ତାଲିକା ତାରିଖ ଘୁଞ୍ଚି ଚାଲିଛି

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଓଏଏସ୍‌, ଓପିଏସ୍‌, ରାଜସ୍ବ, ଅର୍ଥ, ଜଙ୍ଗଲ ଭଳି ସମସ୍ତ ବିଭାଗର ସରକାରୀ ଅଧିକାରୀ ଏବଂ କର୍ମଚାରୀ ସେମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଏଥିପ୍ରତି ଅଧିକାରୀମାନେ ଆଗ୍ରହ ଦେଖାଉନାହାନ୍ତି। ଫଳରେ ସମ୍ପତ୍ତି ତାଲିକା ଦାଖଲର ସମୟ ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଛି। ନିୟମ ଦୃଷ୍ଟିରୁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୧ରୁ ଡିସେମ୍ବର ୩୧ ମଧ୍ୟରେ ସରକାରୀ ଅଧିକାରୀମାନେ ସମ୍ପତ୍ତି ବିବରଣୀ ତାଲିକା ଦେବା କଥା। ହେଲେ ୨୦୨୧ ବର୍ଷରେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଫଳରେ ଏହାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେଲେ ସେହି ସମୟ ସୁଦ୍ଧା ଅଧିକାରୀମାନେ ମଧ୍ୟ ନିଜ ସମ୍ପତ୍ତି ତାଲିକାର ବିବରଣୀ ପ୍ରଦାନ କରିପାରିଲେ ନାହିଁ। ତେଣୁ ଏଥିପାଇଁ ସରକାରୀ କର୍ମଚାରୀଙ୍କୁ ଆଉ ଗୋଟିଏ ମାସ ଅଧିକ ସମୟ ଦିଆଯାଇଛି। ଚଳିତ ମାସ ୩୦ତାରିଖ ସୁଦ୍ଧା ସେମାନଙ୍କ ତାଲିକା ଦାଖଲ ଲାଗି ସାଧାରଣ ପ୍ରଶାସନ(ଜିଏ) ଏବଂ ସାଧାରଣ ଅଭିଯୋଗ(ପିଜି) ପକ୍ଷରୁ ସବୁ ସରକାରୀ ବିଭାଗ, ଆର୍‌ଡିସି ଏବଂ ଜିଲାପାଳମାନଙ୍କୁ ଜଣାଇ ଦିଆଯାଇଛି। ପଞ୍ଚାୟତ ଓ ପୌର ନିର୍ବାଚନ ବ୍ୟସ୍ତତା ଏବଂ ବିଧାନସଭା ଅଧିବେଶନକୁ ଆଳ ଦେଖାଇ ବହୁ କର୍ମଚାରୀ ଏବଂ ଅଫିସର ସେମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିପାରି ନ ଥିଲେ। ତେବେ ଏଥର ଯେଉଁ ପରିବର୍ତ୍ତିତ ତାରିଖ ସ୍ଥିର କରାଯାଇଛି ସେହି ସମୟ ମଧ୍ୟରେ ଅଧିକାରୀମାନେ ତାଲିକା ପ୍ରଦାନ କରିବେ ନା ପୁଣି ତାରିଖ ବଦଳିବ ତାକୁ ନେଇ ବିଭିନ୍ନ ମହଲ୍‌ରେ ଆଲୋଚନା ହେଉଛି।
ନୂତନ ସମୟସୀମା ସଂକ୍ରାନ୍ତରେ ସବୁ କର୍ମଚାରୀଙ୍କୁ ଅବଗତ କରାଇଦେବା ଲାଗି ଅଫିସର୍‌ମାନଙ୍କୁ ଜଣାଇ ଦିଆଯାଇଛି। ସମ୍ପତ୍ତି ତାଲିକା ଦାଖଲର ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା ନ କରି ଏହା ପୂର୍ବରୁ ତାଲିକା ଦେଇଦେବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ରାଜ୍ୟ ସରକାର ପୂର୍ବରୁ ବହୁଥର ସମ୍ପତ୍ତି ତାଲିକା ଦାଖଲର ଅବଧିକୁ ବଢ଼ାଇଛନ୍ତି। ସମସ୍ତ ସରକାରୀ ଅଧିକାରୀ ବାଧ୍ୟତାମୂଳକ ଭାବେ ସେମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ପାଇଁ ରାଜ୍ୟ ସରକାର ୨୦୨୧ ଜୁନ୍‌ ୯ ରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନେବା ସହିତ ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ୍‌, ୧୯୫୯ରେ ସଂଶୋଧନ କରିଛନ୍ତି। ସଂଶୋଧିତ ଏହି ଆଇନର ଧାରା ୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ସରକାରୀ କର୍ମଚାରୀ ସେମାନଙ୍କ ନିକଟରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସବିଶେଷ ସୂଚନା ଘୋଷଣାନାମା ଆକାରରେ ପ୍ରଦାନ କରିବେ। ତେବେ ଏହି ସଂଶୋଧନ ଅନୁଯାୟୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସରକାରୀ କର୍ମଚାରୀଙ୍କ ଏହି ବାର୍ଷିକ ସମ୍ପତ୍ତି ତାଲିକାକୁ ଓ୍ବେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯିବ। ତାଙ୍କ ତାଲିକାର ଗୋଟିଏ ନକଲ ଲୋକାୟୁକ୍ତଙ୍କ ଅବଗତି ନିମନ୍ତେ ମଧ୍ୟ ପଠାଯିବାର ପ୍ରାବଧାନ ରହିଛି।
ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିବା ବେଳେ ଶାସକ ଦଳ ପକ୍ଷରୁ ପ୍ରତିଜବାବ ଦିଆଯାଇଛି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ରାଜ୍ୟରେ ଯେତେ ଅଫିସର ଅଛନ୍ତି ସମସ୍ତେ ସମ୍ପତ୍ତି ତାଲିକା ଦେବା ଦରକାର। ସମ୍ପତ୍ତି ତାଲିକା ଦେଲେ ବଡ଼ ବଡ଼ିଆ ଧରାପଡ଼ନ୍ତେ ଏବଂ ରାଜ୍ୟ ବିକାଶରେ ସେମାନଙ୍କ ପାପ ଧନ ବ୍ୟବହାର ହୋଇପାରନ୍ତା। ବଡ଼ବଡିଆ ୫, ୭ ଜଣ ଅଫିସରଙ୍କୁ ଯଦି ବାଧ୍ୟତାମୂଳକ ଅବସର ଦେଇଦିଅନ୍ତେ ତେବେ ସବୁ ବାହାରି ଯାଆନ୍ତା ବୋଲି ସୁରେଶ କହିଛନ୍ତି। ଭାଜପା ନେତା ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି, ଯଦି କୌଣସି ଅଫିସର ସମ୍ପତ୍ତି ତାଲିକା ନ ଦର୍ଶାନ୍ତି ତେବେ ରାଜ୍ୟ ସରକାରଙ୍କ ସତ୍‌ସାହସ। ନାହିଁ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେବା ଲାଗି। ଏହା କେବଳ ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ରାଜକୋଷରୁ ଚୋରି କରିବାର ଏକ ଅଭିନବ ଯୋଜନା। ରାଜ୍ୟ ରାଜକୋଷକୁ ବଞ୍ଚାଇବା ଲାଗି ସରକାରଙ୍କ ଏକ ପ୍ରତିଶତ ବି ଆନ୍ତରିକତା ନାହିଁ ବୋଲି ସେ କହିଛନ୍ତି। ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ଯେଉଁମାନେ ସମ୍ପତ୍ତି ତାଲିକା ନ ଦେବେ ସେମାନଙ୍କୁ ତାଗିଦ୍‌ କରିବା ସହ ରିମାଣ୍ଡର ଦିଆଯିବ। କାହିଁକି ଅଧିକାରୀମାନେ ଦେବେନି, ଯଦି ସମସ୍ତଙ୍କୁ ଦେବାକୁ ନିର୍ଦ୍ଦେଶନାମା ରହିଛି ତେବେ ତାହାକୁ ସମସ୍ତେ ଅନୁପାଳନ କରିବେ। ନିର୍ଦ୍ଦେଶନାମା ପାଳନ ନ କଲେ ଯାହା ଦଣ୍ଡବିଧାନ ନିୟମ ରହିଛି ତାକୁ ବିଭାଗୀୟ କର୍ତ୍ତୃପକ୍ଷମାନେ ଅନୁପାଳନ କରିବେ ବୋଲି ଦେବୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri