ତାଲିକା ତାରିଖ ଘୁଞ୍ଚି ଚାଲିଛି

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଓଏଏସ୍‌, ଓପିଏସ୍‌, ରାଜସ୍ବ, ଅର୍ଥ, ଜଙ୍ଗଲ ଭଳି ସମସ୍ତ ବିଭାଗର ସରକାରୀ ଅଧିକାରୀ ଏବଂ କର୍ମଚାରୀ ସେମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଏଥିପ୍ରତି ଅଧିକାରୀମାନେ ଆଗ୍ରହ ଦେଖାଉନାହାନ୍ତି। ଫଳରେ ସମ୍ପତ୍ତି ତାଲିକା ଦାଖଲର ସମୟ ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଛି। ନିୟମ ଦୃଷ୍ଟିରୁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୧ରୁ ଡିସେମ୍ବର ୩୧ ମଧ୍ୟରେ ସରକାରୀ ଅଧିକାରୀମାନେ ସମ୍ପତ୍ତି ବିବରଣୀ ତାଲିକା ଦେବା କଥା। ହେଲେ ୨୦୨୧ ବର୍ଷରେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଫଳରେ ଏହାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେଲେ ସେହି ସମୟ ସୁଦ୍ଧା ଅଧିକାରୀମାନେ ମଧ୍ୟ ନିଜ ସମ୍ପତ୍ତି ତାଲିକାର ବିବରଣୀ ପ୍ରଦାନ କରିପାରିଲେ ନାହିଁ। ତେଣୁ ଏଥିପାଇଁ ସରକାରୀ କର୍ମଚାରୀଙ୍କୁ ଆଉ ଗୋଟିଏ ମାସ ଅଧିକ ସମୟ ଦିଆଯାଇଛି। ଚଳିତ ମାସ ୩୦ତାରିଖ ସୁଦ୍ଧା ସେମାନଙ୍କ ତାଲିକା ଦାଖଲ ଲାଗି ସାଧାରଣ ପ୍ରଶାସନ(ଜିଏ) ଏବଂ ସାଧାରଣ ଅଭିଯୋଗ(ପିଜି) ପକ୍ଷରୁ ସବୁ ସରକାରୀ ବିଭାଗ, ଆର୍‌ଡିସି ଏବଂ ଜିଲାପାଳମାନଙ୍କୁ ଜଣାଇ ଦିଆଯାଇଛି। ପଞ୍ଚାୟତ ଓ ପୌର ନିର୍ବାଚନ ବ୍ୟସ୍ତତା ଏବଂ ବିଧାନସଭା ଅଧିବେଶନକୁ ଆଳ ଦେଖାଇ ବହୁ କର୍ମଚାରୀ ଏବଂ ଅଫିସର ସେମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିପାରି ନ ଥିଲେ। ତେବେ ଏଥର ଯେଉଁ ପରିବର୍ତ୍ତିତ ତାରିଖ ସ୍ଥିର କରାଯାଇଛି ସେହି ସମୟ ମଧ୍ୟରେ ଅଧିକାରୀମାନେ ତାଲିକା ପ୍ରଦାନ କରିବେ ନା ପୁଣି ତାରିଖ ବଦଳିବ ତାକୁ ନେଇ ବିଭିନ୍ନ ମହଲ୍‌ରେ ଆଲୋଚନା ହେଉଛି।
ନୂତନ ସମୟସୀମା ସଂକ୍ରାନ୍ତରେ ସବୁ କର୍ମଚାରୀଙ୍କୁ ଅବଗତ କରାଇଦେବା ଲାଗି ଅଫିସର୍‌ମାନଙ୍କୁ ଜଣାଇ ଦିଆଯାଇଛି। ସମ୍ପତ୍ତି ତାଲିକା ଦାଖଲର ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା ନ କରି ଏହା ପୂର୍ବରୁ ତାଲିକା ଦେଇଦେବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ରାଜ୍ୟ ସରକାର ପୂର୍ବରୁ ବହୁଥର ସମ୍ପତ୍ତି ତାଲିକା ଦାଖଲର ଅବଧିକୁ ବଢ଼ାଇଛନ୍ତି। ସମସ୍ତ ସରକାରୀ ଅଧିକାରୀ ବାଧ୍ୟତାମୂଳକ ଭାବେ ସେମାନଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ପାଇଁ ରାଜ୍ୟ ସରକାର ୨୦୨୧ ଜୁନ୍‌ ୯ ରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନେବା ସହିତ ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ୍‌, ୧୯୫୯ରେ ସଂଶୋଧନ କରିଛନ୍ତି। ସଂଶୋଧିତ ଏହି ଆଇନର ଧାରା ୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ସରକାରୀ କର୍ମଚାରୀ ସେମାନଙ୍କ ନିକଟରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସବିଶେଷ ସୂଚନା ଘୋଷଣାନାମା ଆକାରରେ ପ୍ରଦାନ କରିବେ। ତେବେ ଏହି ସଂଶୋଧନ ଅନୁଯାୟୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସରକାରୀ କର୍ମଚାରୀଙ୍କ ଏହି ବାର୍ଷିକ ସମ୍ପତ୍ତି ତାଲିକାକୁ ଓ୍ବେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯିବ। ତାଙ୍କ ତାଲିକାର ଗୋଟିଏ ନକଲ ଲୋକାୟୁକ୍ତଙ୍କ ଅବଗତି ନିମନ୍ତେ ମଧ୍ୟ ପଠାଯିବାର ପ୍ରାବଧାନ ରହିଛି।
ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିବା ବେଳେ ଶାସକ ଦଳ ପକ୍ଷରୁ ପ୍ରତିଜବାବ ଦିଆଯାଇଛି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ରାଜ୍ୟରେ ଯେତେ ଅଫିସର ଅଛନ୍ତି ସମସ୍ତେ ସମ୍ପତ୍ତି ତାଲିକା ଦେବା ଦରକାର। ସମ୍ପତ୍ତି ତାଲିକା ଦେଲେ ବଡ଼ ବଡ଼ିଆ ଧରାପଡ଼ନ୍ତେ ଏବଂ ରାଜ୍ୟ ବିକାଶରେ ସେମାନଙ୍କ ପାପ ଧନ ବ୍ୟବହାର ହୋଇପାରନ୍ତା। ବଡ଼ବଡିଆ ୫, ୭ ଜଣ ଅଫିସରଙ୍କୁ ଯଦି ବାଧ୍ୟତାମୂଳକ ଅବସର ଦେଇଦିଅନ୍ତେ ତେବେ ସବୁ ବାହାରି ଯାଆନ୍ତା ବୋଲି ସୁରେଶ କହିଛନ୍ତି। ଭାଜପା ନେତା ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି, ଯଦି କୌଣସି ଅଫିସର ସମ୍ପତ୍ତି ତାଲିକା ନ ଦର୍ଶାନ୍ତି ତେବେ ରାଜ୍ୟ ସରକାରଙ୍କ ସତ୍‌ସାହସ। ନାହିଁ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେବା ଲାଗି। ଏହା କେବଳ ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ରାଜକୋଷରୁ ଚୋରି କରିବାର ଏକ ଅଭିନବ ଯୋଜନା। ରାଜ୍ୟ ରାଜକୋଷକୁ ବଞ୍ଚାଇବା ଲାଗି ସରକାରଙ୍କ ଏକ ପ୍ରତିଶତ ବି ଆନ୍ତରିକତା ନାହିଁ ବୋଲି ସେ କହିଛନ୍ତି। ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ଯେଉଁମାନେ ସମ୍ପତ୍ତି ତାଲିକା ନ ଦେବେ ସେମାନଙ୍କୁ ତାଗିଦ୍‌ କରିବା ସହ ରିମାଣ୍ଡର ଦିଆଯିବ। କାହିଁକି ଅଧିକାରୀମାନେ ଦେବେନି, ଯଦି ସମସ୍ତଙ୍କୁ ଦେବାକୁ ନିର୍ଦ୍ଦେଶନାମା ରହିଛି ତେବେ ତାହାକୁ ସମସ୍ତେ ଅନୁପାଳନ କରିବେ। ନିର୍ଦ୍ଦେଶନାମା ପାଳନ ନ କଲେ ଯାହା ଦଣ୍ଡବିଧାନ ନିୟମ ରହିଛି ତାକୁ ବିଭାଗୀୟ କର୍ତ୍ତୃପକ୍ଷମାନେ ଅନୁପାଳନ କରିବେ ବୋଲି ଦେବୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବହୁଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣବଳାତ୍କାର ମାମଲା:ଆଜୀବନ କଏଦୀ ପଦିଆଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫ା୨(ବ୍ୟୁରେ): ବହୁଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଝାରପଡ଼ା ଜେଲ୍‌ରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଅଭିଯୁକ୍ତ କଟକ ନୂଆବଜାରର ପ୍ରଦୀପ...

କୋଠାବାଡ଼ି ନିୟମ କୋହଳ ହେଲା

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସହରାଞ୍ଚଳରେ ଗୃହ ନିର୍ମାଣ କରିବା ସହଜ ହେବ। ରାଜ୍ୟ ସରକାର କୋଠାବାଡ଼ି ନିର୍ମାଣକୁ ନେଇ ଥିବା ନିୟମରେ କେତେକ ସଂଶୋଧନ ଆଣିଛନ୍ତି । ରାଜ୍ୟର...

ରାଜ୍ୟରେ ମରୁଡ଼ି ଆଶଙ୍କା

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ଗତ ୨ ସପ୍ତାହ ହେବ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଧାନବିଲ ଫାଟି...

ଏମ୍ସ ଓପିଡି ଖୋଲିଲା

ଭୁବନେଶ୍ୱର, ୮।୨(ବ୍ୟୁରୋ): ଭୁବନେଶ୍ୱର ଏମ୍ସ ଓପିଡି ସୋମବାର ଖୋଲିଛି। ପ୍ରଥମ ଦିନରେ ୨,୫୦୦ ରୋଗୀ ଚିକିତ୍ସିତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ସମସ୍ତ...

୧୦ ଗେଟ୍‌ରୁ ଜଳ ନିଷ୍କାସନ

ସମ୍ବଲପୁର,୧୧ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରିରହିଥିବାରୁ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ ଗେଟ୍‌ ଖୋଲି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଆସନ୍ତା ୨୪ରୁ ୩୬...

ଆଜିଠୁ ଷଷ୍ଠରୁ ଯୁକ୍ତ ୨ କ୍ଲାସ୍‌ ବନ୍ଦ

ଭୁବନେଶ୍ୱର,୭।୧(ବ୍ୟୁରୋ): କୋଭିଡ୍‌ ସଂକ୍ରମଣର ଦ୍ରୁତଗତି ଏବଂ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ସରକାର ଆସନ୍ତା ୭ ତାରିଖଠାରୁ କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି।...

୩ୟ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ଚିନ୍ତା

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଓଡ଼ିଶାରେ ୩ୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱରର ହୋଇଥିବାବେଳେ ସେ...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮୮୬ ପଜିଟିଭ୍‌

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୮୬ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୧୬୯ ପିଲା ଅଛନ୍ତି। ସେହିପରି ୫୧୬ ଜଣ...

Advertisement
Archives

Model This Week