ଆଲୋକୀକରଣ ଯୋଜନା ପ୍ରହସନ ପାଲଟିଛି

ନାଉଗାଁ,୨୧ା୫(ସ୍ବ.ପ୍ର.): ଗାଁ ଗହଳି ରାସ୍ତାକୁ ଆଲୋକୀକରଣ କରିବା ପାଇଁ ସରକାରଙ୍କ ତରଫରୁ ନାଉଗାଁ ବ୍ଲକରେ ଆଲୋକୀକରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ମାଧ୍ୟରେ ପ୍ରତ୍ୟେକ ଗ୍ରାମର ରାସ୍ତା ପାର୍ଶ୍ୱ, ଗାଁ ଦାଣ୍ଡ ଆଦିରେ ଉଜ୍ୱଳ ଆଲୋକ ଲଗାଯିବାର ନିୟମ ରହିଛି। କିନ୍ତୁ ଉକ୍ତ ଲାଇଟ କିଏ ଲଗାଇଛି ଓ ଏହାର ତଦାରଖ ଦାୟିତ୍ୱ କାହା ଉପରେ ଅଛି ସେ ବିଷୟରେ ବ୍ଲକ ପ୍ରଶାସନ ପକ୍ଷରୁ ତଥ୍ୟ ମିଳୁ ନାହିଁ। ସୂଚନା ଅଧିକାର ଆଇନ ବଳରେ ଉକ୍ତ ତଥ୍ୟ ମାଗିଲେ ଏହା ଜିଲା ଗ୍ରାମ ଉନ୍ନୟନ ବିଭାଗ କାର୍ଯ୍ୟାଳୟରୁ ମିଳିପାରିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ଉତ୍ତର ଦିଆଯାଇଛି। ଅପରପକ୍ଷେ ଏସବୁ ଲାଇଟ ଲାଗିବାର ମାତ୍ର ୨ରୁ ୩ ମାସ ମଧ୍ୟରେ ଅଧିକାଂଶ ଅଚଳ ହୋଇଯାଇଛି। କିନ୍ତୁ ସେଗୁଡ଼ିକୁ ସଜଡା ଯାଉ ନ ଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜଣେ ସାମାଜିକ କର୍ମୀ ୧୩ ମାର୍ଚ୍ଚ ୨୦୨୩ରେ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ନାଉଗଁା ଚିଠି (ନଂ.୧୨୨୯/୧୮) ଏପ୍ରିଲ ୨୦୨୩ରେ ତତ୍କାଳୀନ ବିଡିଓ ରଶ୍ମିରେଖା ମଲ୍ଲିକ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି, ଜିପିଓଙ୍କ ରିପୋର୍ଟ ଅନୁସାରେ ଅଚଳ ହୋଇଯାଇଥିବା ଲାଇଟ୍‌ଗୁଡ଼ିକୁ ମରାମତି କରାଯାଇ ଠିକ୍‌ ସ୍ଥାନରେ ଲଗାଯାଇଛି। ମାତ୍ର ଜିଲାପାଳଙ୍କୁ ଭୁଲ୍‌ ରିପୋର୍ଟ ଦିଆଯାଇଛି ବୋଲି ଅଭିଯୋଗ କରିଥିବା ସାମାଜିକ କର୍ମୀ ସୂଚନା ଦେଇଛନ୍ତି। କାରଣ ଏହି ରିପୋର୍ଟ ଦିଆଯିବା ପରେ ୧୬ ମେ’ରେ ପୁନର୍ବାର ଜନଶୁଣାଣିରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଜାମୁଗଁା ପଞ୍ଚାୟତର ଓାର୍ଡ ନଂ. ୧, ୧୨, ୩ରେ ବିଭନ୍ନ ସ୍ଥାନରେ ଲାଇଟ୍‌ ଅଚଳ ହୋଇଯାଇଥିବା ନେଇ ସ୍ଥାନୀୟ ସାମାଜିକ କର୍ମୀ ଅନୁପ ମହାନ୍ତି ଅଭିଯୋଗ କରିଥିଲେ। କେବଳ ଏହି ପଞ୍ଚାୟତ ନୁହେଁ ବ୍ଲକର ୧୬ ପଞ୍ଚାୟତରେ ଏଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି। କିଛି ସ୍ଥାନରେ ନିମ୍ନମାନର ଲାଇଟ୍‌ ଲାଗିଥିବାବେଳେ ଆଉ କିଛି ସ୍ଥାନରେ ଲଗା ନ ଯାଇ ଲକ୍ଷାଧିକ ଟଙ୍କାର ବିଲ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାର ଉଚ୍ଚସ୍ତରୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ଏବିଷୟରେ ଜିପିଓ ଦିନେଶ ରାୟଙ୍କୁ ପଚାରିବାରେ, ଅଚଳ ହୋଇ ଯାଇଥିବା ଲାଇଟକୁ ସଜାଡିବା ପାଇଁ ସରପଞ୍ଚମାନଙ୍କୁ କୁହାଯାଇଛି ବୋଲି କହିଛନ୍ତି। ତେବେ ଜିଲାପାଳଙ୍କୁ କାହିଁକି ଭୁଲ୍‌ ରିପୋର୍ଟ ଦିଆଯାଇଛି ସେ ସମ୍ପର୍କରେ କୌଣସି ଉତ୍ତର ମିଳିପାରି ନାହିଁ। ଇତିମଧ୍ୟରେ ବିଡିଓ ମଲ୍ଲିକଙ୍କ ବଦଳି ହୋଇଯାଇଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri