Posted inଜାତୀୟ

ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍‌…

ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍‌…
ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କୁ ଟଙ୍କା ମିଳିନାହିଁ ତେବେ ଫେବୃୟାରୀ ୨୪ରେ ଖାତାକୁ ଆସିବ ୧୯ ତମ କିସ୍ତି। ଯଦି ଆପଣ PM Kisan Yojana ଆବେଦନ କରିଛନ୍ତି କିନ୍ତୁ ଟଙ୍କା ଆସିବ କି ନାହିଁ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଲାଭକାରୀ ହୋପାରେ।

PM Kisan ଯୋଜନାରେ ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି ସରକାର । ପିଏମ କିଶାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ତମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ସରକାର । କିନ୍ତୁ ସବୁଠୁ ବଡ଼ କଥା ହେଉଛି ସବୁ ଚାଷୀଙ୍କୁ ଏହି ଟଙ୍କା ମିଳିନାହଁ । ଏହି ଯୋଜନାରେ ଚାଷୀମାନେ ବାରମୱାର ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଟଙ୍କା ଆସିନାହିଁ । କାହିଁକି ଟଙ୍କା ଆସିନି ସେ ନେଇ ସେମାନଙ୍କ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି । ବାରମୱାର ବ୍ୟାଙ୍କ ଇକେୱାସି ଓ ଆଧାର କାର୍ଡ ଲିଙ୍କ କରିଥିଲେ ବି ସେମାନଙ୍କୁ ୧୮ ତମ କିସ୍ତି ଟଙ୍କା ମିଳିପାରିନାହିଁ ।

ଯଦି ଆପଣଙ୍କୁ ବି ଟଙ୍କା ମିଳିନାହିଁ ତେବେ ହିତାଧିକାରୀ କିପରି ଜାଣିବେ, ସେମାନଙ୍କ ଆବେଦନର ଷ୍ଟାଟସ ବାବଦରେ । ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଜଣେ ହିତାଧିକାରୀ ଓ ଜାଣିବାକୁ ଚାହୁଁଛନ୍ତି ଯେ ଆପଣ ପରବର୍ତ୍ତୀ କିସ୍ତିର ଲାଭ ପାଇପାରିବେ କି ନାହିଁ, ତେବେ ଆପଣ ଏଥିପାଇଁ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ଏପରି କ୍ଷେତ୍ରରେ, ଆପଣଙ୍କୁ ଯୋଜନାର ସରକାରୀ ୱେବସାଇଟ pmkisan.gov.in ପରିଦର୍ଶନ କରିବାକୁ ପଡିବ।

PM Kisan Yojana: ପୋର୍ଟାଲ ଖୋଲିବା ପରେ ଆପଣ ଏଠାରେ ଅନେକ ବିକଳ୍ପ ଦେଖିବେ, ଯେଉଁଥିରୁ ଆପଣଙ୍କୁ ‘Know Your Status’ ଉପରେ କ୍ଲିକ କରିବାକୁ ପଡିବ। ଏହା ପରେ, ଆପଣଙ୍କୁ ଏଠାରେ ଆପଣଙ୍କର ପଞ୍ଜୀକରଣ ନମ୍ବର ଦେବାକୁ ପଡିବ। ଏବେ ଆପଣ ସ୍କ୍ରିନରେ କ୍ୟାପଚା କୋଡ ଦେଖିବେ, ଏହାକୁ ଏଠାରେ ପ୍ରବେଶ କରନ୍ତୁ।

ଏହା ପରେ, ଆପଣଙ୍କୁ ଶେଷରେ ’Get Detail’ ଉପରେ କ୍ଲିକ କରିବାକୁ ପଡିବ। ଏପରି କରିବା ମାତ୍ରେ, ଆପଣଙ୍କର ଷ୍ଟାଟସ ସ୍କ୍ରିନରେ ଦୃଶ୍ୟମାନ ହେବ । ଏଥିରେ ଆପଣ ଜାଣିପାରିବେ ଯେ ଆପଣଙ୍କୁ କିସ୍ତି ଟଙ୍କା ମିଳିବ କି ନାହିଁ କିମୱା ମିଳିଲା କି ନାହିଁ । ଯଦି ଆବେଦନ ରିଜେକ୍ଟ ହୋଇଯାଇଥିବ ତେବେ ପେଜରେ ରିଜେକ୍ଟ ବୋଲି ଲେଖାଯିବ । ଏହି ଷ୍ଟେପ ଲାପଟପ ଓ ଡେସ୍କଟପ ପାଇଁ ପ୍ରଜ୍ୟୁଜ ।

PM Kisan Yojan: େସେହିପରି ମାବାଇଲରେ ପିଏମ କିଷାନ ପୋର୍ଟାଲ ଖୋଲି ହିତାଧିକାରୀ ନିଜର ଆବେଦନର ଷ୍ଟାଟସ ଚେକ କରିପାରିବେ। ପେଜ ଖୋଲି ତଳକୁ ସ୍କ୍ରଲ କଲେ Know your Status ଦେଖାଯିବ । ଯେଉଁଥିରେ କ୍ଲିକ କଲେ ହିତାଧିକାରୀଙ୍କୁ ପ୍ରଥମେ ନିଜ ରେଜିଷ୍ଟ୍ରେର ନଂ ଓ କ୍ୟାପଚା କୋଡ ପ୍ରବେଶ କରିବାକୁ ପଡିବ । ତାପରେ ପଞ୍ଜିକୃତ ମୋବାଇଲ ନଂକୁ OTP ଆସିବ ଓ ଏଥିରୁ ହିତାଧିକାରୀଙ୍କ ଷ୍ଟାଟସ ଜଣା ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।...

BJD: ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୩।୪: ୱକଫ୍‌ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ...

ଆମ କଳିକା କେନ୍ଦ୍ର ଉଦ୍‌ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ

କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍‌) କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।...

ପହଲଗାମ ଆକ୍ରମଣ ଉପରେ ରବର୍ଟ ଭଦ୍ରାଙ୍କ ବିବାଦୀୟ ବୟାନ, କହିଲେ-”ମୁସଲମାନମାନଙ୍କୁ ଦମନ କରାଯାଉଛି…”

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣକୁ ନେଇ ରବର୍ଟ ଭଦ୍ରାଙ୍କ ଏକ ବୟାନ ବିବାଦ ସୃଷ୍ଟି କରିଛି। ମଙ୍ଗଳବାର...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri