ଶାଗମାଛ ଦରରେ ଜମି କିଣିବାକୁ ମସୁଧା

ଯାଜପୁର ଅଫିସ,୩ା୧: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ବାମ ଓ ଡାହାଣ ପାର୍ଶ୍ୱ ସପ୍ତମାତୃକା ମନ୍ଦିର ନିକଟରେ ୨ଟି ଆନିକଟ (ବ୍ୟାରେଜ) ନିର୍ମାଣାଧୀନ ରହିଛି। ଏଥିପାଇଁ ୨୩୬.୬୩ କୋଟି ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିସାରିଛି। ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶା କନ୍‌ଷ୍ଟ୍ରକ୍ସନ କମ୍ପାନୀ(ଓସିସି) ଲିମିଟେଡ ଏହାର ନିର୍ମାଣ ଦାୟିତ୍ୱରେ ରହିଛି। ତେବେ ଏଥିପାଇଁ ବୈତରଣୀ ନଦୀର ଡାହାଣ ପାର୍ଶ୍ୱ ଯାଜପୁର ତହସିଲ ଅନ୍ତର୍ଗତ ବିନ୍ଧାଣ ମୌଜାର ରାଉତରାପୁର, ଇନ୍ଦ୍ର ଆଖଣ୍ଡଳେଶ୍ୱର ନଗରର ପ୍ରାୟ ୨୬.୦୪ ଏକର ଜମି ପାଣିରେ ବୁଡ଼ିବ। ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ବାବଦରେ ଖର୍ଚ୍ଚ ପାଇଁ ୧୩ କୋଟି ୮୦ ଲକ୍ଷ ୧୨ ହଜାର ଟଙ୍କା ମଞ୍ଜୁର ହୋଇଛି। ତେବେ ଏକର ପ୍ରତି ମାତ୍ର ୫୩.୦୮ ଲକ୍ଷ ଟଙ୍କା ହେଉଥିବାରୁ ଯାଜପୁର ସହରର ଜମି ମୂଲ୍ୟ ତୁଳନାରେ ତାହା ବହୁତ କମ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ କହିଛନ୍ତି। ଏକର ପ୍ରତି ଅନୂ୍ୟନ ୨ କୋଟି ଟଙ୍କା ନ ଦେଲେ ଜମି ଛଡା ଯିବ ନାହିଁ ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ପ୍ରକଳ୍ପର ବାମପାର୍ଶ୍ୱ ଦଶରଥପୁର ବ୍ଲକ ତରପଦା, ମଲ୍ଲିକାପୁର, କଇଆଁ, ଖାନନଗର, ନିଜାମପୁର ଆଦି ଗ୍ରାମର ପ୍ରାୟ ୩୦ ଏକର ଜମି ପାଣିରେ ବୁଡିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ହେଲେ ବିଭାଗ ପକ୍ଷରୁ ଏଯାଏ କୌଣସି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ନିର୍ମାଣାଧୀନ ପ୍ରକଳ୍ପକୁ ବନ୍ଦ କରିଦିଆଯିବ ବୋଲି ସଂପୃକ୍ତ ଚାଷୀମାନେ ଚେତାବନୀ ଦେଇଛନ୍ତିି।

ବୈତରଣୀ ନଦୀର ଡାହାଣ ପାର୍ଶ୍ୱରେ ୮୪.୫୦ ମିଟର ଲମ୍ବ ବ୍ୟାରେଜ ନିର୍ମାଣ କରିବାକୁ ୬ା୯ା୨୦୧୨ରେ ପ୍ରଥମେ ସ୍ଥିର ହୋଇଥିଲା। କିନ୍ତୁ ଜଳ ସଂରକ୍ଷଣ ପାଇଁ ଗୋଟିଏ ବ୍ୟାରେଜ ଯଥେଷ୍ଟ ହେବ ନାହିଁ ବୋଲି ଆକଳନ କରାଯାଇ ପରବର୍ତ୍ତୀ ସମୟରେ ୨ଟି ବ୍ୟାରେଜ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଡାହାଣ ପାର୍ଶ୍ୱରେ ୮୪.୫୦ ମିଟର ଓ ବାମ ପାର୍ଶ୍ୱରେ ୯୦ ମିଟର ଲମ୍ବ ବ୍ୟାରେଜ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ପ୍ରାୟ ୯.୫୦ ମିଟର ପର୍ଯ୍ୟନ୍ତ ଜଳଧାରଣ କ୍ଷମତା ରହିବ। ଏହି ୨ ବ୍ୟାରେଜ ନିର୍ମାଣ ଖର୍ଚ୍ଚ ବାବଦକୁ ୨୩୬.୬୩ କୋଟି ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିଛି। ତେବେ ପ୍ରଥମ ପର୍ଯ୍ୟାୟ ଡାହାଣ ପାର୍ଶ୍ୱ ବ୍ୟାରେଜ ନିର୍ମାଣ ପାଇଁ ୮୩ କୋଟି ୪୨ ଲକ୍ଷ ୫୯ ହଜାର ୪୬୧ ଟଙ୍କା ମଞ୍ଜୁର ହୋଇଛି। ତେବେ ଟେଣ୍ଡର ପ୍ରକ୍ରିୟାରେ ସର୍ବନିମ୍ନ ୭୮ କୋଟି ୪୨ ହଜାର ୯୦ ଲକ୍ଷ ୪୦୮ ଟଙ୍କା ବିନିମୟରେ ଓସିସିଏଲ୍‌କୁ କାର୍ଯ୍ୟାଦେଶ ଦିଆଯାଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବାମ ବ୍ୟାରେଜ୍‌ରେ ଭଦ୍ରକ ଜିଲା ଓ ଡାହାଣ ପାର୍ଶ୍ୱରେ ଯାଜପୁର ଜିଲାର ପ୍ରାୟ ୧୫୦୦ ହେକ୍ଟର ଜମିରେ ଜଳସେଚିତ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଜମି ଅଧିଗ୍ରହଣକୁ ବାଦ୍‌ ଦେବାକୁ ଉଠାଜଳସେଚନ ମାଧ୍ୟମରେ ଜଳସେଚିତ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଜଳ ସମ୍ପଦ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣରେ କୌଣସି ସମସ୍ୟା ରହିବ ନାହିଁ ବୋଲି ଆଶା କରାଯାଇଥିଲା। ହେଲେ ବିଭାଗ ପକ୍ଷରୁ ଅଟକଳ ଏବଂ ଚାଷୀ ମହଲରେ ଦାବି ହେବା ପରେ ନଦୀ ଡାହାଣ ପାର୍ଶ୍ୱରେ ଏକର ୨୬.୦୪ ଡେସିମିଲ ଜମି ପାଇଁ ଉପରୋକ୍ତ ଟଙ୍କା ମଞ୍ଜୁର କରାଯାଇଛି। ଏହି ମର୍ମରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମର ଚିଫ୍‌ ଇଞ୍ଜିନିୟରଙ୍କୁ ବିଭାଗୀୟ ଆର୍‌ ଆଣ୍ଡ ଆର୍‌ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଜଣେ କ୍ଷତିଗ୍ରସ୍ତ ଚାଷୀ କୁମାର କିଙ୍କର ନାୟକ କୁହନ୍ତି, ବ୍ୟାରେଜ ନିର୍ମାଣ ପାଇଁ ପାଣିରେ ବୁଡିବାକୁ ଥିବା ଜମି ଅତି ପୁରୁଣା। ଏଥିରେ ଚାଷୀମାନେ ବିଭିନ୍ନ ଚାଷ କରି ପେଟ ପୋଷିଥାନ୍ତି। ତେଣୁ ଏକର ପ୍ରତି ୨ କୋଟି ଟଙ୍କା ନ ମିଳିଲେ କୋର୍ଟର ଆଶ୍ରୟ ନିଆଯିବ। ଏ ସଂକ୍ରାନ୍ତରେ ଯାଜପୁର ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି, ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ତେବେ ସେହି ଜମି ନଦୀରେ ରହିଛି। ବନ୍ୟା ସମୟରେ ଏହି ଚିହ୍ନଟ ଜମି ପାଣିରେ ବୁଡି ରହେ। ନିୟମ ଅନୁସାରେ ମୂଲ୍ୟ ନିର୍ଦ୍ଧାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri