ଅସ୍ତିତ୍ୱ ହରାଉଛି ପୁରାଣ ପ୍ରସିଦ୍ଧ ଗୋବରୀ ନଦୀ

କେନ୍ଦ୍ରାପଡ଼ା, ୨୮ା୧୨ (ଜଗନ୍ନାଥ ଧଳ)ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଏହାର ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ ଜଳ ଯୋଗାଇ ହେଉନାହିଁ। ଉନ୍ନତୀକରଣ ଯୋଜନା ଏଠାରେ ଦିଗହରା ହେଉଥିବାରୁ ଏହି ନଦୀ ଏବେ ନିଜର ଅସ୍ତିତ୍ୱ ହରାଉଛି। ଏ ନେଇ ସ୍ଥାନୀୟ ଅଧିବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେହିପରି ୨୦୨୨ ମସିହାରେ ଜିଲା ଜଳସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ଜଳ ପରୀକ୍ଷଣରେ ବିଷାକ୍ତ ପଦାର୍ଥ ଅତ୍ୟଧିକ ଥିବା ରିପୋର୍ଟକୁ ଅଣଦେଖା କରାଯାଉଥିବା ସ୍ଥାନୀୟ ଅଧିବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଳସମ୍ପଦ ବିଭାଗ ଆକଳନ ଅନୁଯାୟୀ, ଗୋବରୀର ୧୩୮ କିଲୋମିଟର ଲମ୍ବର ଉଭୟ କୂଳରେ ୭,୬୧୬ ହେକ୍ଟର ଆୟାକଟରେ ଜଳସେଚନ ହୋଇଥାଏ। ସେହିପରି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମାଳିବସା, ତନ୍ତିଆପାଳ, ବେଣାକନ୍ଦା ଓ ବିଜୟନଗରଠାରେ କ୍ରିକ୍‌ ବନ୍ଧ ଯୋଜନା ପରେ ୪ ହଜାର ହେକ୍ଟର ଜମିରେ ଚାଷ ହୁଏ। ଏଠାରୁ ପାଣି ଆସି ରବି ଫସଲ ୩୨୦୦ ହେକ୍ଟର, ବାଦାମ ୬୦୦ ହେକ୍ଟର କ୍ଷେତରେ ଚାଷ କରାଯାଏ। ଜିଲାର ୮୦ ହଜାରରୁ ଊର୍ଦ୍ଧ୍ୱ ଅଧିବାସୀ ଏହି ପାଣିକୁ ଉପଯୋଗ କରିଥାନ୍ତି। ସେହିପରି ଏହି ଉତ୍ସକୁ ୩୦ ହଜାର ହେକ୍ଟର ଜମିକୁ ଚାଷ ପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିନିଯୋଗ କରାଯାଏ ବୋଲି ବିଭାଗୀୟ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି।
ଏ ସମ୍ପର୍କରେ ସହରର ସେକ୍‌ ଅମଜାନ, ଫୋରଡ ଗ୍ରାମର ଟୁନା ସାହୁ, କଂସାରର ନୀଳମାଧବ ମହାପାତ୍ର, ନିରଞ୍ଜନ ପରିଡା ପ୍ରମୁଖ କହିଛନ୍ତି, ଜିଲାରେ ଥିବା ୭ ନଦୀର ଜଳ ଜୀବନଜୀବିକାକୁ ସମୃଦ୍ଧ କରୁଛି। ଏଥିରେ ଗୋବରୀ ନଦୀର ଅବଦାନ ଅଧିକ। ୫ ଦଶନ୍ଧି ପୂର୍ବରୁ ସଡ଼କପଥ ସୁବିଧା ନ ଥିବାରୁ ଗୋବରୀର ଜଳପଥ ପଣ୍ୟଦ୍ରବ୍ୟ ବ୍ୟବସାୟରେ ମୁଖ୍ୟ ମାଧ୍ୟମ ଥିଲା। ସମୁଦ୍ରରୁ ଜମ୍ବୁ ଦେଇ ଗୋବରୀ, ମହାନଦୀ ଜଳପଥରେ କଟକ ପର୍ଯ୍ୟନ୍ତ ପଣ୍ୟଦ୍ରବ୍ୟ କାରବାର ସହ ଯାତାୟାତ ହେଉଥିଲା। ସ୍ବାଧୀନତା ପରବର୍ତ୍ତୀ କାଳରେ ଏହାର ଉନ୍ନତୀକରଣ କରାଯାଇ ନଦୀଜଳକୁ ଚାଷରେ ବ୍ୟବହାର କରାଗଲା। ଏହା ବ୍ୟତୀତ ବିଭିନ୍ନ ପୁରାଣରୁ ମଧୁସାଗରର ଜନ୍ମ ସହିତ ଗୋବରୀ ନଦୀର କାହାଣୀ ଲୋକମୁଖରେ ପ୍ରଚଳିତ ଅଛି। ତେବେ ଏହି ନଦୀ ଏବେ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ଏଥିରେ ଭାରିମାତ୍ରାରେ କାଡ୍‌ମିୟମ, କ୍ରେମିୟମ ଓ ପଟ୍ଟାସିୟମ ରହିଥିବା ପରୀକ୍ଷଣରୁ ଜଣାପଡିଛି। ଏହି ଜଳକୁ ବ୍ୟବହାର ଦ୍ୱାରା ଚର୍ମ ରୋଗ ସହ ଜଳବାହିତ ରୋଗ ଦେଖାଦେଉଛି। ଗ୍ରାମାଞ୍ଚଳ ଅପେକ୍ଷା ସହର ମଧ୍ୟରେ ଏହାର ଜଳପଥକୁ ସର୍ବାଧିକ ଜବରଦଖଲ କରାଯାଇଛି। ନିକଟରେ ଦୁଇଟି ସାଇଫନ ଦ୍ୱାରା ସହରର ଅଳିଆ ଆବର୍ଜନା ପାଣି ନଦୀକୁ ଛଡ଼ାଯାଇଛି। ସେହିପରି ନଦୀକୂଳବାସୀଙ୍କ ପାଇଖାନା ମଇଳା ନଦୀ ମଧ୍ୟକୁ ଯାଉଛି। ଯାହାଫଳରେ ନଦୀ ଜଳ ପ୍ରଦୂଷିତ ହେବା ସହ ଜବରଦଖଲକାରୀ ନଦୀପଥକୁ ସଙ୍କୁଚିତ କରିଛନ୍ତି। ସେହିପରି ଉନ୍ନତୀକରଣ ନ ହେବାରୁ ନଦୀରେ ବିଲାତି ଦଳ ଭର୍ତ୍ତି ହୋଇଛି; ଯାହା ପାଇଁ କ୍ଷେତକୁ ପାଣି ଯାଇପାରୁନାହିଁ। ତେବେ ପ୍ରଶାସନ ପକ୍ଷରୁ ଜଳକର ଆଦାୟ ହେଉଛି। ଗୋବରୀର ଉନ୍ନତୀକରଣରେ ଜିଲାର ଆର୍ଥିକ ସ୍ଥିତି ସୁଧାର ଆସିବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଏହାର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହାର ସୁଫଳ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?