ଶାଗମାଛ ଦରରେ ଜମି କିଣିବାକୁ ମସୁଧା

ଯାଜପୁର ଅଫିସ,୩ା୧: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ବାମ ଓ ଡାହାଣ ପାର୍ଶ୍ୱ ସପ୍ତମାତୃକା ମନ୍ଦିର ନିକଟରେ ୨ଟି ଆନିକଟ (ବ୍ୟାରେଜ) ନିର୍ମାଣାଧୀନ ରହିଛି। ଏଥିପାଇଁ ୨୩୬.୬୩ କୋଟି ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିସାରିଛି। ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶା କନ୍‌ଷ୍ଟ୍ରକ୍ସନ କମ୍ପାନୀ(ଓସିସି) ଲିମିଟେଡ ଏହାର ନିର୍ମାଣ ଦାୟିତ୍ୱରେ ରହିଛି। ତେବେ ଏଥିପାଇଁ ବୈତରଣୀ ନଦୀର ଡାହାଣ ପାର୍ଶ୍ୱ ଯାଜପୁର ତହସିଲ ଅନ୍ତର୍ଗତ ବିନ୍ଧାଣ ମୌଜାର ରାଉତରାପୁର, ଇନ୍ଦ୍ର ଆଖଣ୍ଡଳେଶ୍ୱର ନଗରର ପ୍ରାୟ ୨୬.୦୪ ଏକର ଜମି ପାଣିରେ ବୁଡ଼ିବ। ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ବାବଦରେ ଖର୍ଚ୍ଚ ପାଇଁ ୧୩ କୋଟି ୮୦ ଲକ୍ଷ ୧୨ ହଜାର ଟଙ୍କା ମଞ୍ଜୁର ହୋଇଛି। ତେବେ ଏକର ପ୍ରତି ମାତ୍ର ୫୩.୦୮ ଲକ୍ଷ ଟଙ୍କା ହେଉଥିବାରୁ ଯାଜପୁର ସହରର ଜମି ମୂଲ୍ୟ ତୁଳନାରେ ତାହା ବହୁତ କମ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ କହିଛନ୍ତି। ଏକର ପ୍ରତି ଅନୂ୍ୟନ ୨ କୋଟି ଟଙ୍କା ନ ଦେଲେ ଜମି ଛଡା ଯିବ ନାହିଁ ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ପ୍ରକଳ୍ପର ବାମପାର୍ଶ୍ୱ ଦଶରଥପୁର ବ୍ଲକ ତରପଦା, ମଲ୍ଲିକାପୁର, କଇଆଁ, ଖାନନଗର, ନିଜାମପୁର ଆଦି ଗ୍ରାମର ପ୍ରାୟ ୩୦ ଏକର ଜମି ପାଣିରେ ବୁଡିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ହେଲେ ବିଭାଗ ପକ୍ଷରୁ ଏଯାଏ କୌଣସି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ନିର୍ମାଣାଧୀନ ପ୍ରକଳ୍ପକୁ ବନ୍ଦ କରିଦିଆଯିବ ବୋଲି ସଂପୃକ୍ତ ଚାଷୀମାନେ ଚେତାବନୀ ଦେଇଛନ୍ତିି।

ବୈତରଣୀ ନଦୀର ଡାହାଣ ପାର୍ଶ୍ୱରେ ୮୪.୫୦ ମିଟର ଲମ୍ବ ବ୍ୟାରେଜ ନିର୍ମାଣ କରିବାକୁ ୬ା୯ା୨୦୧୨ରେ ପ୍ରଥମେ ସ୍ଥିର ହୋଇଥିଲା। କିନ୍ତୁ ଜଳ ସଂରକ୍ଷଣ ପାଇଁ ଗୋଟିଏ ବ୍ୟାରେଜ ଯଥେଷ୍ଟ ହେବ ନାହିଁ ବୋଲି ଆକଳନ କରାଯାଇ ପରବର୍ତ୍ତୀ ସମୟରେ ୨ଟି ବ୍ୟାରେଜ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଡାହାଣ ପାର୍ଶ୍ୱରେ ୮୪.୫୦ ମିଟର ଓ ବାମ ପାର୍ଶ୍ୱରେ ୯୦ ମିଟର ଲମ୍ବ ବ୍ୟାରେଜ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ପ୍ରାୟ ୯.୫୦ ମିଟର ପର୍ଯ୍ୟନ୍ତ ଜଳଧାରଣ କ୍ଷମତା ରହିବ। ଏହି ୨ ବ୍ୟାରେଜ ନିର୍ମାଣ ଖର୍ଚ୍ଚ ବାବଦକୁ ୨୩୬.୬୩ କୋଟି ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିଛି। ତେବେ ପ୍ରଥମ ପର୍ଯ୍ୟାୟ ଡାହାଣ ପାର୍ଶ୍ୱ ବ୍ୟାରେଜ ନିର୍ମାଣ ପାଇଁ ୮୩ କୋଟି ୪୨ ଲକ୍ଷ ୫୯ ହଜାର ୪୬୧ ଟଙ୍କା ମଞ୍ଜୁର ହୋଇଛି। ତେବେ ଟେଣ୍ଡର ପ୍ରକ୍ରିୟାରେ ସର୍ବନିମ୍ନ ୭୮ କୋଟି ୪୨ ହଜାର ୯୦ ଲକ୍ଷ ୪୦୮ ଟଙ୍କା ବିନିମୟରେ ଓସିସିଏଲ୍‌କୁ କାର୍ଯ୍ୟାଦେଶ ଦିଆଯାଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବାମ ବ୍ୟାରେଜ୍‌ରେ ଭଦ୍ରକ ଜିଲା ଓ ଡାହାଣ ପାର୍ଶ୍ୱରେ ଯାଜପୁର ଜିଲାର ପ୍ରାୟ ୧୫୦୦ ହେକ୍ଟର ଜମିରେ ଜଳସେଚିତ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଜମି ଅଧିଗ୍ରହଣକୁ ବାଦ୍‌ ଦେବାକୁ ଉଠାଜଳସେଚନ ମାଧ୍ୟମରେ ଜଳସେଚିତ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଜଳ ସମ୍ପଦ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣରେ କୌଣସି ସମସ୍ୟା ରହିବ ନାହିଁ ବୋଲି ଆଶା କରାଯାଇଥିଲା। ହେଲେ ବିଭାଗ ପକ୍ଷରୁ ଅଟକଳ ଏବଂ ଚାଷୀ ମହଲରେ ଦାବି ହେବା ପରେ ନଦୀ ଡାହାଣ ପାର୍ଶ୍ୱରେ ଏକର ୨୬.୦୪ ଡେସିମିଲ ଜମି ପାଇଁ ଉପରୋକ୍ତ ଟଙ୍କା ମଞ୍ଜୁର କରାଯାଇଛି। ଏହି ମର୍ମରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମର ଚିଫ୍‌ ଇଞ୍ଜିନିୟରଙ୍କୁ ବିଭାଗୀୟ ଆର୍‌ ଆଣ୍ଡ ଆର୍‌ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଜଣେ କ୍ଷତିଗ୍ରସ୍ତ ଚାଷୀ କୁମାର କିଙ୍କର ନାୟକ କୁହନ୍ତି, ବ୍ୟାରେଜ ନିର୍ମାଣ ପାଇଁ ପାଣିରେ ବୁଡିବାକୁ ଥିବା ଜମି ଅତି ପୁରୁଣା। ଏଥିରେ ଚାଷୀମାନେ ବିଭିନ୍ନ ଚାଷ କରି ପେଟ ପୋଷିଥାନ୍ତି। ତେଣୁ ଏକର ପ୍ରତି ୨ କୋଟି ଟଙ୍କା ନ ମିଳିଲେ କୋର୍ଟର ଆଶ୍ରୟ ନିଆଯିବ। ଏ ସଂକ୍ରାନ୍ତରେ ଯାଜପୁର ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି, ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ତେବେ ସେହି ଜମି ନଦୀରେ ରହିଛି। ବନ୍ୟା ସମୟରେ ଏହି ଚିହ୍ନଟ ଜମି ପାଣିରେ ବୁଡି ରହେ। ନିୟମ ଅନୁସାରେ ମୂଲ୍ୟ ନିର୍ଦ୍ଧାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?