Posted inଫୁରସତ

ଅନେକ ଥର ପ୍ରେମରେ ପଡ଼ିଥିଲେ ବିଜୟ ମାଲ୍ୟା , ୩ ଜଣଙ୍କୁ କରିଛନ୍ତି ବିବାହ

ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଏକଦା ସମୟ ଥିଲା ସେ ଭାରତର ସବୁଠୁ ସଫଳ ଉଦ୍ୟୋଗୋପତି ଭାବରେ ଜଣାଶୁଣା ଥିଲେ। କିନ୍ତୁ ତାଙ୍କ ଜୀବନ ଅନେକ ଅଙ୍କାବଙ୍କା ରାସ୍ତା ଦେଇ ଗତି କରିଥିଲା। ୧୭ଟି ଭାରତୀୟ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନରେ ଆତ୍ମଗୋପନ କରିଛନ୍ତି। ସେ ଭାରତ ଫେରିବେ ବୋଲି ଅନେକ ଥର ଚର୍ଚ୍ଚା ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫେରିନାହାନ୍ତି। ତେବେ ଆଜିର ଏହି ପ୍ରେମ ଦିବସରେ ଜାଣନ୍ତୁ ବିଜୟ ମାଲ୍ୟାଙ୍କ ପ୍ରେମ କାହାଣୀ ସମ୍ପର୍କରେ…

ମାଲ୍ୟା ନିଜକୁ ସର୍ବଦା ଗୁଡ୍‌ ଟାଇମ୍‌ର କିଙ୍ଗ୍‌ ବୋଲି କହିଥାନ୍ତି। ମାତ୍ର ତାଙ୍କ ଜୀବନ ଅନେକ କଷ୍ଟକର ଥିଲା। ବିଜୟଙ୍କ ପିତା ବିଟଲ ମାଲ୍ୟା କର୍ନାଟକର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। ଯେତେବେଳେ ମାଲ୍ୟା ଖୁବ୍‌ କମ ବୟସରେ ପିତାଙ୍କ ବ୍ୟବସାୟ ସମ୍ଭାଳିଥିଲେ। ସେ ଏହି ବ୍ୟବସାୟକୁ ଏତେ ବଢ଼ାଇଦେଲେ ଯେ ଭାରତୀୟ ଶିଳ୍ପରେ ଏକ ଉଦାହରଣ ପାଲଟିଗଲେ। ଏହା ପରେ ସେ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଲାଗିଲେ। ତାଙ୍କ ନିକଟରେ କୌଣସି ଜିନିଷର ଅଭାବ ନ ଥିଲା।

ତାଙ୍କ ନିକଟକୁ ସୁନ୍ଦରୀ ଯୁବତୀମାନଙ୍କ ଲମ୍ବା ଲାଇନ ଲାଗିଲା। ଏହା ବ୍ୟତୀତ ତାଙ୍କ ନିକଟରେ ଘରୋଇ ଜେଟ୍‌, ବେସରକାରୀ ୟାଟ୍‌, ଦୁନିଆର ସବୁଠୁ ବିଳାସପୂର୍ଣ୍ଣ ବଙ୍ଗଳା, କିଙ୍ଗ୍‌ଫିସର କ୍ୟାଲେଣ୍ଡରରେ ମଡେଲ ମେଳା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଆଇପିଏଲ ଦଳ, ଏଫ୍‌- ଓ୍ବାନ୍‌ ଫୋର୍ସ ଓ୍ବାନ୍‌ ଭାବରେ ଏକ ପ୍ରିମିୟର ଦଳର ମାଲିକ ଥିଲେ।

ସବୁଠୁ ଚର୍ଚ୍ଚାରେ ଥିଲା ତାଙ୍କ ପ୍ରେମ। ମାଲ୍ୟା ଥରେ ନୁହେଁ, ଅନେକ ଥର ପ୍ରେମରେ ପଡ଼ିଥିଲେ। ୩ ଥର ନିଜ ପ୍ରେମକୁ ବିବାହରେ ରୂପାନ୍ତରିତ କରିଥିଲେ। ପ୍ରଥମ ବିବାହ ଏୟାର ଇଣ୍ଡିଆର ପୂର୍ବତନ ଏୟାର ହୋଷ୍ଟେସ ସମୀରା ଟାୟାବଜୀଙ୍କ ସହ ହୋଇଥିଲା। ୧୯୮୬ରେ ସେ ଏୟାର ଇଣ୍ଡିଆ ବିମାନରେ ଆମେରିକା ଯାଉଥିବା ସମୟରେ ସମୀରାଙ୍କ ସହ ସାକ୍ଷାତ ହୋଇଥିଲା। ସମୀରା ତାଙ୍କଠାରୁ ବୟସରେ ବଡ଼ ଥିଲେ ତଥାପି ମାଲ୍ୟା ତାଙ୍କୁ ବିବାହ କରିଥିଲେ। ବର୍ଷେ ପରେ ସମୀରା ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କୁ ଜନ୍ମ ହୋଇଥିଲେ।

ପରେ ୧୯୯୩ରେ ବିଜୟ ତାଙ୍କ ପିଲାଦିନର ସାଙ୍ଗ ରେଖାଙ୍କ ପ୍ରେମରେ ପଡ଼ିଥିଲେ। ରେଖା ମଧ୍ୟ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ମାଲ୍ୟାଙ୍କ ହାତ ଧରିଥିଲେ।

ଏହା ପରେ ଲଣ୍ଡନରେ ବିଜୟ ୬୩ ବର୍ଷ ବୟସରେ କିଙ୍ଗ୍‌ଫିସର ଏୟାରଲାଇନ୍ସରେ ଏୟାର ହୋଷ୍ଟେସ ଥିବା ପିଙ୍କି ଲାଲଓ୍ବାନୀଙ୍କ ପ୍ରେମରେ ପଡ଼ିଥିଲେ। ପରେ ପିଙ୍କିଙ୍କୁ ବିବାହ କରି ବର୍ତ୍ତମାନ ତାଙ୍କ ସହ ଲଣ୍ଡନରେ ରହି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri