ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଇକ ଦେଖିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ସାବଧାନ! ଏଣିକି ବାଇକ୍‌ରୁ ଉଚ୍ଚ ଶବ୍ଦ ବାହାରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଖୋଜି ଖୋଜି ଧରିବ ପୋଲିସ। ରାଜଧାନୀରେ ଅନେକ ଯୁବକ ବାଇକ୍‌କୁ ମଡେଲିଂ କରିବା ସହ ସେଥିରେ ବିକଟାଳ ବା ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ପାଇପ୍‌ ଲଗାଉଛନ୍ତି। କେଉଁ ସାଲେନ୍ସର ପାଇପ୍‌ରୁ ବାଟ ଫୁଟିବାର ଶବ୍ଦ ବାହାରୁଛି ତ ପୁଣି ଆଉ କେଉଁଥିରୁ ଛାତି ଥରାଇ ଦେବା ଭଳି ଢ଼ୋ ଢ଼ା ଠୋ ଠା ଶବ୍ଦ ବାହାରୁଛି। ରାସ୍ତାରେ ଏଭଳି ଶବ୍ଦ ମାଧ୍ୟମରେ ଅନ୍ୟ ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଯୁବପିଢ଼ି ଖୁସି ହେଉଥିଲେ ମଧ୍ୟ ଏହା ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ଆଣୁଛି। ଦୁର୍ଘଟଣା ଘଟାଇବା ସହ ହୃଦ୍‌ରୋଗୀଙ୍କ ପାଇଁ ଘାତକ ସାଜୁଛି। ଏହାଦ୍ୱାରା ପରିବେଶ ଓ ଧ୍ୱନି ପ୍ରଦୂଷିତ ହେଉଛି। ଏହା ବେଆଇନ ହୋଇଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ଥିବାରୁ କେହି ମାନୁନାହାନ୍ତି। ତେବେ ବିଳମ୍ବରେ ହେଲେ ମଧ୍ୟ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ କରିଛି। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ଟ୍ରାଫିକ୍‌ ପୋଲିସର ଏକାଧିକ ଟିମ୍‌ ସହରର ଫାଲକନ୍‌ ହାଉସ ଛକ, ମ୍ୟୁଜିଅମ୍‌ ଛକ, ରୂପାଲି ଛକ, ଲିଙ୍ଗିପୁର ଛକ, ନାଲ୍‌କୋ ଛକ, ପଟିଆ ଛକ, ନନ୍ଦନକାନନ ଛକରେ ରହି ସ୍ବତନ୍ତ୍ର ଭାବେ ଯାଞ୍ଚ କରିଥିଲା। ରାସ୍ତାରେ ଯାଉଥିବା ବାଇକଗୁଡ଼ିକୁ ଅଟକାଇ ସାଇଲେନ୍ସର ପାଇପ୍‌ ଯାଞ୍ଚ କରାଯାଇଥିଲା। ପ୍ରଥମ ଦିନରେ ପ୍ରାୟ ୨୭ ବାଇକ୍‌ ଜବତ କରାଯାଇଛି। ବାଇକ୍‌ ଚାଳକଙ୍କଠାରୁ ଜରିମାନା ନିଆଯିବା ସହ ନିର୍ବାଚନ ସରିବା ପର୍ଯ୍ୟନ୍ତ ଗାଡିଗୁଡ଼ିକୁ ଥାନାରେ ରଖାଯିବ ବୋଲି ସୂଚନା ଦିଆଯାଇଛି।
କମିଶନରେଟ ପୋଲିସ ପକ୍ଷରୁ ଏକ ମୋବାଇଲ ଫୋନ୍‌ ନଂ.୮୦୯୩୦୨୮୧୦୭ ଜାରି କରାଯାଇଛି। ଯଦି ଏପରି ଉଚ୍ଚଶବ୍ଦ କରୁଥିବା କୌଣସି ବାଇକ ନଜରକୁ ଆସେ ତା’ହେଲେ ତାହାର ଫଟୋ ଉଠାଇ ଏହି ନମ୍ବରରେ ହ୍ବାଟ୍ସଆପ୍‌ ମାଧ୍ୟମରେ ପୋଷ୍ଟ କରିକୁ ପରାମର୍ଶ ଦିଆଯାଇଛି। ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି କୁହାଯାଇଛି। ଏନେଇ ଡିସିପି ଦାଶ କହିଛନ୍ତି, ରାସ୍ତାରେ ନିଜର ଉପସ୍ଥିତି ଜାହିର କରିବାକୁ ଏଭଳି ବାଇକ ବ୍ୟବହାର କରାଯାଉଛି। ସ୍ବତନ୍ତ୍ର ଡ୍ରାଇଭ୍‌ ମାଧ୍ୟମରେ ବିକଟାଳ ବା ଉଚ୍ଚ ଶବ୍ଦ କରୁଥିବା ବାଇକ ବ୍ୟବହାର କରୁଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆମେ ସିସିଟିଭି ଦ୍ୱାରା ଅଭିଯାନକୁ ମନିଟର କରୁଛୁ। ଯେଉଁଠି ବି ପରିବର୍ତ୍ତିତ ସାଇଲେନ୍‌ସର ଦେଖାଯିବ ସେ ବାଇକକୁ ଜବତ କରିବାକୁ ପିସିଆର୍‌ ଟିମ୍‌କୁ କୁହାଯାଇଛି। ଆବଶ୍ୟକତା ପଡ଼ିଲେ ଚାଳକଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଡିସିପି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri