ଆଇନ ତା’ ବାଟରେ ଯାଉନାହିଁ

ନାରାୟଣ ମିଶ୍ର

ସମ୍ବିଧାନର କୌଣସି ସ୍ଥାନରେ ଲେଖା ନାହିଁ ଯେ ସାଂସଦ ବା ବିଧାନସଭା ସଦସ୍ୟମାନଙ୍କର ସମ୍ପତ୍ତି ନିର୍ବାଚନ ବେଳେ ଦୁଇଲକ୍ଷ ଏବଂ ନିର୍ବାଚିତ ହେବାର ପାଞ୍ଚବର୍ଷ ପରେ ପାଞ୍ଚଶହ କୋଟି ବୋଲି ଘୋଷଣା କଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇପାରିବ ନାହିଁ ବା ହେଲେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ନାହିଁ। ସାଧାରଣ ଜନତାଙ୍କ ପାଇଁ ଏଭଳି ଆଇନ ଲାଗୁ ହୋଇ ଚାଲିଛି। ଅଭିଯୋଗ ପ୍ରମାଣ ହେଉଛି, ସେମାନେ ଗିରଫ ହେଉଛନ୍ତି ଓ ଜେଲ୍‌ ବି ଭୋଗୁଛନ୍ତି! ସାଂସଦ ବା ବିଧାନସଭା ସଦସ୍ୟମାନଙ୍କ ନିଜ ଦ୍ୱାରା ଘୋଷିତ ସମ୍ପତ୍ତିବାଡ଼ି ତାଲିକା ଖବରକାଗଜରେ ପ୍ରକାଶ ପାଉଛି; ଯାହା କି ଏ ଦେଶର ନ୍ୟାୟ ବ୍ୟବସ୍ଥା ଦେଖୁଛି; କିନ୍ତୁ ତା’ ପରେ ‘ATR (Action Taken Report) ବା କାର୍ଯ୍ୟାନୁଷ୍ଠାନ ଏ ଯାବତ୍‌ ଶୂନ୍ୟ ରହି ଆସିଛି। ଆଇନ୍‌ ଏମାନଙ୍କ ପାଇଁ ଅଲିଖିତ ଭାବେ ଅଲଗା!!!
ପଚିଶ ତିରିଶ ବର୍ଷ ଚାକିରି କଲାପରେ ଜଣେ କର୍ମଚାରୀ ପେନ୍‌ସନ ପାଏ। ଯଦି ଚାକିରିକାଳ ପଚିଶ ତିରିଶ ବର୍ଷ ଜାଗାରେ ପନ୍ଦରବର୍ଷ ହୋଇଥାଏ, ତେବେ ପେନ୍‌ସନର ପରିମାଣ (ଯାହା ଦରମାର ଅଧା) ସମାନୁପାତିକ ଭାଗେ କମିଯିବ। ସ୍ପଷ୍ଟଭାବେ କହିବାକୁ ଗଲେ, ଜଣେ ଅବସର ସମୟରେ ପଚାଶ ହଜାର ଦରମା ପାଉଥିଲେ ଏବଂ ସେ ପନ୍ଦରବର୍ଷ ଚାକିରି କରିଥିଲେ, ସେ ପଚିଶ ହଜାର ପେନ୍‌ସନର ପାଞ୍ଚଭାଗରୁ ତିନିଭାଗ ଅର୍ଥାତ୍‌ ପନ୍ଦରହଜାର ମାତ୍ର ପାଇବ। ଅଥଚ ଜଣେ ପାଞ୍ଚଥର ସାଂସଦ ହୋଇଥିଲେ, ସେ ପେନ୍‌ସନ ପରିମାଣର ପ୍ରାୟ ପାଞ୍ଚଗୁଣ ପାଇବେ। ଏଇ ନ୍ୟାୟରେ ପଞ୍ଜାବର ଜଣେ ବିଧାନସଭା ସଦସ୍ୟ ପାଞ୍ଚ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ପେନ୍‌ସନ ପାଉଥିବାର ଖବର ପ୍ରସାରିତ ହେବା ପରେ ସାଧାରଣ ଜନତା ଏ ସମ୍ବନ୍ଧରେ ଜାଣିଲେ। କେବଳ ଏତିକି ନୁହେଁ, ଷାଠିଏ ବର୍ଷରେ ଜଣେ ସରକାରୀ କର୍ମଚାରୀ ଅବସର ନେଉଥିବା ବେଳେ ନେତାମାନେ ସାଂସଦ ବା ବିଧାନସଭା ସଦସ୍ୟ ପଦବୀ ପାଇଁ ମୃତ୍ୟୁପର୍ଯ୍ୟନ୍ତ ଲଢ଼ିପାରିବେ।
ଦୁଇରୁ ଅଧିକ ପିଲା ଥିଲେ ଜଣେ ସରପଞ୍ଚ ବା ଓ୍ବାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ଲଢ଼ିପାରିବ ନାହିଁ, କିନ୍ତୁ ଏମ୍‌ଏଲ୍‌ଏ ବା ମନ୍ତ୍ରୀ ହେବାକୁ ହେଉଥିବା ନିର୍ବାଚନରେ ଯେତେ ପିଲା ଥିଲେ ମଧ୍ୟ ନିର୍ବାଚନ ଲଢ଼ି ହେବ- ଏଠାରେ ବି ଆଇନ ଲୋକ ବା ପଦବୀ ନେଇ ଭିନ୍ନ; ଏକଥା ବିଚାରାଳୟ ସାମ୍‌ନାରେ ଘଟି ଚାଲିଛି ଏବଂ ସମ୍ବିଧାନରେ ଏଭଳି ଭିନ୍ନ ଭିନ୍ନ ଆଇନ ଲାଗୁ ହେବା କଥା କୌଣସିଠାରେ ଲେଖା ନାହିଁ।
ଆଇନ ଠିକ୍‌ ବାଟରେ ନ ଗଲେ ବି ଅନେକ ସମୟରେ ଟଙ୍କା ଓ ପ୍ରତିଷ୍ଠାର ଅସୀମ ବଳ ପ୍ରଶାସନ ଓ ବିଚାରାଳୟଗୁଡ଼ିକୁ ଚୁପ୍‌ ରହିବାକୁ ବାଧ୍ୟ କରୁଛି। ଏହାର କାରଣ କେବଳ ସେଇ ଆଇନ ପ୍ରୟୋଗ କଲାବାଲାଙ୍କୁ ହିଁ ଜଣା। ଆମ ଦେଶରେ ଯେଉଁମାନେ ଆଇନ ପ୍ରଣୟନ କରନ୍ତି ଏବଂ ଯେଉଁମାନେ ଏହାର ଯଥାଯଥ ପ୍ରୟୋଗର ଦାୟିତ୍ୱ ନେଇଛନ୍ତି, ସେମାନଙ୍କ ପାଇଁ ଆଇନର ଜଳାବାଟ ଖୋଜାଯାଏ ଏବଂ ସେମାନଙ୍କୁ କେବେ ମଧ୍ୟ ଦଣ୍ଡିତ କରାଯାଇପାରେନି! ସାକ୍ଷ୍ୟ ପ୍ରମାଣ ଅଭାବରୁ ନେତା ଓ ପ୍ରଶାସକମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୁଅନ୍ତି। ଦୋଷ ପ୍ରମାଣ ହେବା ସମୟ ପୂର୍ବରୁ ସେମାନେ ଅନେକ କ୍ଷେତ୍ରରେ ଜାମିନ ପାଇଯାନ୍ତି। କେସ୍‌ର ତାରିଖ ଗଡ଼ି ଚାଲେ ଏବଂ ବିଚାର ତଳ କୋର୍ଟ, ଉପରକୋର୍ଟ, ହାଇକୋର୍ଟ ଓ ସୁପ୍ରୀମକୋର୍ଟ ଯିବା ଭିତରେ ସେମାନେ ଅପର୍ଯ୍ୟାପ୍ତ ଧନସମ୍ପତ୍ତି ପରପିଢ଼ିି ପାଇଁ ରଖି ସ୍ବର୍ଗକୁ ଚାଲିଯାଆନ୍ତି। ଆଇନ ଯେଉଁମାନଙ୍କଠାରେ ଅକ୍ଷରେ ଅକ୍ଷରେ ପାଳନ କରାଯାଏ, ସେଇ ନିରୀହ ଜନସାଧାରଣ, ସରକାରୀ ଚାକିରିଆ ଆଇନ କ’ଣ ଜାଣନ୍ତି ନାହିଁ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ଦାମୀ ଓକିଲଙ୍କ ଫିସ୍‌ ନ ଦେଇ ପାରି ଜେଲ୍‌ର ଚାରିକାନ୍ଥ ଭିତରେ ଶଢ଼ି ମରନ୍ତି ବା ଆତ୍ମହତ୍ୟା କରି ମରନ୍ତି।
ଏବେ ଆସନ୍ତୁ, ଆମ ବଡ଼ଠାକୁର ପୁରୀର ଶ୍ରୀଜଗନ୍ନାଥଙ୍କ ସେବା ବିଷୟରେ ଆଇନ କ’ଣ କରିପାରୁଛି ଜାଣିବା। ଠାକୁରଙ୍କ ସେବା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଗଜପତି ମହାରାଜା ଓ ସର୍ବୋପରି ଶଙ୍କରାଚାର୍ଯ୍ୟଙ୍କ ଭଳି ଦକ୍ଷ, ଅଭିଜ୍ଞ ଓ ନୀତିଧାରୀମାନେ ଥିଲେ ବି ଠାକୁରଙ୍କ ସମସ୍ତ ସେବାରେ ଶେଷ ନିଷ୍ପତ୍ତି କେବଳ ସେବାୟତମାନଙ୍କର! ସେବାୟତମାନେ ନ ଚାହିଁଲେ ଠାକୁରଙ୍କ ନୀତି ହେବା ଅସମ୍ଭବ। ଏଥିପାଇଁ ଯେତେ ସମୟ ପର୍ଯ୍ୟନ୍ତ ଠାକୁର ଉପାସରେ ରହିଲେ ଅନ୍ୟ କେହି କିଛି କରିପାରିବେ ନାହିଁ। କେଉଁ ଆଇନ ବଳରେ ଠାକୁରଙ୍କ ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ରାତିଅଧରୁ ଦିନଅଧକୁ ଆସିପାରିଲା? କେଉଁ ଆଇନ ବଳରେ ରଥ ଉପରେ ଅଗଣିତ ସେବାୟତ ରହି ଭକ୍ତ ଓ ଟିଭି ମାଧ୍ୟମଗୁଡ଼ିକୁ ଠାକୁରଙ୍କୁ ସ୍ପଷ୍ଟ ଦର୍ଶନରୁ ବଞ୍ଚତ୍ତ କରିପାରୁଛନ୍ତି! ତେଣୁ ଏଠାରେ ବି ଆଇନ ନିଜ ବାଟରେ ଯାଇ ପାରୁନାହିଁ!! ଠିକ୍‌ ସେମିତି ସମ୍ବିଧାନରେ କେଉଁ ନିୟମ ଅନୁସାରେ ଦିନ ଦିନ ଧରି ବିଧାନସଭା ଓ ପାର୍ଲାମେଣ୍ଟର କାର୍ଯ୍ୟକୁ ଅଚଳ କରିଦିଆଯାଉଛି ଆଉ କେଉଁ ଆଇନ ବଳରେ ସଦସ୍ୟମାନେ ବିଧାନସଭା, ଲୋକ ସଭା ଓ ରାଜ୍ୟ ସଭାରେ ପ୍ରତିବାଦ ନଁାରେ ଘଣ୍ଟ ବଜାଇବା, ଚେୟାର ଟେବୁଲ ଓ ମାଇକ୍‌ ଭାଙ୍ଗିବା ଏବଂ ବିଲ୍‌ ଚିରି ଫୋପାଡ଼ି ଦେବା ଭଳି କାର୍ଯ୍ୟ ଅବାଧରେ କରିପାରୁଛନ୍ତି।
ତେଣୁ ଏ ଗଣତାନ୍ତ୍ରିକ ଦେଶରେ ଆଇନ ତା’ ବାଟରେ ଯାଇନାହିଁ। ଅମାପ ସମ୍ପତ୍ତି, କ୍ଷମତା ଓ ପଦପଦବୀ ଆଇନର ବେକମୋଡ଼ି ସେମାନଙ୍କୁ ସୁହାଇବା ବାଟରେ ନେଇ ଚାଲିଛନ୍ତି- ଫଳତଃ ପତଙ୍ଗର ଅଗ୍ନି ପ୍ରତି ଆକର୍ଷଣ ବଢ଼ିଚାଲିଛି; ଶେଷ ଦୃଶ୍ୟ ପତନ ବା ଧ୍ୱଂସକୁ ଆବାହନ ହିଁ ବୋଧହୁଏ ଏକମାତ୍ର ଲକ୍ଷ୍ୟ !!!
୪୯/୬୦୦, ଲକ୍ଷ୍ମୀ ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri