Advertisement

ଜମି ଫାଟି ଆଁ, କେନାଲ ପାଣିକୁ ଅନାଇଛନ୍ତି ଚାଷୀ

କାମାକ୍ଷାନଗର, ୩।୧୧(ଡି.ଏନ୍‌.ଏ.): ଶୁଖିଲା ପଡ଼ିଛି ଜମି। ପାଣି ନ ଥିବାରୁ ଧାନଗଛ ବଢ଼ିପାରୁନି କି କେଣ୍ଡା ବାହାରୁନି। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧର ଡ୍ୟାମ ବାମପାର୍ଶ୍ୱ କେନାଲରେ ପାଣି ଛଡ଼ାଯାଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଏହାର ସମାଧାନ ନ ହେଲେ ଚାଷ ଉଜୁଡ଼ିଯିବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଦଣ୍ଡାଧର ଡ୍ୟାମ୍‌ରୁ ବାହାରିଥିବା ବାମପାର୍ଶ୍ୱ ମୁଖ୍ୟ ଓ ଶାଖା କେନାଲ ଉପରେ ପଥରକଟା, ମୁତୁରିବନ୍ଧ ଗ୍ରାମର ଚାଷୀ ନିର୍ଭରଶୀଳ। ତେବେ କେନାଲରେ ପାଣି ଆସୁ ନ ଥିବାରୁ ଜମି ଫାଟି ଆଁ କରିଛି। ଧାନକେଣ୍ଡା ବାହାରିବା ସମୟରେ ବତର ମରିଯାଇଥିବାରୁ ସମସ୍ୟା ବଢ଼ିଯାଇଛି। ଚଳିତବର୍ଷ ଚାଷ ଆରମ୍ଭରୁ କମ୍‌ ବର୍ଷା ଯୋଗୁ ଚାଷୀ ତଳି ବଞ୍ଚାଇବାକୁ ସଂଘର୍ଷ କରିଥିଲେ। ପରବର୍ତ୍ତୀ ସମୟରେ ମଧ୍ୟ ବ୍ଲକ ଅଞ୍ଚଳରେ ଆଶାଜନକ ବର୍ଷା ହେଲାନାହିଁ। ଏବେ କେନାଲରେ ପାଣି ଆସୁ ନ ଥିବାରୁ ଏହାକୁ ଭରସା କରି ଧାନ ଫସଲ କରିଥିବା ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବ୍ୟାପକ ଫସଲ ନଷ୍ଟ ହୋଇଯାଇଥିବାରୁ ହାଡ଼ଭଙ୍ଗା ପରିଶ୍ରମର ମୂଲ୍ୟ ମିଳିବ କି ନାହିଁ, ତାହାକୁ ନେଇ ମଧ୍ୟ ସନ୍ଦେହ ଦେଖାଦେଇଥିବାବେଳେ ଋଣ ଶୁଝିବା ଚିନ୍ତା ଘାରିଛି। ବର୍ଷକର ରୋଜଗାର ବୁଡ଼ିବାକୁ ବସିଥିବାବେଳେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଅଞ୍ଚଳର ଚାଷୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସମସ୍ୟାକୁ ଗୁରୁତ୍ୱ ଦିଆ ନ ଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ବାମପାର୍ଶ୍ୱ କେନାଲ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଗଡ଼ନାୟକ କହିଛନ୍ତି, ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି। କିପରି ଶୀଘ୍ର ପାଣି ଛଡ଼ାଯିବ ସେ ଦିଗରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ିଖାନାରେ ପିଲାଙ୍କ ମାଗଣା ବହି

ଉମରକୋଟ,୨୬ା୧୨(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ପିଲାଙ୍କୁ ମାଗଣା ଶିକ୍ଷା...

କରୋନା ମୁକାବିଲା ପାଇଁ ଠିକାଦାର ଦେଲେ ୨ଲକ୍ଷ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ିର ବରିଷ୍ଠ ଠିକାଦାର ଗିରିଶ ଚନ୍ଦ୍ର ସାହୁ ଶୁକ୍ରବାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।...

ଖାଦ୍ୟ ନଁ।ରେ ଚାଲିଛି ରୋଗ ବିକ୍ରି

ଅନୁଗୋଳ ଅଫିସ, ୯ା୧୦ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମାସ ଧରି ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟଫୁଡ ଓ ବିଭିନ୍ନ ଚଟ୍‌ପଟା ଖାଦ୍ୟ ବିକ୍ରି...

ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣରେ ସ୍ଥଗିତାଦେଶ

କଟକ ଅଫିସ୍‌, ୩।୨: କଟକ ଖାନ୍‌ନଗରଠାରେ ନିର୍ମାଣ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ ପ୍ରକଳ୍ପ ନିର୍ମାଣରେ ଲାଗିଛି ରୋକ୍‌। ପ୍ରସ୍ତାବିତ ୧୨ଏକର ପରିମିତ ବସ୍‌...

ମୋକିମଙ୍କ ପିଟିଶନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୨୧ା୬: ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିଶନକୁ ହାଇକୋର୍ଟ ସୋମବାର ଖାରଜ କରିଛନ୍ତି। ଏଥିସହ ବିଧାୟକ ମହମ୍ମଦ...

ଅନୁଗୋଳ ଜିଲାରେ ୬୫୨ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅନୁଗୋଳ ଜିଲାରେ ମୋଟ ୧୬୫୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ ୧୦୦୨ଟିର ନିଜସ୍ବ ଗୃହ ଥିବାବେଳେ ୬୫୨ର ନିଜସ୍ବ ଗୃହ ନାହିଁ। ୩୩୧ଟି ଗୃହ...

ସାନଛତା ମଠ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୧।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ୩ ଦିନ ଧରି ମଙ୍ଗୁ ମଠ ବ୍ୟବସାୟିକ କୋଠା ଭଙ୍ଗାଯିବା ପରେ...

ବିଦେଶରୁ ବାଲେଶ୍ୱରକୁ ଫେରିଲେ ୫: ପ୍ରଶାସନ ପକ୍ଷରୁ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୨୩।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ସବୁଦିଗରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଏହି ପରିସ୍ଥିତିରେ ସୋମବାର ବିଦେଶରୁ ବାଲେଶ୍ୱର ଜିଲାକୁ...

Advertisement
Archives

Model This Week