ଭୁବନେଶ୍ୱର,୫।୩(ବ୍ୟୁରୋ): ପୌର ପାଇଁ ରାଜନୀତି ସରଗରମ ରହିଛି। ମାର୍ଚ୍ଚ ୨ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଇଥିବା ବେଳେ ୭ରେ ନାମାଙ୍କନ ପତ୍ର ଦାଖଲ ସରିବ। ସବୁ ରାଜନୈତିକ ଦଳ ଚୂଡାନ୍ତ ତାଲିକା ପ୍ରକାଶ କରିନାହାନ୍ତି। ତେବେ କିଏ ଟିକେଟ ପାଇବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କଂଗ୍ରେସ ପ୍ରଥମ ଦଳ ଭାବରେ ଭୁବନେଶ୍ୱର ଓ କଟକ ପାଇଁ ମେୟର ସହିତ କିଛି କର୍ପୋରେଟରଙ୍କ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି । କିନ୍ତୁ ବିଜେପି ଓ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ଶନିବାର ଉଭୟ ଦଳ ଚୂଡାନ୍ତ ପ୍ରାର୍ଥୀ ତାଲିକା ସହିତ ମେୟର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି।