ଝଲସୁଛି ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୧୮ା୨(ଡି.ଏନ୍‌.ଏ.): ଶନିବାର ମହାଶିବରାତ୍ରି ତଥା ଜାଗରଯାତ୍ରା। ଉତ୍ସବ ମୁଖରିତ ହୋଇଉଠିଛି ଏକାମ୍ର କ୍ଷେତ୍ର। ଫୁଲରେ ଝଲୁସୁଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ପ୍ରଶାସନର ସୌନ୍ଦର୍ଯ୍ୟକରଣ ଓ ବିକାଶମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ଏଥର ନୂଆ ରୂପରେ ଦୃଶ୍ୟମାନ ହେଉଛି ସାରା ଅଞ୍ଚଳ। ବିଏମ୍‌ସି ଗାଇଡ୍‌ଲାଇନ ମୁତାବକ ଲିଙ୍ଗରାଜଙ୍କ ଜାଗରଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଓ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି।
ପ୍ରାତଃ ୩ଟାରୁ ଦ୍ୱାର ଫିଟାଯାଇ ମଙ୍ଗଳଆଳତି, ଅବକାଶ ନୀତି ପରେ ସାହାଣମେଲା ଦର୍ଶନ ହେବ। ସିଂହଦ୍ୱାର ସମ୍ମୁଖରୁ ବ୍ୟାରିକେଡ ଦେଇ ଶ୍ରଦ୍ଧାଳୁ ଆଡ଼କାଠଠାରେ ଦର୍ଶନ କରି ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ଭିଆଇପି, ଭିଭିଆଇପି, ପାସ୍‌ଧାରୀ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ। ରାତି ୧୦ଟାରେ ମହାଦୀପ ଉଠିବା ନେଇ ସ୍ଥିର ହୋଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା ନେଇ କମିଶନରେଟ ପୋଲିସ ପକ୍ଷରୁ ଆଲର୍ଟମେଣ୍ଟ ଜାରି ହୋଇଛି। କଳ୍ପନା ପଟୁ ଆସୁଥିବା ଯାନବାହନ କେଦାରଗୌରୀ, ବିନ୍ଦୁସାଗର ଛକ ରାସ୍ତା ପାର୍ଶ୍ୱରେ ପାର୍କିଂ କରାଯିବ। କୌଣସି ଭାରିଯାନ ମନ୍ଦିର ରାସ୍ତାକୁ ପ୍ରବେଶ କରିବ ନାହିଁ। ସାମନ୍ତରାପୁର, ଗ୍ୟାରେଜ ଛକ ପଟୁ ଆସୁଥିବା ଯାନବାହନ ଇଲେକ୍ଟ୍ରି ଅଫିସ ନିକଟରେ ପାର୍କିଂ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଆଉ ୫ ଦିନ ଜଳାଇବ,ଏଲ୍‌ ନିନୋକୁ ନେଇ IMD ଡିଜି ଦେଲେ ବଡ଼ ସୂଚନା, କହିଲେ ଏଥର…

ଭୁବନେଶ୍ୱର,୨୪ା୫: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳିକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆଉ ୫…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri