ରାଜ୍ୟରେ ଆଇନ ତା’ ବାଟରେ ଯାଉନାହିଁ: ଭାଜପା

ଭୁବନେଶ୍ୱର, ୪।୯(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉନାହିଁ। ଶାସକ ବିଜେଡିର ତୁଙ୍ଗନେତା ଏହାର ବଡ଼ ବାଧକ ସାଜିଛନ୍ତି ା ରାଜ୍ୟରେ ଘଟିଯାଉଥିବା ପ୍ରମୁଖ ହତ୍ୟାକାଣ୍ଡ ଓ ଦୁର୍ନୀତି ପଛରେ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ଯୋଗୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସବୁ ସତ୍ୟାସତ୍ୟ ଖବର ଅଛି ନା ନାହିଁ ବୋଲି ଭାଜପା ପ୍ରଶ୍ନ କରିଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ବିଧାୟକ ମୋହନ ମାଝି କହିଛନ୍ତି, ଯେତେବେଳେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଭାଜପା ତରଫରୁ ବିଧାନସଭା ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ସୁଯୋଗ ଥିଲା, ସେତେବେଳେ ଶାସକ ବିଜେଡି କଂଗ୍ରେସ ସହାୟତାରେ ଭଣ୍ଡୁର କରିଛି ା ମୁଖ୍ୟମନ୍ତ୍ରୀ ଯଦି ସବୁ ଘଟଣା ଜାଣି ନୀରବ ରହି ଦୋଷୀଙ୍କ ପାଇଁ ଢାଲ ସାଜୁଛନ୍ତି, ତେବେ ଏହା ଆହୁରି ଅଧିକ ଦଣ୍ଡନୀୟ ଅପରାଧ। ଆପରାଧିକ କାର୍ଯ୍ୟରେ ଶାସକ ବିଜେଡି ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ବର୍ତ୍ତମାନ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି ା ରାଜ୍ୟ ମନ୍ତ୍ରିମଣ୍ଡଳରେ ୮ ଜଣ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗିନ ଆପରାଧିକ ଓ ଦୁର୍ନୀତିର ଅଭିଯୋଗ ରହିଛି ା ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା, ପାରଳାଖେମୁଣ୍ଡି ଏସିଏଫ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅନ୍ୟ ନେତାଙ୍କ ଆପରାଧିକ ଓ ଦୁର୍ନୀତି ସମ୍ପୃକ୍ତିର ଅଭିଯୋଗର ତଦନ୍ତକୁ ବାଟବଣା କରିବା ପାଇଁ କ୍ଷମତାର ଅପବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। ଏକାଧିକ ଆପରାଧିକ ମାମଲାରେ ସମ୍ପୃକ୍ତ ମାନସ ଦାସଙ୍କୁ ସୁରକ୍ଷା ଦିଆଯିବା ରାଜ୍ୟର ଧ୍ୱସ୍ତ ଆଇନଶୃଙ୍ଖଳାକୁ ବର୍ଣ୍ଣନା କରୁଛି। ଏହି ସମୟରେ ଶାସକ ଦଳର ମୁଖ୍ୟ ସଚେତକ ଏସବୁ ଘଟଣାକୁ ‘ଛୋଟିଆ ଘଟଣା’ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଧାନସଭା ଗୃହ କାର୍ଯ୍ୟରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହେବା ପାଇଁ ଭାଜପା ତରଫରୁ ବାଚସ୍ପତିଙ୍କ ଜରିଆରେ ଗୃହରେ ଏକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। କଂଗ୍ରେସ ଦଳର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଛିଡ଼ାହୋଇ ବିଧାନସଭା ପ୍ରଶ୍ନକାଳକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ। ଏହାର ମାତ୍ର ଗୋଟିଏ ମିନିଟ୍‌ ଭିତରେ ବାଚସ୍ପତି ବିଧାନସଭା କାର୍ଯ୍ୟକୁ ମୁଲତବୀ ଘୋଷଣା କରିବା ଏକ ଯୋଜନାବଦ୍ଧ ନାଟକ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୪।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା...

ଆଉ ୧୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍‌ରୁ ୬୪ ଥିବା ବେଳେ ୪୪ ଲୋକାଲ...

ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର,୧।୩(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି)ର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଞ୍ଜୟଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ...

ସ୍ତ୍ରୀହନ୍ତାଙ୍କୁ ରାତିସାରା ଜଗିଲେ ଗାଁ ଲୋକେ

ଅମ୍ବାଦୋଳା,୨୨ା୧୦(ଡି.ଏନ୍‌.ଏ.): ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଚାଲିଗଲା। ରାୟଗଡ଼ା ଜିଲା ଅମ୍ବାଦୋଳା ଥାନା ଅଧୀନ ଶୁକ୍ଳାଭଟ୍ଟା ଗ୍ରାମରେ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି।...

ଆଜି ରାଜ୍ୟରେ ୭୩ ପଜିଟିଭ୍‌ ଚିହ୍ନଟ, ବରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରବିବାର ରାଜ୍ୟରୁ ୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଗଛରୁ ହାଣୁଥିଲେ ଡାଳ, ଗୋଡ଼ ଛିଡ଼ି କି ପଡ଼ିଲା ତଳେ, ଶେଷରେ ଚାଲିଗଲା ଜୀବନ

ଜେନାପୁର,୩ା୯(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ବ୍ରହ୍ମପୁର ଗ୍ରାମର ବନା ଦଳାଇ (୫୫) ଗଛରେ ଚଢ଼ି ଡାଳ ହାଣୁଥିବା...

ଗୁଣ୍ଡିଚା ଆଗରେ ୨ ରଥ, ଗଡ଼ିଚାଲିଛି ନନ୍ଦିଘୋଷ

ଭୁବନେଶ୍ୱର, ୪।୭(ବ୍ୟୁରୋ): ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଇତିମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ମଣ୍ଡପ ନିକଟରେ ଲାଗିଯାଇଛି ବଳଦେବଙ୍କ ତାଳଧ୍ୱଜ ରଥ। ପରେ ପରେ ଦେବୀ...

ଜେଲ ଗଲେ କୋଟିପତି ନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୨ା୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ (ବୈଦ୍ୟୁତିକ) ବିଭାଗ ଆମ୍ବପୁଆ କାର୍ଯ୍ୟାଳୟର ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କୁ ଶୁକ୍ରବାର...

Advertisement
Archives

Model This Week