ଜରିମାନା ଦେବାକୁ ଲୁଟ୍‌ ଜୋରଦାର

ଯାଜପୁର ଅଫିସ,୨୧ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ମୂଲ୍ୟବାନ କଳାପଥର ଚୋରି ଏବେ ଆହୁରି ଜୋର ଧରିଛି। ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ଜରିମାନା ରାଶି ଭରିବାକୁ ଲିଜ୍‌ଧାରୀମାନେ ଜିଲା ପ୍ରଶାସନ, ତହସିଲଦାର ଏବଂ ସମ୍ପୃକ୍ତ ଥାନାଧିକାରୀଙ୍କ ଚାନ୍ଦା ପରିମାଣକୁ ଦ୍ୱିଗୁଣିତ କରି ଦିନରାତି ଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ଏନେଇ ଅଞ୍ଚଳବାସୀ ତହସିଲଦାରଙ୍କ ହ୍ବାଟ୍‌ସଆପ ନମ୍ବରକୁ ନିୟମିତ ଭାବେ କଳାପଥର ଲୁଟ୍‌ ହେଉଥିବା ଫଟୋ ଓ ଭିଡିଓ ପଠାଉଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବରଂ ରାଜ୍ୟର ବିପୁଳ ଲଘୁ ଖଣିଜ ସମ୍ପଦ ଲୁଟ୍‌ କରୁଥିବା ଲିଜ୍‌ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଲିଖିତ ଅଭିଯୋଗକୁ ଉପେକ୍ଷା କରାଯାଉଛି। ଏଥିରୁ ଲିଜ୍‌ଧାରୀଙ୍କୁ ପରୋକ୍ଷ ସହଯୋଗ କରିବାରେ ପ୍ରଶାସନ ଅତି ଚାଲାକି କରୁଥିବା ମତପ୍ରକାଶ ପାଉଛି।
ଲଘୁ ଖଣିଜ ଦ୍ରବ୍ୟ ଚୋରି ନିବାରଣ ପାଇଁ ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ କରାଯାଇ ଅନୁମୋଦନଠାରୁ ଅଧିକ କଳାପଥର ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କୁ ଜରିମାନା ନିର୍ଦ୍ଦେଶ କରାଯାଉଛି। ଏଥିପାଇଁ ଯାଜପୁର ଉପଜିଲାପାଳ ଓ ଯାଜପୁର ରୋଡ୍‌ ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ(ଡିଡିଏମ୍‌)ଙ୍କୁ ନେଇ ଜଏଣ୍ଟ ଡିଷ୍ଟ୍ରିକ୍ଟ ଆସେସ୍‌ମେଣ୍ଟ କମିଟି ଗଠନ କରାଯାଇଛି। ଏହିକ୍ରମରେ ଆରୁହା ପାହାଡ଼ର ସୈରାତ ନମ୍ବର ୩୪/୨୦୨୧-୨୨ରୁ ଲିଜଧାରୀ ମନୋଜ ସାମଲଙ୍କୁ ୫ ବର୍ଷ ପାଇଁ ୭୦ ହଜାର ଘନମିଟର ଉତ୍ତୋଳନ କରିବାକୁ ଅନୁମତି ମିଳିଥିବାବେଳେ ମାତ୍ର ୯ ମାସରେ ୧ ଲକ୍ଷ ୨୨ ହଜାର ୧୧୨ ଘନମିଟର କଳାପଥର ଉତ୍ତୋଳନ କରିଛନ୍ତି। ମାପଚୁପରେ ଏହା ଜଣାପଡ଼ିବା ପରେ ଧର୍ମଶାଳା ତହସିଲଦାର ୧୫ା୪ା୨୦୨୩ରେ କାରଣ ଦର୍ଶାଅ ନୋଟିସ ଏବଂ ୧୦ା୫ା୨୦୨୩ରେ ଲିଜ୍‌ଧାରୀଙ୍କୁ ୮ କୋଟି ୬୩ ଲକ୍ଷ ୩୩ ହଜାର ୯୧୯ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଅନୁସାରେ କାରଣ ଦର୍ଶାଅ ନୋଟିସର ୧୫ ଦିନ ପରେ ଡିମାଣ୍ଡ ନୋଟିସ, ଡିମାଣ୍ଡ ନୋଟିସର ୧୫ ଦିନ ପରେ ଖାଦାନ କ୍ଲୋଜର ସହ ଲିଜ୍‌ଧାରୀଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଏବଂ କ୍ଲୋଜର ନୋଟିସର ୧୫ ଦିନ ପରେ ଲିଜ୍‌ଧାରୀଙ୍କ ନାମରେ ସାର୍ଟିଫିକେଟ କେସ୍‌ ରୁଜୁ ହେବା କଥା। ଯାଜପୁର ଜିଲା ପ୍ରଶାସନ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଏହି ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଫଳରେ ଲିଜ୍‌ଧାରୀମାନେ ସମୟ ପାଇ ଖାଦାନଗୁଡ଼ିକରୁ ପୁଣି ବହୁ ପରିମାଣରେ ଲୁଟ୍‌ ଜାରି ରଖିଛନ୍ତି। ଖାଦାନଗୁଡ଼ିକର ଚାରିପଟେ କେତେଜଣ ଯୁବକଙ୍କୁ ମୁତୟନ କରି ଦିନରେ କମ୍ପ୍ରେସର ହୋଲ, ସନ୍ଧ୍ୟାରେ ବ୍ଲାଷ୍ଟିଂ ଏବଂ ରାତିସାରା ଲୋଡିଂ ହେଉଛି। ଢେଙ୍କାନାଳ ଜିଲା ଚଡକମରା କ୍ରଶର ଏବଂ କାଏମା ନଦୀବନ୍ଧ କାର୍ଯ୍ୟରେ ବହୁ କୋଟି ଟଙ୍କାର ଉକ୍ତ ବେଆଇନ କଳାପଥର ବ୍ୟବହାର କରାଯାଉଛି। ଏଥିପାଇଁ ଲିଜ୍‌ଧାରୀ ନକଲି ଆର୍‌ ଫର୍ମ ବ୍ୟବହାର କରୁଥିଲେ ହେଁ ପ୍ରଶାସନ ଓ ପୋଲିସ ଜାଣିଶୁଣି ନୀରବ ବସିଛନ୍ତି। ଏହିସବୁ ବେଆଇନ କାର୍ଯ୍ୟରେ ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ଥିବାରୁ ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁ ନ ଥିବା ଆଲୋଚନା ହେଉଛି।
ଅନୁମତିଠାରୁ ଅଧିକ ଉତ୍ତୋଳନ ପାଇଁ ଲୁଣିବର ପାହାଡ଼ର କଳାପଥର ଖାଦାନ ଲିଜ୍‌ଧାରୀ ରଙ୍ଗାଧର ପ୍ରଧାନଙ୍କୁ ୧୬ କୋଟି, ଗଙ୍ଗାଧର ଓଝାଙ୍କୁ ୧୯ କୋଟି ଏବଂ ରାହାପୁର ପାହାଡ଼ ଖାଦାନ ଲିଜ୍‌ଧାରୀ ପ୍ରହଲ୍ଲାଦ ଲେଙ୍କାଙ୍କୁ ୧୬ କୋଟି ଟଙ୍କା ଜରିମାନା ହୋଇଛି। ଅନୁରୂପ ଭାବେ ଅଞ୍ଜିରା ଖାଦାନ ଲିଜ୍‌ଧାରୀ କୃଷ୍ଣ ସାହୁ, ବରଡ଼ା ଖାଦାନ ଲିଜ୍‌ଧାରୀ ଅଜିତ ସାହୁଙ୍କୁ ମଧ୍ୟ ଜରିମାନା ଦେବାକୁ ନୋଟିସ୍‌ ହୋଇଛି। ତଥାପି କୌଣସି ଖାଦାନରୁ ବେଆଇନ ଉତ୍ତୋଳନ ବନ୍ଦ ହୋଇପାରୁନାହିଁ। ପୋଲିସ ପ୍ରଶାସନକୁ ହାତ କରି ଜରିମାନା ଭରଣା ପାଇଁ ଲୁଟ୍‌ ଜୋରଦାର କରାଯାଉଛି। ଏପରି କି ରାହାପୁର ପାହାଡ଼ ଖାଦାନକୁ ଖୋଳ କରିଦିଆଯିବା ସହ ମାଲଗୋଡ଼ା ପାହାଡ଼ ଖାଦାନରୁ ମଧ୍ୟ ବିନା ଅନୁମତିରେ ଉତ୍ତୋଳନ କରାଯାଉଛି। ଗୋଟିଏ କଳାପଥର ଖାଦାନରୁ ଦୈନିକ ୫ ଲକ୍ଷ ଟଙ୍କା ଲୁଟ୍‌ ହେଉଥିବା କୁହାଯାଉଛିି। ଏଥିପାଇଁ ୭୦ରୁ ୧୦୦ଟି ହାଇଓ୍ବା ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ପଚାରିବାରୁ ସେ ପୁରୁଣା ମତାମତକୁ ଦୋହରାଇ କହିଥିଲେ ସ୍ଥାନୀୟ ଅଞ୍ଚଳରୁ ଏଯାଏ କୌଣସି ଅଭିଯୋଗ ହୋଇନାହିଁ। ସରକାରଙ୍କ ଲଘୁ ଖଣିଜ ସମ୍ପଦ ଲୁଟ୍‌ର ସୁରକ୍ଷା ପ୍ରଶାସନର ଏବଂ ଏଥିପାଇଁ ନିଜଆଡୁ ପ୍ରଶାସନ ପଦକ୍ଷେପ ନେବା ଉଚିତ ନୁହେଁ କି ବୋଲି ପ୍ରଶ୍ନ କରିବାରୁ ଜିଲାପାଳ ତାହାକୁ ଏଡ଼ାଇ ଯାଇ କହିଛନ୍ତି, ଆପଣମାନେ ଅଭିଯୋଗ କରନ୍ତୁ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?