କେନ୍ଦ୍ରରେ ପହଞ୍ଚିନି ବିଧାନ ପରିଷଦ ସଂକଳ୍ପ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଓଡ଼ିଶାରେ ବିଧାନ ପରିଷଦ ଗଠନ ସମ୍ପର୍କିତ କୌଣସି ସଂକଳ୍ପ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ। ଏଭଳି କିଛି ସଂକଳ୍ପ କେନ୍ଦ୍ର ପାଖରେ ପହଞ୍ଚି ନାହିଁ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଗୁରୁବାର ବିଜେଡି ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି। ରିଜିଜୁଙ୍କ ଏଭଳି ଉତ୍ତର ପରେ ରାଜନୈତିକ ମହଲରେ ହଟଚମଟ ଆରମ୍ଭ ହୋଇଯାଇଛି। ହେଲେ କେନ୍ଦ୍ର ସରକାର ମିଛ କଥା କହୁଛନ୍ତି ବୋଲି ବିଜେଡି ପାଲଟା ଦୋଷ ଲଦିଛି। ଅପରପକ୍ଷରେ ରାଜନୈତିକ ଲାଭ ଉଠାଇବା ଛଡ଼ା ବିଜେଡିକୁ କିଛି ଜଣାନାହିଁ ବୋଲି ଭାଜପା କହିଥିବାବେଳେ କଂଗ୍ରେସ ଉଭୟ ବିଜେଡି ଓ ଭାଜପାକୁ ଟାର୍ଗେଟ କରି ବର୍ଷିଛି।
ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ରିଜିଜୁ କହିଛନ୍ତି, ରେକର୍ଡ ଅନୁସାରେ ଓଡ଼ିଶାରୁ ବିଧାନ ପରିଷଦ ଗଠନ ନେଇ କୌଣସି ସଂକଳ୍ପ କେନ୍ଦ୍ର ପାଖରେ ନାହିଁ। ତଥାପି ଏହି ସଂକଳ୍ପ ପାରିତ କରାଯିବା ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କ ଠାରୁ ସୂଚନା ସଂଗ୍ରହ କରାଯାଉଥିବା ସେ କହିଛନ୍ତି। ଆସାମ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ସରକାର ସେମାନଙ୍କ ରାଜ୍ୟରେ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ପାରିତ କରାଇଥିବା ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ଏବେ ୬ଟି ରାଜ୍ୟ ଯଥା- ଆନ୍ଧ୍ରପ୍ରଦେଶ, ବିହାର, କର୍ନାଟକ, ମହାରାଷ୍ଟ୍ର, ତେଲଙ୍ଗାନା ଓ ଉତ୍ତରପ୍ରଦେଶରେ ରାଜ୍ୟ ବିଧାନ ପରିଷଦ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ଆସିବା ପରେ ରାଜ୍ୟ ସରକାରଙ୍କ ବିଧାନ ପରିଷଦ ଗଠନ ସମ୍ପର୍କିତ ପଦକ୍ଷେପ ଉପରେ ଏବେ ଦ୍ୱନ୍ଦ୍ୱ ଉଠିବା ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ମିଳିବା ପରେ ଶାସକ ବିଜେଡିକୁ ଭାଜପା ଟାର୍ଗେଟ କରିବା ଆରମ୍ଭ କରିଦେଇଛି। ଭାଜପା ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ବିଧାନସଭାରେ ସଂକଳ୍ପ ପାରିତ ହେବାପରେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରଙ୍କ କେତେ ଆନ୍ତରିକତା ରହିଛି, ତାହା ଏବେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଯାଇଛି। ଏହା କେବଳ ସଂକଳ୍ପ ନାଁରେ ରାଜନୈତିକ ଲାଭ ଉଠାଇବାର ପ୍ରୟାସ ବୋଲି ପୂଜାରୀ କହିଛନ୍ତି।
କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା କହିଛନ୍ତି, ବିଜେଡି କେବଳ ଗଣମାଧ୍ୟମକୁ ଦେଖାଇ ରାଜନୀତି କରିବା ଲାଗି ବିଧାନ ପରିଷଦ ଗଠନ କଥା ଉଠାଉଛି। ହେଲେ ଏହାକୁ ଗଠନ କରାଇବା ଲାଗି ଯେଉଁ ପଦ୍ଧତିରେ ଦାବି ଜଣାଇବା କଥା ବିଜେଡି ଜଣାଉନାହିଁ। ପ୍ରତି ୬ ମାସରେ ଥରେ ରାଜନୀତି କରିବା ଲାଗି ବିଜେଡି ଏଭଳି ବାହାନାବାଜି କରୁଛି। କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାରେ ବିଧାନ ପରିଷଦ ଗଠନ ଦାବି ହେଉଛି ବୋଲି ଜାଣିଛନ୍ତି। କେନ୍ଦ୍ର ଚାହିଁଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ଡକାଇ ଏଥିଲାଗି ଆବଶ୍ୟକ ପଦକ୍ଷେପ ନେବା କଥା। ହେଲେ ଭାଜପା ଓ ବିଜେଡି ମଧ୍ୟରେ ସମ୍ପୂର୍ଣ୍ଣ ବୁଝାମଣା ରହିଛି। ଏହାଦ୍ୱାରା ଓଡ଼ିଶାବାସୀଙ୍କ କ୍ଷତି ହେଉଛି ବୋଲି ଉଲାକା କହିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାରେ ବିଧାନ ପରିଷଦ ଗଠନ ଲାଗି ୨୦୧୫ ଜାନୁୟାରୀ ୭ରେ ରାଜ୍ୟ ସରକାର ଏକ ୫ ଜଣିଆ କମିଟି ଗଠନ କରିଥିଲେ। ଉକ୍ତ କମିଟି ବିଧାନ ପରିଷଦ ଥିବା ବିଭିନ୍ନ ରାଜ୍ୟ ଗସ୍ତକରି ରିପୋର୍ଟ ପ୍ରଦାନ ମଧ୍ୟ କରିଥିଲା। ଏହାପରେ କ୍ୟାବିନେଟ୍‌ ବୈଠକରେ ବିଧାନ ପରିଷଦ ଗଠନ ଲାଗି ସଂକଳ୍ପକୁ ଅନୁମୋଦନ ମିଳିଥିଲା। ୨୦୧୮ ସେପ୍ଟେମ୍ବର ୬ ତାରିଖରେ ବିଧାନସଭାରେ ଏ ସଂକ୍ରାନ୍ତ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା। ଓଡ଼ିଶା ବିଧାନସଭା ଦ୍ୱାରା ସଂକଳ୍ପ ପାରିତ ଓ ଭାରତୀୟ ସମ୍ବିଧାନର ଧାରା ୧୬୯ର ଉପଧାରା(୧) ଅନୁସାରେ ସଂସଦର ଅନୁମୋଦନ ପାଇଁ କ୍ୟାବିନେଟ୍‌ରେ ଉକ୍ତ ପ୍ରସ୍ତାବ ଗୃହୀତ ହୋଇଥିଲା। ଭାଜପା ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଧାନ ପରିଷଦ ସଂକଳ୍ପ ସପକ୍ଷରେ ମୋଟ ୧୦୪ ଖଣ୍ଡ ଭୋଟ ପଡ଼ି ଏହାକୁ ପାରିତ କରାଯାଇଥିଲା। ହେଲେ ଏହି ସଂକଳ୍ପ ପାରିତ ହେବାର ସାଢେ ୩ ବର୍ଷ ପରେ ମଧ୍ୟ କେଉଁ କାରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇ ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି କି ଏହି ସଂକଳ୍ପ କେନ୍ଦ୍ର ନିକଟକୁ ନ ପଠାଇ ସଂସଦରେ ବିଜେଡି ସଦସ୍ୟମାନେ କିପରି ଏହାକୁ ଅନୁମୋଦନ ଦେବା ଲାଗି ବାରମ୍ବାର ଦାବି ଉଠାଉଥିଲେ ତାହା ମଧ୍ୟ ଏକ ବିରାଟ ପ୍ରଶ୍ନ ସୃଷ୍ଟି କରୁଛି।
ଏନେଇ ବିଜେଡି ଏମ୍‌ପି ପିନାକୀ ମିଶ୍ର କହିଛନ୍ତି, ଥରେ ନୁହେଁ ୫ଥର କେନ୍ଦ୍ର ସରକାରଙ୍କ ନିକଟକୁ ସଂକଳ୍ପ ପଠାଯାଇଛି। ମିଥ୍ୟା ଛଡ଼ା ସେମାନେ କେବେହେଲେ ସତ୍ୟ କୁହନ୍ତି ନାହିଁ। ସବୁ କଥାରେ ସେମାନଙ୍କ ମିଛ। ସେମାନେ କେଉଁଠି କ’ଣ କହୁଛନ୍ତି ତା’ର କିଛି ଠିକ୍‌ ଠିକଣା ନାହିଁ। ସେମାନଙ୍କର ସବୁ ଶ୍ରୀରାମଙ୍କ ନାଁରେ ଚାଲିଛି ।
ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦ କାର୍ଯ୍ୟକାରୀ ହେଲେ ସେଥିରେ ୪୯ ସଦସ୍ୟ ରହିବେ। ଏଠାରେ ସଂକଳ୍ପ ଗୃହୀତ ହେବାପରେ ଏହା କେନ୍ଦ୍ର ସରକାର ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri