ନିଃଶୁଳ୍କ ରୋଗ ନିରୂପଣ ପରୀକ୍ଷା ତାଲିକା ୨୨୧କୁ ବୃଦ୍ଧି

ଭୁବନେଶ୍ୱର, ୨୧।୩(ବ୍ୟୁରୋ):ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟ ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ଭାବେ ରାଜ୍ୟ ସରକାର ଜିଲା ସ୍ତରରେ ମିଳୁଥିବା ନିଶୁଳ୍କ ରୋଗ ନିରୂପଣ ପରୀକ୍ଷା ପରିସର ୧୪୬କୁ ବୃଦ୍ଧି କରିଛନ୍ତି। ଫଳରେ ଏଣିକି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ତରରେ ୨୨୧ ପ୍ରକାର ଟେଷ୍ଟର ସୁବିଧା ମିଳିବ। ସ୍ବାସ୍ଥ୍ୟ ସବ୍‌-ସେଣ୍ଟର୍‌ଠାରୁ ଆରମ୍ଭ କରି ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ତାଲିକା ଅନୁସାରେ ଏହିସବୁ ପରୀକ୍ଷା ସୁବିଧା ମିଳିପାରିବ ବୋଲି ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ସେ କହିଛନ୍ତି, ଜାନୁୟାରୀ ୨୦୧୮ରୁ ଆରମ୍ଭ କରାଯାଇଥିବା ‘ନିଦାନ’ ଯୋଜନାରେ ଏହିସବୁ ସୁବିଧା ମିଳିବ। ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ସବୁଲୋକ ଏହି ନିଃଶୁଳ୍କ ମାଗଣା ସେବା ପାଇ ପାରିବେ। ଏ ନେଇ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ରୋଗ ନିରୂପଣ ତଥ୍ୟ ଭିତ୍ତିରେ ରାଜ୍ୟରେ ବିଭିନ୍ନ ରୋଗର ବର୍ତ୍ତମାନର ସ୍ଥତିକୁ ଲକ୍ଷ୍ୟ କରି ମାଗଣା ରୋଗ ନିରୂପଣ ପରୀକ୍ଷା ତାଲିକା ପ୍ରସ୍ତୁତ କରାଯାଇଛି। ଏଣିକି ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତରରେ ୧୪୬ ପ୍ରକାର ପରୀକ୍ଷା, ଉପଖଣ୍ଡ ଚିକିତ୍ସାଳୟ ସ୍ତରରେ ୧୨୧, କମ୍ୟୁନିଟି ସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ ୧୦୩, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ ୬୫ ଏବଂ ସ୍ବାସ୍ଥ୍ୟ ଉପକେନ୍ଦ୍ର ସ୍ତରରେ ୧୬ ପ୍ରକାର ରୋଗ ନିରୂପଣ ପରୀକ୍ଷା ମାଗଣାରେ କରାଯିବ। ମେଡିକାଲ କଲେଜ ଓ ହସ୍ପିଟାଲ ସ୍ତରରେ ୨୨୧ ପ୍ରକାର ପରୀକ୍ଷା ସୁବିଧା ମିଳିବ। ଖର୍ଚ୍ଚ ବହୁଳ ଓ ସ୍ପେଶାଲିଟି ସେବା ପରୀକ୍ଷାଗୁଡ଼ିକୁ ଦକ୍ଷ ଓ ଅଭିଜ୍ଞ ରୋଗ ନିରୂପକ ସଂସ୍ଥା ମାଧ୍ୟମରେ କରାଯିବ। ଜାତୀୟ ଜେମ୍ସ ଟେଣ୍ଡର ପୋର୍ଟାଲ ମାଧ୍ୟମରେ ଏହି ସଂସ୍ଥାଗୁଡ଼ିକର ଚୟନ କରାଯିବ। ଚୟନ ହୋଇଥିବା ସଂସ୍ଥା ଜିଲା ଉପଖଣ୍ଡ, ବ୍ଲକ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଆବଶ୍ୟକ ନମୁନା ସଂଗ୍ରହ କେନ୍ଦ୍ର ଖୋଲିବେ। ପ୍ରତି ସ୍ବାସ୍ଥ୍ୟସେବା ଅନୁଷ୍ଠାନର ଏକ ସୁଦୃଶ୍ୟ ଜାଗାରେ ମାଗଣାରେ ମିଳୁଥିବା ପରୀକ୍ଷା ତାଲିକା ବିଜ୍ଞାପିତ ହେବ ବୋଲି ଶାସନ ସଚିବ କହିଛନ୍ତି। ମିଳିଥିବା ସୂଚନାନୁସାରେ, ପ୍ରାୟ ୫୮ ପ୍ରକାର ଖର୍ଚ୍ଚ ବହୁଳ ସ୍ପେଶାଲିଟି ସେବା ପରୀକ୍ଷାକୁ ‘ନିଦାନ’ ଅନ୍ତର୍ଭୁକ୍ତ କରାଯାଇଛି। ପରୀକ୍ଷାୱାରୀ ରିପୋର୍ଟ ପାଇବାର ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri