Posted inଫୁରସତ

ଅନେକ ଥର ପ୍ରେମରେ ପଡ଼ିଥିଲେ ବିଜୟ ମାଲ୍ୟା , ୩ ଜଣଙ୍କୁ କରିଛନ୍ତି ବିବାହ

ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଏକଦା ସମୟ ଥିଲା ସେ ଭାରତର ସବୁଠୁ ସଫଳ ଉଦ୍ୟୋଗୋପତି ଭାବରେ ଜଣାଶୁଣା ଥିଲେ। କିନ୍ତୁ ତାଙ୍କ ଜୀବନ ଅନେକ ଅଙ୍କାବଙ୍କା ରାସ୍ତା ଦେଇ ଗତି କରିଥିଲା। ୧୭ଟି ଭାରତୀୟ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନରେ ଆତ୍ମଗୋପନ କରିଛନ୍ତି। ସେ ଭାରତ ଫେରିବେ ବୋଲି ଅନେକ ଥର ଚର୍ଚ୍ଚା ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫେରିନାହାନ୍ତି। ତେବେ ଆଜିର ଏହି ପ୍ରେମ ଦିବସରେ ଜାଣନ୍ତୁ ବିଜୟ ମାଲ୍ୟାଙ୍କ ପ୍ରେମ କାହାଣୀ ସମ୍ପର୍କରେ…

ମାଲ୍ୟା ନିଜକୁ ସର୍ବଦା ଗୁଡ୍‌ ଟାଇମ୍‌ର କିଙ୍ଗ୍‌ ବୋଲି କହିଥାନ୍ତି। ମାତ୍ର ତାଙ୍କ ଜୀବନ ଅନେକ କଷ୍ଟକର ଥିଲା। ବିଜୟଙ୍କ ପିତା ବିଟଲ ମାଲ୍ୟା କର୍ନାଟକର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। ଯେତେବେଳେ ମାଲ୍ୟା ଖୁବ୍‌ କମ ବୟସରେ ପିତାଙ୍କ ବ୍ୟବସାୟ ସମ୍ଭାଳିଥିଲେ। ସେ ଏହି ବ୍ୟବସାୟକୁ ଏତେ ବଢ଼ାଇଦେଲେ ଯେ ଭାରତୀୟ ଶିଳ୍ପରେ ଏକ ଉଦାହରଣ ପାଲଟିଗଲେ। ଏହା ପରେ ସେ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଲାଗିଲେ। ତାଙ୍କ ନିକଟରେ କୌଣସି ଜିନିଷର ଅଭାବ ନ ଥିଲା।

ତାଙ୍କ ନିକଟକୁ ସୁନ୍ଦରୀ ଯୁବତୀମାନଙ୍କ ଲମ୍ବା ଲାଇନ ଲାଗିଲା। ଏହା ବ୍ୟତୀତ ତାଙ୍କ ନିକଟରେ ଘରୋଇ ଜେଟ୍‌, ବେସରକାରୀ ୟାଟ୍‌, ଦୁନିଆର ସବୁଠୁ ବିଳାସପୂର୍ଣ୍ଣ ବଙ୍ଗଳା, କିଙ୍ଗ୍‌ଫିସର କ୍ୟାଲେଣ୍ଡରରେ ମଡେଲ ମେଳା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଆଇପିଏଲ ଦଳ, ଏଫ୍‌- ଓ୍ବାନ୍‌ ଫୋର୍ସ ଓ୍ବାନ୍‌ ଭାବରେ ଏକ ପ୍ରିମିୟର ଦଳର ମାଲିକ ଥିଲେ।

ସବୁଠୁ ଚର୍ଚ୍ଚାରେ ଥିଲା ତାଙ୍କ ପ୍ରେମ। ମାଲ୍ୟା ଥରେ ନୁହେଁ, ଅନେକ ଥର ପ୍ରେମରେ ପଡ଼ିଥିଲେ। ୩ ଥର ନିଜ ପ୍ରେମକୁ ବିବାହରେ ରୂପାନ୍ତରିତ କରିଥିଲେ। ପ୍ରଥମ ବିବାହ ଏୟାର ଇଣ୍ଡିଆର ପୂର୍ବତନ ଏୟାର ହୋଷ୍ଟେସ ସମୀରା ଟାୟାବଜୀଙ୍କ ସହ ହୋଇଥିଲା। ୧୯୮୬ରେ ସେ ଏୟାର ଇଣ୍ଡିଆ ବିମାନରେ ଆମେରିକା ଯାଉଥିବା ସମୟରେ ସମୀରାଙ୍କ ସହ ସାକ୍ଷାତ ହୋଇଥିଲା। ସମୀରା ତାଙ୍କଠାରୁ ବୟସରେ ବଡ଼ ଥିଲେ ତଥାପି ମାଲ୍ୟା ତାଙ୍କୁ ବିବାହ କରିଥିଲେ। ବର୍ଷେ ପରେ ସମୀରା ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କୁ ଜନ୍ମ ହୋଇଥିଲେ।

ପରେ ୧୯୯୩ରେ ବିଜୟ ତାଙ୍କ ପିଲାଦିନର ସାଙ୍ଗ ରେଖାଙ୍କ ପ୍ରେମରେ ପଡ଼ିଥିଲେ। ରେଖା ମଧ୍ୟ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ମାଲ୍ୟାଙ୍କ ହାତ ଧରିଥିଲେ।

ଏହା ପରେ ଲଣ୍ଡନରେ ବିଜୟ ୬୩ ବର୍ଷ ବୟସରେ କିଙ୍ଗ୍‌ଫିସର ଏୟାରଲାଇନ୍ସରେ ଏୟାର ହୋଷ୍ଟେସ ଥିବା ପିଙ୍କି ଲାଲଓ୍ବାନୀଙ୍କ ପ୍ରେମରେ ପଡ଼ିଥିଲେ। ପରେ ପିଙ୍କିଙ୍କୁ ବିବାହ କରି ବର୍ତ୍ତମାନ ତାଙ୍କ ସହ ଲଣ୍ଡନରେ ରହି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri