ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାନସଭା ଫୋରମ୍‌ ହେବ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ଶିଶୁ ଅଧିକାର ସୁରକ୍ଷା ସହ ସେମାନଙ୍କ ଶିକ୍ଷା, ଦକ୍ଷତାର ବିକାଶ, ଶିଶୁର ମାନସିକ ବିକାଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ସକାଶେ ଓଡ଼ିଶାରେ କର୍ନାଟକ ଭଳି ବିଧାନସଭା ଫୋରମ୍‌ ଗଠନ କରାଯିବ।
ମଙ୍ଗଳବାର ବାଚସ୍ପତିଙ୍କ ପ୍ରକୋଷ୍ଠରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଏକ ପ୍ରସ୍ତାବ ଦିଆଯାଇଛି। ମହିଳା ଓ ଶିଶୁ ବିକାଶ ଉପରେ ଗଠନ କରାଯାଇଥିବା ଗୃହ କମିଟି ସହ ପରବର୍ତ୍ତୀ ସମୟରେ ବୈଠକ କରି ଶିଶୁ ଅଧିକାର ଉପରେ ବ୍ୟାପକ ଆଲୋଚନା କରିବାକୁ ବାଚସ୍ପତି ଏଡୁକୋ ଏବଂ ପ୍ରେମ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ା ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ପକ୍ଷରୁ ସ୍ପେନ୍‌ର ଏଡୁକୋ ସହାୟତାରେ ଗଞ୍ଜାମ, କନ୍ଧମାଳ ଜିଲା ସମେତ ୫ଟି ଜିଲାରେ ଶିଶୁ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ମଧ୍ୟ ବୈଠକରେ ମତପ୍ରକାଶ ପାଇଥିଲା ା ଏହାକୁ ସମଗ୍ର ରାଜ୍ୟରେ ବ୍ୟାପକ କରିବା ପାଇଁ ବାଚସ୍ପତି ପାତ୍ର ପରାମର୍ଶ ଦେଇଛନ୍ତି ା
ବାଲ୍ୟ ବିବାହ ନିରୋଧ, ଶିଶୁ ନିର୍ଯାତନା ବନ୍ଦ, ସେମାନଙ୍କର ଶିକ୍ଷା ଏବଂ ସ୍ବାସ୍ଥ୍ୟର ଉନ୍ନତୀକରଣ ପ୍ରଭୃତି ଶିଶୁ ଅନୁକୂଳ ପ୍ରସଙ୍ଗ ଉପରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଏବଂ ଏଡୁକୋ, ସ୍ପେନ୍‌ର ପ୍ରତିନିଧିମାନଙ୍କ ସହ ଏହି ବୈଠକରେ ଆଲୋଚନା ହୋଇଥିଲା। ମାତୃଗର୍ଭରୁ ଶିଶୁମାନଙ୍କୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଉପରେ ବୈଠକରେ ଉପସ୍ଥିତ ଶିଶୁ ଅଧିକାର କର୍ମୀ ତଥା କର୍ନାଟକ ବିଧାନ ପରିଷଦ ସଭ୍ୟ ଗଣେଶ କାର୍ତ୍ତିକ ମତ ଦେଇଥିଲେ ା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ମମତା ଯୋଜନା ମାଧ୍ୟମରେ ଓଡ଼ିଶା ସରକାର ଶିଶୁ ମୃତ୍ୟୁ ହାର କମାଇବା ସହ ମାତୃ କଲ୍ୟାଣ ଯୋଜନା ଗ୍ରହଣ କରିଛନ୍ତି। ଏହି ଯୋଜନା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ସ୍ଥାନୀୟ ହୋଇପାରିଛି ବୋଲି ସେ ମତ ଦେଇଛନ୍ତି ା ଓଡ଼ିଶାରେ ଶିଶୁ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକମାନଙ୍କର ସନ୍ତାନମାନଙ୍କ ଉପଯୁକ୍ତ ଶିକ୍ଷା ଓ ବିକାଶ ପାଇଁ ୩୩୭ଟି ହଷ୍ଟେଲ ଖୋଲାଯାଇଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି ା ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଏଡୁକୋ ନିର୍ଦ୍ଦେଶକ ଗୁରୁପ୍ରସାଦ, ପ୍ରତିଷ୍ଠାତା ସଭାପତି ଜାକୋବ୍‌ ଥୁଣ୍ଡାଇଲ୍‌, ଶିଶୁ ଅଧିକାର ଟ୍ରଷ୍ଟ, ବାଙ୍ଗାଲୋରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବାସୁଦେବ ଶର୍ମା, ବିଧାନସଭା ସଚିବ ଦାଶରଥି ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?