ମଦଦୋକାନୀଙ୍କ ଉପରେ ଅଙ୍କୁଶ ରହୁନି, ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି

ଜଗତ୍‌ସିଂହପୁର ଅଫିସ, ୨୧।୪: ଜଗତ୍‌ସିଂହପୁର ଜିଲାରେ ମଦ ଦୋକାନୀମାନଙ୍କ ଉପରେ ପ୍ରଶାସନର ଅଙ୍କୁଶ ରହୁନି। ଅନେକ ଦୋକାନୀ ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି। ସରକାରୀ ନିୟମକାନୁନକୁ ଦୋକାନୀମାନେ ଦଳି ମକଚି ଚୋରା ଚାଲଣ ଚଳାଇଛନ୍ତି। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଜିଲାରେ ବିଦେଶୀ (ଠିପି ବନ୍ଦ) ମଦ ଦୋକାନ ୨୬ଟି ଥିବାବେଳେ ବିଦେଶୀ (ଠିପି ଖୋଲା) ୪, ରେଷ୍ଟୁରାଣ୍ଟ (ଠିପି ଖୋଲା) ୨୭, କ୍ଲବ ୧, ପାରାଦୀପସ୍ଥିତ ମିଲିଟାରୀ କ୍ୟାଣ୍ଟିନ୍‌ ୧, ଦେଶୀ (କଣ୍ଟ୍ରି ସ୍ପିରିଟ୍‌) ୧୩, ବିୟର ପାର୍ଲର ୨ ଓ ଭାଙ୍ଗ ଦୋକାନ ୮ଟି ରହିଛି। ପ୍ରତ୍ୟେକ ମଦ ଦୋକାନ ଆଗରେ ବ୍ରାଣ୍ଡ ଅନୁଯାୟୀ ସରକାରଙ୍କ ପକ୍ଷରୁ ସ୍ଥିରୀକୃତ ମୂଲ୍ୟ ତାଲିକା (ରେଟ୍‌ ଚାର୍ଟ) ରହିବ ବୋଲି ନିୟମ ରହିଛି। ଯାହାଦ୍ୱାରା କେହି ମଦ କିମ୍ବା ଅନ୍ୟ ଅବକାରୀ ସାମଗ୍ରୀ କିଣିବାକୁ ଚାହିଁଲେ ଏହି ତାଲିକା ଦେଖି ଉପଯୁକ୍ତ ମୂଲ୍ୟରେ କିଣିପାରିବେ। ମାତ୍ର ମଦ ଦୋକାନୀମାନେ ସେମାନଙ୍କ ଦୋକାନ ଆଗରେ ଏହି ତାଲିକା ପ୍ରଦର୍ଶିତ କରୁନାହାନ୍ତି। କେବଳ ଏତିକି ନୁହେଁ, ଗ୍ରାହକ ମଦ କିଣିଲେ ବିଲ୍‌ ପାଇବା କଥା, କିନ୍ତୁ ତାହା ଦିଆଯାଉନାହିଁ। ବିଲ୍‌ରେ ଉପଯୁକ୍ତ ମୂଲ୍ୟ ଉଲ୍ଲେଖ କରିବା ବାଧ୍ୟତା ଥିବାରୁ ମଦ ଦୋକାନୀମାନେ ମନମାନି କରୁଛନ୍ତି। ଏହାର ଜ୍ୱଳନ୍ତ ପ୍ରମାଣ ଜିଲା ମୁଖ୍ୟାଳୟରେ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ କେତେଜଣ ଲୋକ କହିଛନ୍ତି, ଜଗତ୍‌ସିଂହପୁରରେ ଥିବା ମଦ ଦୋକାନରୁ ସେମାନେ ବିୟର କିଣିଥିଲେ। ଏହି ଦୋକାନରେ ଥିବା ସେଲ୍‌ସ ମ୍ୟାନ୍‌ ସରକାରୀ ଧାର୍ଯ୍ୟ ମୂଲ୍ୟ ୧୪୦ ଟଙ୍କା ପରିବର୍ତ୍ତେ ୧୬୦ ଟଙ୍କା ଦାବି କରିଥିଲେ। କାହିଁକି ଅଧିକ ଟଙ୍କା ଦାବି କରୁଛନ୍ତି ବୋଲି ପଚାରିବାରୁ ଥଣ୍ଡା କରିବାକୁ ଆଉ ୨୦ ଟଙ୍କା ନିଆଯାଉଛି ବୋଲି କହିଥିଲେ। କିଣିସାରିଲା ପରେ ବିଲ୍‌ ମାଗିବାରୁ ଏହା ଦିଆଯାଇପାରିବ ନାହିଁ ବୋଲି କହିଥିଲେ। କେବଳ ଏହି ଗୋଟିଏ ନୁହେଁ, ଅଧିକାଂଶ ବ୍ରାଣ୍ଡରେ ମଧ୍ୟ ଦରଠାରୁ ଅଧିକ ଟଙ୍କାରେ ମଦ ବିକି ଦୋକାନୀ ହାତ ଚିକ୍କଣ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଚୋରା ଚାଲାଣକୁ ପ୍ରୋତ୍ସାହିତ କରାଯାଉଛି। ଦୋକାନୀମାନେ ଚୋରା ମଦ କାରବାରକାରୀଙ୍କୁ ପେଟି ପେଟି ବିକୁଥିଲେ ସୁଦ୍ଧା ତା’ଉପରେ ଅଙ୍କୁଶ ରହୁନି। ଏହି ଚୋରା କାରବାରକାରୀମାନେ ଗଁା ଗହଳିରେ ମନଇଚ୍ଛା ଦରରେ ମଦ ବିକି ଅସ୍ଥିରତା ସୃଷ୍ଟି କରୁଛନ୍ତି। କିନ୍ତୁ ମଦ ଦୋକାନୀ ଚଞ୍ଚକତାପୂର୍ବକ ରେଜିଷ୍ଟର ପରିଚାଳନା କରି ବିଭାଗ ଆଖିରେ ଧୂଳି ଦେଉଛନ୍ତି। ଠିପି ବନ୍ଦ ଦୋକାନ ଆଗରେ ଦିବାଲୋକରେ ମଦୁଆମାନେ ମଦ ପିଉଥିଲେ ସୁଦ୍ଧା ପ୍ରତ୍ୟେକ ନୀରବଦ୍ରଷ୍ଟା ସାଜିଛନ୍ତି।

୫ ଲକ୍ଷ ଟଙ୍କା ଜରିମାନା ଆଦାୟ
ମଦ ଦୋକାନରେ ଯେଉଁମାନେ କାମ କରିବେ ସେମାନଙ୍କ ପରିଚୟ ପତ୍ର ରହିବା ବାଧ୍ୟତାମୂଳକ। ସେଲ୍‌ସ ମ୍ୟାନ୍‌ମାନେ ମାସ୍କ ପିନ୍ଧିବେ। ଦୋକାନ ଆଗରେ ରେଟ୍‌ ଚାର୍ଟ ମରାଯିବ। ରେଟ୍‌ ଚାର୍ଟଠାରୁ ଅଧିକ ଦରରେ ମଦ ବିକ୍ରି ହୋଇପାରିବ ନାହିଁ। ପ୍ରତିଦିନ ଠିକ୍‌ ଭାବେ ରେଜିଷ୍ଟର ପରିଚାଳନା ହେବ। ଏଭଳି କେତୋଟି ସରକାରୀ ନିର୍ଦ୍ଦେଶନାମା ଥିଲେ ସୁଦ୍ଧା ମଦ ଦୋକାନୀମାନେ ତା’ର ଉଲ୍ଲଂଘନ କରୁଛନ୍ତି। ଅବକାରୀ ବିଭାଗ ମଧ୍ୟ ଏଥିରେ ସମ୍ମତ ପ୍ରକାଶ କରିବା ସହ ଏଥିମଧ୍ୟରେ ୫ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଗତ୍‌ସିଂହପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉପରୋକ୍ତ କାରଣରୁ ରଘୁନାଥପୁରସ୍ଥିତ ମଦ ଦୋକାନରୁ ୨,୫୦,୦୦୦ ଟଙ୍କା, କୁଜଙ୍ଗରୁ ୧୦,୦୦୦ ସମେତ କଟରା, ତିର୍ତ୍ତୋଲ, ବାଲିତୁଠ ଓ ନାଉଗଁା ଆଦି ଅଞ୍ଚଳରୁ ୫୦,୦୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି।

ଏଥର ମାମଲା ସଂଖ୍ୟା ବଢିଛି
୨୦୨୦-୨୧ରେ ଜିଲାରେ ଅବକାରୀ ମାମଲା ସଂଖ୍ୟା ୩୪୭ ଥିବାବେଳେ ୩୪୭ ଜଣ ଗିରଫ ହୋଇଥିଲେ। କିନ୍ତୁ ୨୦୨୧-୨୨ରେ ଏହି ସଂଖ୍ୟା ୫୭୪ରେ ପହଞ୍ଚତ୍ଛି। ଏ ନେଇ ୫୭୫ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଦେଶୀ ମଦ ୬୮ ଲିଟର, ବିଦେଶୀ ୧୩୯୯, ବିୟର ୫୭୦, ତାଡି ୨୫୨, ଆସ୍କା-୪୦ ୧୯୦୭ ଲିଟର, ଗଞ୍ଜେଇ ୯୬ କେଜି, ଭାଙ୍ଗ ୬୦ କେଜି ଓ ବ୍ରାଉନ୍‌ସୁଗାର ୩୩୦.୨ ଗ୍ରାମ୍‌ ଜବତ ହୋଇଛି। ଏହାସହ ୯ଟି ବାଇକ୍‌ ଓ ଗୋଟିଏ କାର୍‌ ମଧ୍ୟ ଜବତ ହୋଇଛି। ଏସବୁର ମୂଲ୍ୟ ୫୮,୫୧,୯୩୮ ଟଙ୍କା ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri