍ଜନ କରିବା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।

ସରକାର ଏହାକୁ ଗୁରୁତର ସହ ଗ୍ରହଣ କରି ୨୦୨୩ରେ ଏହି ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ହୋଇ ମେ’ ମାସରେ କାମ ଆରମ୍ଭ କରିଥିଲେ। କିନ୍ତୁ ଠିକାଦାର ଜଣଙ୍କ ନିଜ କାମ ସ୍ଥାନକୁ ନଆସି ଆଉ ଜଣେ ଠିକାଦାରଙ୍କୁ ଦାଇତ୍ୱ ଦେଇଥିବା ବେଳେ ସେହି ଠିକାଦାର ଜଣକ ଜଣେ ମିସ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଦାଇତ୍ୱ ଦେଇଥିବା ବେଳେ କାମ ସ୍ଥାନକୁ ବିଭାଗୀୟ ଯନ୍ତ୍ରୀ ତଦାରଖ ପାଇଁ ଆସୁନଥିବାରୁ ନିମ୍ନମାନର କାମକୁ ନେଇ ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ନଦୀର ପୋଲ ନିର୍ମାଣ ପାଇଁ ପିଲର କରି କିଛି ଲୁହା ଛଡ଼ ଠିଆ କରି କିଛି ଦିନ କାମ କରିଥିବା ବେଳେ ମନ୍ଥର ଗତିରେ ଚାଲିଥିବା ଏହି ପୋଲ କାମ ଶୀଘ୍ର ଆରମ୍ଭ ନ ହେଲେ ବର୍ଷା ଦିନ ସମ୍ପୂର୍ଣ୍ଣ ଭାବେ ପୋତି ହୋଇ ଯିବ ବୋଲି ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି। ଯାହା ଫଳରେ ପୁଣି ୩୫୦ ପରିବାର ଜଳବନ୍ଦୀର ଆଶଙ୍କା ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହାକୁ ନେଇ କଳାହାଣ୍ଡି ଜିଲାପାଳ ଓ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଉନ୍ନତି, ଶୃଙ୍ଖଳା ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମାର୍କଣ୍ଡ ପାଢ଼ୀଙ୍କ…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri