ଠିପି ଖୋଲା ମଦ ଦୋକାନକୁ ବିରୋଧ: ସରକାର ନ ଓହରିଲେ ଜନଆନ୍ଦୋଳନ ଚେତାବନୀ

ପଟ୍ଟାମୁଣ୍ଡାଇ,୧୫ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଗୋଗୁଆ-ଚୌଦକୁଲାଟ ରାସ୍ତାରେ ଏକ ଠିପି ଖୋଲା ମଦ ଦୋକାନ ଓ ବାର ଖୋଲିବା ପାଇଁ ସରକାରୀସ୍ତରରେ ଯୋଜନା ଚାଲିଛି। ଏକଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପ୍ରସ୍ତାବରୁ ସରକାର ନ ଓହରିଲେ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

ପୂର୍ବରୁ ପଟ୍ଟାମୁଣ୍ଡାଇ ଥାନା ଗୋଗୁଆ-ଚୌଦକୁଲାଟ ରାସ୍ତାରେ ଏକ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ସରକାରୀ ମଦ ଦୋକାନ ରହିଛି । ମାତ୍ର ସେଠାରେ ଆଉ ଏକ ଠିପି ଖୋଲା ସରକାରୀ ମଦ ଦୋକାନ ଖୋଲିବା ପାଇଁ ଦୋକାନ ଗୃହ ନିର୍ମାଣ ଚାଲିଥିବା ସହିତ ବାର ପାଇଁ ଆବେଦନ କରାଯାଇଛି । ସରକାରୀ ନିୟମ ଅନୁସାରେ ହୋଟେଲ ଖୋଲାଯିବା ପରେ ବାର ପାଇଁ ଆବେଦନ କରାଯାଇଥାଏ । ଏଠାରେ ଆଦୌ ହୋଟେଲ ନ ଥିବାବେଳେ ଏକ ଅର୍ଦ୍ଧନିର୍ମିତ କୋଠାରେ ଭ୍ରମ ସୃଷ୍ଟି ପାଇଁ ବ୍ୟାନର ବନ୍ଧାଯାଇ ହୋଟେଲ ବୋଲି ସୂଚିତ କରାଯାଇଛି । କେନ୍ଦ୍ରାପଡ଼ା ସିଡିଏମ୍‌ଓ କେଉଁ ନିୟମକୁ ଆଧାର କରି ଫୁଡ୍‌ ଲାଇସେନ୍ସ ପ୍ରଦାନ କରିଛନ୍ତି ବୋଲି ଜିଲାପରିଷଦ ସଦସ୍ୟା ମଧୁଛନ୍ଦା ମହାନ୍ତି, ଚନ୍ଦନପୁର ସରପଞ୍ଚ ରମାକାନ୍ତ ମଲିକ, ପୂର୍ବତନ ସରପଞ୍ଚ ସୋନାଲି ବିଶ୍ୱାଳ, ପୂର୍ବତନ ସରପଞ୍ଚ ସୁବାସ ଶର୍ମା, ପୂର୍ବତନ ସରପଞ୍ଚ କୈଳାଶ ଚନ୍ଦ୍ର ମଲିକ ପ୍ରମୁଖ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷେ ଗୋଗୁଆ-ଚୌଦକୁଲାଟ ଏକ ବ୍ୟସ୍ତବହୁଳ ରାସ୍ତା । ଏହା ପଟ୍ଟାମୁଣ୍ଡାଇ ଧୋୟାଅଞ୍ଚଳର ମୁଖ୍ୟ ପ୍ରବେଶ ପଥ । ଠିପି ଖୋଲା ମଦ ଦୋକାନ ଖୋଲାଗଲେ ସେହି ଅଞ୍ଚଳରେ ଅସମାଜିକ ବ୍ୟକ୍ତିମାନଙ୍କ ଦୌରାତ୍ମ ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଲୋକଙ୍କ ସୁରକ୍ଷା ବିପନ୍ନ ହେବାର ସମ୍ଭାବନା ରହିଛି ବୋଲି ମତ ପ୍ରକାଶ ପାଇଛି । ପ୍ରସ୍ତାବିତ ମଦ ଦୋକାନ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, ଚଉଦକୁଲାଟ କଲେଜ ଓ ୫ ଶହ ବର୍ଷର ପୁରାତନ ପ୍ରସିଦ୍ଧ ଚଉଦକୁଲାଟ ଦଧିବାମନଜୀଉଙ୍କ ମନ୍ଦିର ରହିଛି । ରାଜ୍ୟ ସରକାର, ଅବକାରୀ ବିଭାଗ ଓ ଜିଲା ପ୍ରଶାସନ ପ୍ରସ୍ତାବିତ ମଦ ଦୋକାନ ଖୋଲିବା ନିଷ୍ପତ୍ତିରୁ ଓହରି ଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନ ହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?