Posted inଜାତୀୟ

ଚାଲାଣ କଟିବାରୁ ରାଗରେ ଥାନା ବିଦ୍ୟୁତ କାଟିଦେଲେ ଲାଇନ୍‌ମ୍ୟାନ୍‌

ଲକ୍ଷ୍ନୌ,୨୫।୮: ରାସ୍ତାରେ ଗାଡି ଚଳାଇବା ସମୟରେ କୌଣସି ନିୟମ ଭାଙ୍ଗିଲେ,ଟ୍ରାଫିକ ପୋଲିସ ଚାଲାଣ କାଟିବାକୁ ଆଦୌ ଭୁଲନ୍ତି ନାହିଁ। ତେବେ ଉତ୍ତରପ୍ରଦେଶର ଶାମଲି ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଟ୍ରାଫିକ ପୋଲିସ କନଷ୍ଟେବଳ ଜଣେ ଲାଇନମ୍ୟାନଙ୍କ ୬ ହଜାର ଚାଲାଣ କାଟିଛି। ଏହି ଜରିମାନା ତାଙ୍କ ମାସିକ ଦରମାଠାରୁ ଅଧିକ ଥିଲା। ଯଦିଓ ଲାଇନମ୍ୟାନ ଟ୍ରାଫିକ ପୋଲିସକୁ ନିଜ ଭୁଲ୍‌ ପାଇଁ କ୍ଷମା ମାଗିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏଥିରେ ରାଗିଯାଇ ଲାଇନମ୍ୟାନ ପୋଲିସ ଷ୍ଟେଶନର ବିଦ୍ୟୁତ କାଟି ଦେଇଥିଲେ।
ଚୁକ୍ତିଭିତ୍ତିରେ କାମ କରୁଥିବା ଲାଇନମ୍ୟାନ ମହମ୍ମଦ ମେହତାବ ବାଇକ ଚଲାଇବା ସମୟରେ ହେଲମେଟ ପିନ୍ଧି ନ ଥିଲେ। ଏଥିପାଇଁ ପୋଲିସ ତାଙ୍କର ୬ ହଜାର ଟଙ୍କା ଚାଲାଣ କାଟିଥିଲା। ମହମ୍ମଦ କହିଛନ୍ତି, ମୋର ମାସିକ ଦରମା ମାତ୍ର ୫ ହଜାର ଟଙ୍କା ଏବଂ ପୋଲିସ ମୋର ଚାଲାଣ ୬ ହଜାର ଟଙ୍କା କାଟି ଦେଇଛି। ମୁଁ ମଧ୍ୟ ପୋଲିସଙ୍କୁ କ୍ଷମା କରିବାକୁ ଅନୁରୋଧ କଲି, କିନ୍ତୁ ସେ କୌଣସି ଦୟା ନ ଦେଖାଇ ଚାଲାଣ କାଟିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୯ ଦଫା ଦାବି ନେଇ ଜିଲାପାଳଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସା ଗ୍ରାମବାସୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଓଭର ହେଡ୍‌ ଟାଙ୍କି ମରାମତି ଓ…

ସରକାରଙ୍କ କଠୋର ନିଷ୍ପତ୍ତି, ଫିଟନେସ୍ ପ୍ରମାଣପତ୍ର ବିନା ଦିଆଯାଇପାରିବନି ପଶୁ ବଳି

କୋଲକାତା,୧୪ା୫: ଇଦ୍-ଉଲ-ଜୁହା ପୂର୍ବରୁ, ପଶ୍ଚିମବଙ୍ଗର ଭାଜପା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶୁବଳି ଉପରେ ନିଷେଧ ଲଗାଇବା ପାଇଁ ଏକ…

କେତେ ଧନୀ ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ, ରାହୁଲ ଗାନ୍ଧୀ ତାଙ୍କୁ କାହିଁକି ପସନ୍ଦ କରନ୍ତି? ଜାଣନ୍ତୁ…

ଥିରୁଭାନନ୍ତପୁରମ,୧୪।୫: କେରଳମ୍‌ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତିସନ। କଂଗ୍ରେସ ଦଳ ଗୁରୁବାର (୧୪ ମଇ) ତାଙ୍କ ନାମ ଘୋଷଣା କରିଛି। ୧୦ ବର୍ଷ ପରେ କେରଳରେ…

ଉତ୍ତରପ୍ରଦେଶରେ ଶକ୍ତିଶାଳୀ ଝଡ଼ବାତ୍ୟା: ୧୦୦ରୁ ଅଧିକ ମୃତାହତ

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ଭଦୋହି, ବୁଦାଉଁ, ଫତେପୁର ଏବଂ ସୋନଭଦ୍ରା ଜିଲାରେ ବୁଧବାର ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ବାତ୍ୟାଝଡ଼ବାତ୍ୟା ହୋଇଛି। ଏହି ଝଡ଼ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଧିକାରୀମାନେ…

କେରଳମ୍‌ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲା କଂଗ୍ରେସ: ଏହି ବ୍ୟକ୍ତିଙ୍କ ମୁଣ୍ଡରେ ସୁନାକଳସ

ନୂଆଦିଲ୍ଲୀ,୧୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପ୍ରାୟ ୧୦ ଦିନ ପରେ ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିଛି। ଭିଡି ସତିସନ କେରଳର…

ସୁନା ସମ୍ପର୍କରେ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା

ନୂଆଦିଲ୍ଲୀ,୧୪।୫: କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସରଳତାକୁ ଗ୍ରହଣ କରିବା ଏବଂ ସମ୍ବଳର ବିଚାରବନ୍ତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।…

୪୮ଘଣ୍ଟାରେ ମହଙ୍ଗା ମାଡ଼: ଏବେ ପେଟ୍ରୋଲ-ଗ୍ୟାସ୍‌ର ପାଳି, ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ବଡ଼ ସୂଚନା…

ନୂଆଦିଲ୍ଲୀ,୧୪।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ତୈଳ ବଜାରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ, ଭାରତ ସରକାର ଗତ 48 ଘଣ୍ଟା ମଧ୍ୟରେ ତିନୋଟି…

ରାଜଧାନୀରେ ଲଜ୍ଜା: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣବଳାତ୍କାର, ପୀଡ଼ିତା କହିଲେ ୨ ଘଣ୍ଟା ଧରି…

ନୂଆଦିଲ୍ଲୀ,୧୪ା୫: ରାଜଧାନୀ ଦିଲ୍ଲୀର ରାଣୀବାଗ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚଳନ୍ତା ସ୍ଲିପର ବସ୍‌ରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ପୀଡ଼ିତା ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri