ରାଜ୍ୟରେ ଆଇନ ତା’ ବାଟରେ ଯାଉନାହିଁ: ଭାଜପା

ଭୁବନେଶ୍ୱର, ୪।୯(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉନାହିଁ। ଶାସକ ବିଜେଡିର ତୁଙ୍ଗନେତା ଏହାର ବଡ଼ ବାଧକ ସାଜିଛନ୍ତି ା ରାଜ୍ୟରେ ଘଟିଯାଉଥିବା ପ୍ରମୁଖ ହତ୍ୟାକାଣ୍ଡ ଓ ଦୁର୍ନୀତି ପଛରେ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ଯୋଗୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସବୁ ସତ୍ୟାସତ୍ୟ ଖବର ଅଛି ନା ନାହିଁ ବୋଲି ଭାଜପା ପ୍ରଶ୍ନ କରିଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ବିଧାୟକ ମୋହନ ମାଝି କହିଛନ୍ତି, ଯେତେବେଳେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଭାଜପା ତରଫରୁ ବିଧାନସଭା ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ସୁଯୋଗ ଥିଲା, ସେତେବେଳେ ଶାସକ ବିଜେଡି କଂଗ୍ରେସ ସହାୟତାରେ ଭଣ୍ଡୁର କରିଛି ା ମୁଖ୍ୟମନ୍ତ୍ରୀ ଯଦି ସବୁ ଘଟଣା ଜାଣି ନୀରବ ରହି ଦୋଷୀଙ୍କ ପାଇଁ ଢାଲ ସାଜୁଛନ୍ତି, ତେବେ ଏହା ଆହୁରି ଅଧିକ ଦଣ୍ଡନୀୟ ଅପରାଧ। ଆପରାଧିକ କାର୍ଯ୍ୟରେ ଶାସକ ବିଜେଡି ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ବର୍ତ୍ତମାନ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି ା ରାଜ୍ୟ ମନ୍ତ୍ରିମଣ୍ଡଳରେ ୮ ଜଣ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗିନ ଆପରାଧିକ ଓ ଦୁର୍ନୀତିର ଅଭିଯୋଗ ରହିଛି ା ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା, ପାରଳାଖେମୁଣ୍ଡି ଏସିଏଫ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅନ୍ୟ ନେତାଙ୍କ ଆପରାଧିକ ଓ ଦୁର୍ନୀତି ସମ୍ପୃକ୍ତିର ଅଭିଯୋଗର ତଦନ୍ତକୁ ବାଟବଣା କରିବା ପାଇଁ କ୍ଷମତାର ଅପବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। ଏକାଧିକ ଆପରାଧିକ ମାମଲାରେ ସମ୍ପୃକ୍ତ ମାନସ ଦାସଙ୍କୁ ସୁରକ୍ଷା ଦିଆଯିବା ରାଜ୍ୟର ଧ୍ୱସ୍ତ ଆଇନଶୃଙ୍ଖଳାକୁ ବର୍ଣ୍ଣନା କରୁଛି। ଏହି ସମୟରେ ଶାସକ ଦଳର ମୁଖ୍ୟ ସଚେତକ ଏସବୁ ଘଟଣାକୁ ‘ଛୋଟିଆ ଘଟଣା’ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଧାନସଭା ଗୃହ କାର୍ଯ୍ୟରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହେବା ପାଇଁ ଭାଜପା ତରଫରୁ ବାଚସ୍ପତିଙ୍କ ଜରିଆରେ ଗୃହରେ ଏକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। କଂଗ୍ରେସ ଦଳର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଛିଡ଼ାହୋଇ ବିଧାନସଭା ପ୍ରଶ୍ନକାଳକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ। ଏହାର ମାତ୍ର ଗୋଟିଏ ମିନିଟ୍‌ ଭିତରେ ବାଚସ୍ପତି ବିଧାନସଭା କାର୍ଯ୍ୟକୁ ମୁଲତବୀ ଘୋଷଣା କରିବା ଏକ ଯୋଜନାବଦ୍ଧ ନାଟକ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri