୧୪ ସନ୍ଧ୍ୟା ସୁଦ୍ଧା ଅଞ୍ଚଳ ଛାଡ଼ିବେ ବାହାର ନେତା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛିି। ତେବେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଥିବା ବାହାର ନେତା ଓ କର୍ମୀ ଯେଭଳି ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥାନ ଛାଡ଼ିବେ, ତାହା ସୁନିଶ୍ଚିତ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲାପାଳଙ୍କ ସହ ଶନିବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କମିଶନର କହିଛନ୍ତି ଯେ ୧୪ ତାରିଖ ସା ୭ଟାରୁ ସମସ୍ତ ପ୍ରକାର ପ୍ରଚାର ବନ୍ଦ ହେବ। ୧୪ ତାରିଖ ସା ପରେ ପ୍ରଚାରରେ ନିୟୋଜିତ ଥିବା ବାହାର ଅଞ୍ଚଳର ଲୋକ ଅଥବା ରାଜନୈତିକ ଦଳର କର୍ମୀ ଓ ନେତାମାନଙ୍କୁ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ରହିବା ପାଇଁ ଅନୁମତି ମିଳିବ ନାହିଁ। ଆସନ୍ତା ୧୪ ଓ ୧୫ ତାରିଖରେ ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଅଧିକାରୀମାନେ ଗସ୍ତ କରିବେ।
୧୬ ତାରିଖ ପ୍ରଥମ ପର୍ଯ୍ୟାୟରେ ୨୦୨ ଜିଲା ପରିଷଦ ଜୋନ୍‌ର ୧୬୬୯ଟି ପଞ୍ଚାୟତରେ ନିର୍ବାଚନ ହେବ। ୩୦ ଜିଲାର ୭୧ ବ୍ଲକ ଅନ୍ତର୍ଗତ ୨୦୨ ଜିଲା ପରିଷଦ ଆସନ, ୧୬୬୯ ସରପଞ୍ଚ ଓ ୧୬୬୯ ସମିତି ସଭ୍ୟ, ୨୨୩୭୯ ୱାର୍ଡମେମ୍ବର ପଦବୀ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ମୋଟ ୬୭ଲକ୍ଷ ୫୧ହଜାର ୦୬୮ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। କମିଶନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯିବ। ସମସ୍ତ ସମ୍ବେଦନଶୀଳ ବୁଥ୍‌ରେ ମତଦାନର ଭିଡିଓ ରେକର୍ଡିଂ କରାଯିବା ସହ ଷ୍ଟ୍ରଙ୍ଗରୁମ୍‌ରେ ସିସିଟିଭି କ୍ୟାମେରା ଲଗାଯିବ ଓ ଭୋଟଗଣତିର ରେକର୍ଡିଂ ମଧ୍ୟ ହେବ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱସ୍ତରୀୟ ହେବ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ପୁରୀ ଜିଲାରେ ପ୍ରସ୍ତାବିତ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ...

ବଳକା ରଥକାଠ ପାଇଁ ଜାଗା ନାହିଁ: ଖରା ବର୍ଷାରେ ନଷ୍ଟ ହେଉଛି ରଥଚକ

ପୁରୀ ଅଫିସ, ୧୫ା୬: ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ତିିନୋଟି ରଥ ନିର୍ମାଣ କରାଯାଉଛି। ଏଥିପାଇଁ ଆବଶ୍ୟକ କାଠ ନୟାଗଡ଼ ଏବଂ ଖୋର୍ଦ୍ଧା ବନମଣ୍ଡଳରୁ ଅଣାଯାଇଥାଏ।...

ସ୍ତନ୍ୟପାନ: ବଦଳୁଛି ଓଡ଼ିଶାର ଚିତ୍ର

ଭୁବନେଶ୍ୱର, ୨।୮(ବ୍ୟୁରୋ) : ବିଶ୍ୱର ଏକତୃତୀୟାଂଶ ଶିଶୁ ଅପପୁଷ୍ଟି ଯୋଗୁ ୫ ବର୍ଷ ହେବା ପୂର୍ବରୁ ଆଖି ବୁଜିଥାନ୍ତି। ସନ୍ତାନ ପ୍ରସବ ହେବାର ଏକଘଣ୍ଟା ମଧ୍ୟରେ ସ୍ତନ୍ୟପାନ...

ମଞ୍ଚେଶ୍ୱରରେ ଜଳିଗଲା ଟ୍ରକ୍‌

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଟ୍ରକ୍‌ ଶୁକ୍ରବାର ଜଳିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ, ବଡ଼ପୁଅ ଦେଲେ ମୁଖାଗ୍ନି

ଭୁବନେଶ୍ୱର,୧୯ା୯(ବ୍ୟୁରୋ): ସମାଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା, ବିଶିଷ୍ଟ ସମାଜସେବୀ ତଥା ସାହିତି୍ୟକା ମନୋରାମା ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।...

ରାତ୍ରକାଳୀନ କର୍ଫ୍ୟୁରେ ହେବନି କୋହଳ: ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ବଳବତ୍ତର

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଜୁନ୍‌...

‘ବିଦ୍ୟୁତ୍‌ ଖର୍ଚ୍ଚରୁ ମୁକ୍ତି ଦେବ ସୋଲାର ପ୍ରକଳ୍ପ’

ପୁରୀ ଅଫିସ,୧୧।୮: ପୁରୀ କଚେରିରୋଡସ୍ଥିତ ସେସୁ କାର୍ଯ୍ୟାଳୟଠାରେ ଟାଟା ପାୱାର ସୋଲାର ସିଷ୍ଟମ ସଚେତନତା କାର୍ଯ୍ୟକ୍ରମକୁ ଶନିବାର ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଉଦ୍‌ଘାଟନ କରିଛନ୍ତି।...

‘ବିଜେଡି, ଭାଜପା ସହ ଯିଏ ସମ୍ପର୍କରେ ଅଛ ସଜାଗ ରୁହ’

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଯିଏ କଂଗ୍ରେସରେ ରହି ବିଜେଡି ଏବଂ ଭାଜପା ସହ ସମ୍ପର୍କରେ ଅଛ ସେମାନେ ଆଉ ଏ ଦଳରେ ରୁହନାହିଁ। ସେମାନଙ୍କ ବିଷୟରେ ମୋ ପାଖରେ...

Advertisement
Archives

Model This Week