ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ତାଲା

ମାଲକାନଗିରି,୧୫।୫(ଡି.ଏନ.ଏ.): ମାଲକାନଗିରି ଜିଲା କୁର୍ସୁବାଡାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଶିକ୍ଷକ ନିଯୁକ୍ତି ଦାବିକରି ଶୁକ୍ରବାର ଅଭିଭାବକ ଓ ଗ୍ରାମବାସୀ ତାଲା ପକାଇ ଧାରଣାରେ ବସିଥିଲେ। ଜିଲା ଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ଫଳରେ ଗ୍ରାମବାସୀ ବିଦ୍ୟାଳୟରେ ପକାଇଥିବା ତାଲା ଖୋଲି ଦେଇଛନ୍ତି। ଏହି ବିଦ୍ୟାଳୟରେ ୩୦୫ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଏଠାରେ ମାତ୍ର ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପଢୁଥିବା ଛାତ୍ରୀଛାତ୍ରଙ୍କୁ କମ୍‌ ସଂଖ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ଥିବାରୁ ଠିକ୍‌ ରୂପେ ପଢାଇପାରୁ ନ ଥିଲେ। ଦୀର୍ଘଦିନ ଧରି ଅଞ୍ଚଳବାସୀ ଶିକ୍ଷକ ନିଯୁକ୍ତି ଲାଗି ଦାବିକରି ଆସୁଥିଲେ। ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନ ନେବାରୁ ଶୁକ୍ରବାର ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଶିକ୍ଷକ ନିଯୁକ୍ତି ନ ହେବା ଯାଏ ତାଲା ଖୋଲିବେ ନାହିଁ ବୋଲି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri