ସିଂହମୂର୍ତ୍ତି ଗଙ୍ଗବଂଶର ହୋଇଥାଇପାରେ

ପୁରୀ ଅଫିସ,୧୮ା୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ମିଳିଥିବା ଭଗ୍ନ ସିଂହମୂର୍ତ୍ତି ଗଙ୍ଗ ବଂଶ ରାଜତ୍ୱ ସମୟର ହୋଇଥାଇପାରେ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀକ୍ଷକ ଅରୁଣ ମଲ୍ଲିକ ମଙ୍ଗଳବାର କହିଛନ୍ତି। ଯଦି ଏହା ସତ୍ୟ ହୋଇଥାଏ, ତେବେ ଏହି କୀର୍ତ୍ତିରାଜି ଅତିକମ୍‌ରେ ୮୦୦ରୁ ୧୧ଶହ ବର୍ଷ ପୁରୁଣା ହେବ ବୋଲି ଜଣାପଡ଼ିଛି। ସୋମବାର ଭଗ୍ନ ମୂର୍ତ୍ତି ମିଳିବା ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଏଏସ୍‌ଆଇର ଚେତା ପଶିଛି। ମଙ୍ଗଳବାର ଏହି ଖନନ ସ୍ଥଳୀରେ ଏଏସ୍‌ଆଇ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ସିଂହମୂର୍ତ୍ତିର ମାପଚୁପ କରିଛି। ଏଏସ୍‌ଆଇର ଟେକ୍ନିକାଲ୍‌ ଟିମ୍‌ ଏକ ପ୍ରାଚୀନ କାନ୍ଥ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଛି। ମିଳିଥିବା ସିଂହମୂର୍ତ୍ତିଟି ପ୍ରକୃତ ପକ୍ଷେ କେତେ ପୁରାତନ ତାହା ଜାଣିବା ପାଇଁ ଅଧିକ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଖନନ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସର୍ଭେ (ଜିପିଆର୍‌ଏସ୍‌) କରାଗଲା ନାହିଁ, ଯାହାଫଳରେ ଐତିହ୍ୟ କୀର୍ତ୍ତିରାଜି ମାଟିରେ ମିଶିଗଲା। ଏବେ ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ପରେ ଏଏସ୍‌ଆଇ ଖନନସ୍ଥଳୀକୁ ଆସି ନିଜ ଦୋଷ ଛଡ଼ାଇବାକୁ ଚାହୁଁଛି ବୋଲି ପୁରୀ ସହରର ବୁଦ୍ଧିଜୀବୀମାନେ କହିଛନ୍ତି।
ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ପି.କେ.ନାୟକ ଏବଂ ରାହୁଲ ଶ୍ରୀବାସ୍ତବଙ୍କ ସମେତ ଟିମ୍‌ର ଅନ୍ୟ ସଦସ୍ୟମାନେ ଖନନସ୍ଥଳୀରେ ପହଞ୍ଚି ପ୍ରଥମେ ସିଂହମୂର୍ତ୍ତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଖନନ ହୋଇଥିବା ଚଟାଣକୁ ଖୋଳି ମାପଚୁପ କରିଥିଲେ। ସେହିଭଳି ସେଠାରୁ ନମୁନା ସଂଗ୍ରହ କରିଥିଲେ। ଏହି ଅବସରରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ। ସିଂହମୂର୍ତ୍ତିର ସଂରକ୍ଷଣ ପାଇଁ ଏଏସ୍‌ଆଇ ତାହାକୁ ସାଙ୍ଗରେ ନେବ ବୋଲି କୁହାଯାଉଥିଲା। ମାତ୍ର ମୂର୍ତ୍ତିଟି ପୂର୍ବଭଳି ଖନନସ୍ଥଳୀରେ ପଡ଼ିରହିଛି। ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ଓବିସିସିର ଅନୁରୋଧ କ୍ରମେ ଏଏସ୍‌ଆଇ ପକ୍ଷରୁ ସିଂହମୂର୍ତ୍ତିଟିର ଅନୁଧ୍ୟାନ କରାଯାଇଛି। ସତ୍ୟପାଠରେ ଯେଉଁ ସିଂହ ମୂର୍ତ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା, ଏହା ସେହି ସିଂହମୂର୍ତ୍ତି ବୋଲି ସ୍ଥିତି ଯାଞ୍ଚ ପରେ ଜଣାପଡ଼ିଛି। ଏମାର ମଠ ପରିସରସ୍ଥ ଖନନ ସ୍ଥଳୀଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରାଯିବା ସହ ନମୁନା ସଂଗ୍ରହ କରାଯାଇଛି। ସେହିଭଳି ମିଳିଥିବା ସିଂହମୂର୍ତ୍ତିଟି ଗଙ୍ଗବଂଶ ସମୟର ହୋଇଥାଇପାରେ। ତେବେ ଏ ନେଇ ପରୀକ୍ଷା ନିରୀକ୍ଷା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ମଲ୍ଲିକ ପ୍ରକାଶ କରିଛନ୍ତି। ପୁରୀ ଏଏସ୍‌ଆଇ ସର୍କଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖନନସ୍ଥଳୀରେ ଏହି କୀର୍ତ୍ତିରାଜିକୁ ସୁରକ୍ଷିତ ଭାବେ ରଖାଯାଇଛି। ସୁରକ୍ଷାକର୍ମୀମାନେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ସେହିଭଳି ଖନନସ୍ଥଳୀରେ ଏକ ପ୍ରାଚୀନ କାନ୍ଥ ଦବି ରହିଥିବା ଜାଣିବାକୁ ମିଳିଛି। ଅନୁଧ୍ୟାନରେ ଯାହା ଯାହା ଜଣାପଡ଼ିଲା, ସେ ସମ୍ପର୍କରେ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯିବ। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏ ସମ୍ପର୍କରେ ବିସ୍ତୃତ ଭାବେ କହିବା ସମ୍ଭବପର ନୁହେଁ। ଅନ୍ୟପକ୍ଷରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ବ୍ୟାପକ ଖନନ ଫଳରେ ଅନେକ କୀର୍ତ୍ତିରାଜି ନଷ୍ଟ ହୋଇସାରିଛି। ଏଏସ୍‌ଆଇ ଟିମ୍‌ ଖନନ ବେଳେ ଉପସ୍ଥିତ ରହି ନ ଥିଲା। ଜିପିଆର୍‌ଏସ୍‌ କରାଗଲା ନାହିଁ। ଫଳରେ ନଷ୍ଟ ହୋଇଥିବା କୀର୍ତ୍ତିରାଜି ସମ୍ପର୍କରେ ଜାଣିବା କଷ୍ଟକର ହୋଇପଡ଼ିଛି। ସେହିପରି ମିଳିଥିବା ସିଂହମୂର୍ତ୍ତିକୁ ସଂରକ୍ଷଣ ପାଇଁ ନିଆଯିବା ପରିବର୍ତ୍ତେ କାହିଁକି ଖନନ ସ୍ଥଳୀରେ ଛାଡ଼ି ଦିଆଗଲା ସେ ସମ୍ପର୍କରେ ଏଏସ୍‌ଆଇ ମୁହଁ ଖୋଲିନାହିଁ।
ପ୍ରଥମେ ରେଡିଓ ମେଟ୍ରିକ୍‌ ଡେଟିଂ ଟେଷ୍ଟ କରାଯାଉ
ପୁରୀ ଅଫିସ,୧୭।୫: ଖନନ ସ୍ଥଳୀରୁ ମିଳିଥିବା ସିଂହମୂର୍ତ୍ତି ଗଙ୍ଗବଂଶ ସମୟର ହୋଇଥିବା ଏଏସ୍‌ଆଇ ଅନୁମାନ କରୁଥିବା କହିଛି। ଏ ନେଇ ସାମାଜିକ କର୍ମୀ ହେକ୍ଟର ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ୧୬ ଶହ ବର୍ଷ ପୁରୁଣା ସହର ପୁରୀରେ ମିଳୁଥିବା ପଥରକୁ କେବଳ ଗଙ୍ଗବଂଶ ସମୟର ବୋଲି କିଭଳି କୁହାଯାଇପାରୁଛି। ପୁରୀରେ ଶ୍ରୀମନ୍ଦିର ପୂର୍ବରୁ ମଧ୍ୟ ଅନେକ ମଠମନ୍ଦିର ରହିଛି। ଏଏସ୍‌ଆଇ ଅଧିକାରୀ ରେଡିଓ ମେଟ୍ରିକ୍‌ ଡେଟିଂ ଟେଷ୍ଟ ନ କରି ପ୍ରତିକ୍ରିୟା ରଖିବା ଅତ୍ୟନ୍ତ ଦାୟିତ୍ୱହୀନ। ଏଣୁ ସମ୍ପୃକ୍ତ ସିଂହମୂର୍ତ୍ତି କେତେ ବର୍ଷର ପୁରୁଣା ତାହା ଜାଣିବା ପାଇଁ ପ୍ରଥମେ ଏହି ଟେଷ୍ଟ କରାଯାଉ ବୋଲି ମିଶ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri