ମଦଦୋକାନୀଙ୍କ ଉପରେ ଅଙ୍କୁଶ ରହୁନି, ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି

ଜଗତ୍‌ସିଂହପୁର ଅଫିସ, ୨୧।୪: ଜଗତ୍‌ସିଂହପୁର ଜିଲାରେ ମଦ ଦୋକାନୀମାନଙ୍କ ଉପରେ ପ୍ରଶାସନର ଅଙ୍କୁଶ ରହୁନି। ଅନେକ ଦୋକାନୀ ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି। ସରକାରୀ ନିୟମକାନୁନକୁ ଦୋକାନୀମାନେ ଦଳି ମକଚି ଚୋରା ଚାଲଣ ଚଳାଇଛନ୍ତି। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଜିଲାରେ ବିଦେଶୀ (ଠିପି ବନ୍ଦ) ମଦ ଦୋକାନ ୨୬ଟି ଥିବାବେଳେ ବିଦେଶୀ (ଠିପି ଖୋଲା) ୪, ରେଷ୍ଟୁରାଣ୍ଟ (ଠିପି ଖୋଲା) ୨୭, କ୍ଲବ ୧, ପାରାଦୀପସ୍ଥିତ ମିଲିଟାରୀ କ୍ୟାଣ୍ଟିନ୍‌ ୧, ଦେଶୀ (କଣ୍ଟ୍ରି ସ୍ପିରିଟ୍‌) ୧୩, ବିୟର ପାର୍ଲର ୨ ଓ ଭାଙ୍ଗ ଦୋକାନ ୮ଟି ରହିଛି। ପ୍ରତ୍ୟେକ ମଦ ଦୋକାନ ଆଗରେ ବ୍ରାଣ୍ଡ ଅନୁଯାୟୀ ସରକାରଙ୍କ ପକ୍ଷରୁ ସ୍ଥିରୀକୃତ ମୂଲ୍ୟ ତାଲିକା (ରେଟ୍‌ ଚାର୍ଟ) ରହିବ ବୋଲି ନିୟମ ରହିଛି। ଯାହାଦ୍ୱାରା କେହି ମଦ କିମ୍ବା ଅନ୍ୟ ଅବକାରୀ ସାମଗ୍ରୀ କିଣିବାକୁ ଚାହିଁଲେ ଏହି ତାଲିକା ଦେଖି ଉପଯୁକ୍ତ ମୂଲ୍ୟରେ କିଣିପାରିବେ। ମାତ୍ର ମଦ ଦୋକାନୀମାନେ ସେମାନଙ୍କ ଦୋକାନ ଆଗରେ ଏହି ତାଲିକା ପ୍ରଦର୍ଶିତ କରୁନାହାନ୍ତି। କେବଳ ଏତିକି ନୁହେଁ, ଗ୍ରାହକ ମଦ କିଣିଲେ ବିଲ୍‌ ପାଇବା କଥା, କିନ୍ତୁ ତାହା ଦିଆଯାଉନାହିଁ। ବିଲ୍‌ରେ ଉପଯୁକ୍ତ ମୂଲ୍ୟ ଉଲ୍ଲେଖ କରିବା ବାଧ୍ୟତା ଥିବାରୁ ମଦ ଦୋକାନୀମାନେ ମନମାନି କରୁଛନ୍ତି। ଏହାର ଜ୍ୱଳନ୍ତ ପ୍ରମାଣ ଜିଲା ମୁଖ୍ୟାଳୟରେ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ କେତେଜଣ ଲୋକ କହିଛନ୍ତି, ଜଗତ୍‌ସିଂହପୁରରେ ଥିବା ମଦ ଦୋକାନରୁ ସେମାନେ ବିୟର କିଣିଥିଲେ। ଏହି ଦୋକାନରେ ଥିବା ସେଲ୍‌ସ ମ୍ୟାନ୍‌ ସରକାରୀ ଧାର୍ଯ୍ୟ ମୂଲ୍ୟ ୧୪୦ ଟଙ୍କା ପରିବର୍ତ୍ତେ ୧୬୦ ଟଙ୍କା ଦାବି କରିଥିଲେ। କାହିଁକି ଅଧିକ ଟଙ୍କା ଦାବି କରୁଛନ୍ତି ବୋଲି ପଚାରିବାରୁ ଥଣ୍ଡା କରିବାକୁ ଆଉ ୨୦ ଟଙ୍କା ନିଆଯାଉଛି ବୋଲି କହିଥିଲେ। କିଣିସାରିଲା ପରେ ବିଲ୍‌ ମାଗିବାରୁ ଏହା ଦିଆଯାଇପାରିବ ନାହିଁ ବୋଲି କହିଥିଲେ। କେବଳ ଏହି ଗୋଟିଏ ନୁହେଁ, ଅଧିକାଂଶ ବ୍ରାଣ୍ଡରେ ମଧ୍ୟ ଦରଠାରୁ ଅଧିକ ଟଙ୍କାରେ ମଦ ବିକି ଦୋକାନୀ ହାତ ଚିକ୍କଣ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଚୋରା ଚାଲାଣକୁ ପ୍ରୋତ୍ସାହିତ କରାଯାଉଛି। ଦୋକାନୀମାନେ ଚୋରା ମଦ କାରବାରକାରୀଙ୍କୁ ପେଟି ପେଟି ବିକୁଥିଲେ ସୁଦ୍ଧା ତା’ଉପରେ ଅଙ୍କୁଶ ରହୁନି। ଏହି ଚୋରା କାରବାରକାରୀମାନେ ଗଁା ଗହଳିରେ ମନଇଚ୍ଛା ଦରରେ ମଦ ବିକି ଅସ୍ଥିରତା ସୃଷ୍ଟି କରୁଛନ୍ତି। କିନ୍ତୁ ମଦ ଦୋକାନୀ ଚଞ୍ଚକତାପୂର୍ବକ ରେଜିଷ୍ଟର ପରିଚାଳନା କରି ବିଭାଗ ଆଖିରେ ଧୂଳି ଦେଉଛନ୍ତି। ଠିପି ବନ୍ଦ ଦୋକାନ ଆଗରେ ଦିବାଲୋକରେ ମଦୁଆମାନେ ମଦ ପିଉଥିଲେ ସୁଦ୍ଧା ପ୍ରତ୍ୟେକ ନୀରବଦ୍ରଷ୍ଟା ସାଜିଛନ୍ତି।

୫ ଲକ୍ଷ ଟଙ୍କା ଜରିମାନା ଆଦାୟ
ମଦ ଦୋକାନରେ ଯେଉଁମାନେ କାମ କରିବେ ସେମାନଙ୍କ ପରିଚୟ ପତ୍ର ରହିବା ବାଧ୍ୟତାମୂଳକ। ସେଲ୍‌ସ ମ୍ୟାନ୍‌ମାନେ ମାସ୍କ ପିନ୍ଧିବେ। ଦୋକାନ ଆଗରେ ରେଟ୍‌ ଚାର୍ଟ ମରାଯିବ। ରେଟ୍‌ ଚାର୍ଟଠାରୁ ଅଧିକ ଦରରେ ମଦ ବିକ୍ରି ହୋଇପାରିବ ନାହିଁ। ପ୍ରତିଦିନ ଠିକ୍‌ ଭାବେ ରେଜିଷ୍ଟର ପରିଚାଳନା ହେବ। ଏଭଳି କେତୋଟି ସରକାରୀ ନିର୍ଦ୍ଦେଶନାମା ଥିଲେ ସୁଦ୍ଧା ମଦ ଦୋକାନୀମାନେ ତା’ର ଉଲ୍ଲଂଘନ କରୁଛନ୍ତି। ଅବକାରୀ ବିଭାଗ ମଧ୍ୟ ଏଥିରେ ସମ୍ମତ ପ୍ରକାଶ କରିବା ସହ ଏଥିମଧ୍ୟରେ ୫ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଗତ୍‌ସିଂହପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉପରୋକ୍ତ କାରଣରୁ ରଘୁନାଥପୁରସ୍ଥିତ ମଦ ଦୋକାନରୁ ୨,୫୦,୦୦୦ ଟଙ୍କା, କୁଜଙ୍ଗରୁ ୧୦,୦୦୦ ସମେତ କଟରା, ତିର୍ତ୍ତୋଲ, ବାଲିତୁଠ ଓ ନାଉଗଁା ଆଦି ଅଞ୍ଚଳରୁ ୫୦,୦୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି।

ଏଥର ମାମଲା ସଂଖ୍ୟା ବଢିଛି
୨୦୨୦-୨୧ରେ ଜିଲାରେ ଅବକାରୀ ମାମଲା ସଂଖ୍ୟା ୩୪୭ ଥିବାବେଳେ ୩୪୭ ଜଣ ଗିରଫ ହୋଇଥିଲେ। କିନ୍ତୁ ୨୦୨୧-୨୨ରେ ଏହି ସଂଖ୍ୟା ୫୭୪ରେ ପହଞ୍ଚତ୍ଛି। ଏ ନେଇ ୫୭୫ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଦେଶୀ ମଦ ୬୮ ଲିଟର, ବିଦେଶୀ ୧୩୯୯, ବିୟର ୫୭୦, ତାଡି ୨୫୨, ଆସ୍କା-୪୦ ୧୯୦୭ ଲିଟର, ଗଞ୍ଜେଇ ୯୬ କେଜି, ଭାଙ୍ଗ ୬୦ କେଜି ଓ ବ୍ରାଉନ୍‌ସୁଗାର ୩୩୦.୨ ଗ୍ରାମ୍‌ ଜବତ ହୋଇଛି। ଏହାସହ ୯ଟି ବାଇକ୍‌ ଓ ଗୋଟିଏ କାର୍‌ ମଧ୍ୟ ଜବତ ହୋଇଛି। ଏସବୁର ମୂଲ୍ୟ ୫୮,୫୧,୯୩୮ ଟଙ୍କା ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?